Home Left

ଦଶନ୍ଧିର ଟେଷ୍ଟ ଦଳରେ କୋହଲିଙ୍କୁ ଅଧିନାୟକ ବାଛିଲେ ପଣ୍ଟିଂ

ମେଲବୋର୍ନ,୩୦।୧୨(ପି.ଟି)- ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦଶନ୍ଧିର ଟେଷ୍ଟ ଦଳ ଚୟନ କରିଛନ୍ତି। ତାଙ୍କର ଏହି ଦଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେତୃତ୍ୱ ପ୍ରଦାନ କରିଛନ୍ତି। ଏହି ଦଳରେ ୪ଜଣ ଇଂଲଣ୍ଡ କ୍ରିକେଟରଙ୍କୁ ମଧ୍ୟ ସେ ସ୍ଥାନ…

ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ ଆଇଏସ୍‌ଆଇର ଜଣେ ଅଧିକାରୀଙ୍କ ଦ୍ୱାରା କରାଯିବାକୁ ପ୍ରସ୍ତୁତି କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ…

ମାଓବାଦୀଙ୍କ ନାଁ ନେଇ ଗୁଳିକାଣ୍ଡ

ପାଟଣାଗଡ, ୩୦।୧୨(ଡି.ଏନ.ଏ.):ପାଟଣାଗଡ ଉପଖଣ୍ଡସ୍ଥ ଗଙ୍ଗାସାଗର ଗ୍ରାମ ଶେଷ ମୁଣ୍ଡରେ ଥିବା ନବୀନ ମେହେରଙ୍କ ବାସଭବନରେ ରବିବାର ବିଳମ୍ବିତ ରାତି ୨ଟା ସମୟରେ ଜଣେ ଅଜଣା ବ୍ୟକ୍ତି ମାଓବାଦୀଙ୍କ ନାଁ ନେଇ ନବୀନଙ୍କୁ ଗୁଳି କରିଥିବା ଜଣାପଡିଛିି। ସୂଚନା ଅନୁସାରେ ନବୀନ ମେହେର…

ଜୀବନ ଯୁଦ୍ଧରେ ହାରିଗଲେ ଥାଇଲାଣ୍ଡ ଗୁମ୍ଫାରୁ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ନୌସେନା ଅଧିକାରୀ

ବ୍ୟାଙ୍କକ୍‌,୩୦।୧୨: ଗତ ବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ପ୍ରାୟ ବର୍ଷେ ହେବ ରକ୍ତ ସଂକ୍ରମଣ ଯୋଗୁ ପେଟି ଅଫିସର ଥିବା ବେଇରୁଟ ପକବାରାଙ୍କ…

୧୪୪ ଧାରା ଉଲ୍ଲଂଘନ: ୫୫ ଶିଖ୍‌ ଶ୍ରଦ୍ଧାଳୁ ଗିରଫ

ଲକ୍ଷ୍ନୌ, ୩୦।୧୨: ଉତ୍ତରପ୍ରଦେଶରେ ୧୪୪ ଧାରା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫୫ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ପିଲଭିତ୍‌ ଜିଲାର କିରତାରପୁର ଗୁରୁଦ୍ୱାରା ପକ୍ଷରୁ ଏକ ଧାର୍ମିକ ଶୋଭାଯାତ୍ରା କରାଯାଇଥିଲା। ତେବେ ଏଠାରେ ସିଏଏ ହିଂସା ଲାଗି ସୁରକ୍ଷା ଦୃଷ୍ଟିରୁ…

ପୈତୃକ ଗାଁରେ ପହଞ୍ଚିଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୩୦।୧୨: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭର୍ଡାକର ରବିବାର ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲା ସ୍ଥିତ ନିଜ ପୈତୃକ ଗାଁରେ ପହଞ୍ଚିଛନ୍ତି। ନିଜ ପରିବାରଙ୍କ ସହ ଲିଓ ଭାରତ ଗସ୍ତରେ ଆସିଛନ୍ତି। ଲିଓ ଓ ତାଙ୍କ ପରିବାରବର୍ଗଙ୍କୁ ଗାଁଲୋକେ ବହୁ ଆଡମ୍ବରରେ ସ୍ବାଗତ କରିଥିଲେ।…

ପ୍ରବଳ ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଅନ୍ୟପକ୍ଷରେ ସୋମବାର ରାଜ୍ୟର ୧୬ଟି ସହରର…

ଝିଅକୁ ଆଳତି କରୁଥିବା ଦେଖି ଟିଭି ଭାଙ୍ଗିଦେଇଥିଲେ ଏହି ପାକିସ୍ତାନ କ୍ରିକେଟର

କରାଚୀ,୩୦।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେ ଜଣ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ନିକଟରେ…

ନୂଆବର୍ଷ ପାଳନ: ବେଙ୍ଗାଲୁରୁରେ ୭ ହଜାର ସୁରକ୍ଷାକର୍ମୀ ମୁତୟନ

ବେଙ୍ଗାଲୁରୁ,୩୦।୧୨: ନୂଆବର୍ଷ ପାଳନ ପାଇଁ ବେଙ୍ଗାଲୁରୁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଅଞ୍ଚଳରେ ୭ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବସ୍ତୁ, ଯାନବାହନ ଏବଂ ବ୍ୟକ୍ତି ବିଶେଷଙ୍କ ଯାଞ୍ଚ୍‌ କରାଯାଉଛି। ନୂଆବର୍ଷର ପୂର୍ବ…

ଆଦିତ୍ୟଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଆଉ କିଛି ସମୟ ପରେ କରାଯିବ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି। ଉଦ୍ଧବ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ବିଧାନସଭା…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ୍‌, ୩୦।୧୨:-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତ୍‌ସିଂହପୁର ସେସୁ ଜେଇ-୨ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଦୀପ୍ତିଙ୍କ ବିସିପାତଳସ୍ଥିତ ପୈତୃକ ବାସଭବନ, ଗୋପାଳ ସାଗର ନୂଆ ଘର, ଶ୍ୱଶୁର ଘର, ସେସୁ ଅଫିସ ସହିତ…

ଟ୍ରକ୍‌କୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି: ଜଣେ ମୃତ

ବଅଁରପାଳ,୩୦।୧୨(ଡି.ଏନ.ଏ): ଅନୁଗୋଳ ଜିଲା ତାଳଚେର ବାଇପାସ ନିକଟରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଗୋମତରା ନିକଟ ପେଟ୍ରୋଲ ଟାଙ୍କିଠାରେ ଏକ ଚଳନ୍ତା ଟ୍ରକ୍‌କୁ ଏକ କୁକୁଡ଼ା ବୋଝେଇ ଗାଡି ଧକ୍କା ଦେଇଛି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri