ଦୁର୍ଘଟଣାରେ ୨୦ ଯାତ୍ରୀ ଜଳିଗଲେ
କନୌଜ,୧୧ା୧: ଉତ୍ତରପ୍ରଦେଶର କନୌଜ ଜିଲାରେ ଶୁକ୍ରବାର ଏକ ଘରୋଇ ଡବଲ ଡେକର ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କାଖାଇବା ପରେ ଗାଡ଼ି ଦୁଇଟିରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଯାତ୍ରୀ ଜିଅନ୍ତା ଜଳି ଯାଇଥିବା ଜଣାପଡ଼ିଛି। ବସ୍ରେ ଥିବା ୫୦ ଯାତ୍ରୀଙ୍କ…
ଦେଶରେ ଲାଗୁହେଲା ସିଏଏ
ନୂଆଦିଲ୍ଲୀ,୧୧ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଶୁକ୍ରବାରଠାରୁ ଦେଶରେ ଲାଗୁ କରାଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଆଶ୍ରୟ…
‘ମୋ ସରକାର’ ଅଧୀନ ହେଲା ଗୃହନିର୍ମାଣ, ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶୁକ୍ରବାର ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ବିଭାଗରେ ଅଧିକ ପେସାଗତ ଦକ୍ଷତା…
ଧଉଳିରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର: ନୃତ୍ୟ, ସଙ୍ଗୀତ, ଚିତ୍ରକଳାରେ ଗୁରୁକୁଳ ଢାଞ୍ଚାରେ ମିଳିବ ଶିକ୍ଷା
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ବିଷୟରେ ପିଲାମାନଙ୍କୁ ସ୍ବଳ୍ପ ଅବଧିର ପାଠ୍ୟକ୍ରମରେ ଶିକ୍ଷାଦେବା ଲାଗି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଉତ୍କର୍ଷ କେନ୍ଦ୍ର। ଗୁରୁକୁଳ ଢାଞ୍ଚାରେ ଶିକ୍ଷାଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ର ପକ୍ଷରୁ ଧଉଳି…
ଓଡ଼ିଶା ହସ୍ତତନ୍ତରେ ଇଣ୍ଡୋ-ଓ୍ବେଷ୍ଟର୍ନ କଲେକ୍ସନ: ୫ ଡିଜାଇନର୍ଙ୍କ ପରିବେଶ ଉପଯୋଗୀ ପୋଷାକ
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ପାରମ୍ପରିକ ସହ ଫ୍ୟୁଜନ୍ର ଝଲକ। ପ୍ରତି ପୋଷାକରେ ଥିଲା ଏକ କାହାଣୀ। ପଟଚିତ୍ରରୁ ଆରମ୍ଭ କରି ସମ୍ବଲପୁରୀ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନ୍ରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ କାରିଗରିର ଝଲକ ଦେଖିବାକୁ ମିଳିଥିଲା। ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା…
କୃତ୍ରିମ ଅଙ୍ଗ ତିଆରି ଉପରେ ଗୁରୁତ୍ୱ ଦେବେ ସରକାର
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଲାଗି କୃତ୍ରିମ ଅଙ୍ଗ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେବେ ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏ ଦିଗରେ ବିଶେଷ ଧ୍ୟାନ ଦେବ। କୃତ୍ରିମ ଅଙ୍ଗ ନିର୍ମାଣ ହେବା ପରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ…
୮ଜଣଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ
ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ସଂସ୍କୃତି ଓ ସଂସ୍କୃତି ଏବଂ ଶିକ୍ଷାବିତ୍ ହାଡିବନ୍ଧୁ ହାଲି ଫାଉଣ୍ଡେଶନ୍ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୫ମ ରାଜ୍ୟସ୍ତରୀୟ କଳିଙ୍ଗ ପ୍ରତିଭା ସମ୍ମାନ ଉତ୍ସବ-୨୦୨୦ ଓ ସଙ୍ଗୀତ ସନ୍ଧ୍ୟା ‘ହୋପ୍ ୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ଶ୍ରମିକ…
ଚିତ୍ରରେ ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟ
ଭୁବନେଶ୍ୱର, ୧୧ା୧(ବ୍ୟୁରୋ): କେତକୀ ଫାଉଣ୍ଡେଶନ୍ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରୀୟ ଲଳିତ କଳା ଏକାଡେମି ପରିସରରେ ‘ଆଇ ଆମ୍ ୱିଥ୍ ନେଚର’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ୧୦ ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀଙ୍କ…
ଭାରତରେ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା: ୧ ଲକ୍ଷରେ ୧୬.୫% ଯୁବଗୋଷ୍ଠୀ କରୁଛନ୍ତି ଆତ୍ମହତ୍ୟା
ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଆତ୍ମହତ୍ୟା ଦୃଷ୍ଟିରୁ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁ ଆଗରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫% ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି। ଜାତୀୟ…
ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା
ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ କାମ କରୁଥିବା ୬ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଓ…
ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଜେଏସ୍ଡବ୍ଲ୍ୟୁର ପ୍ରୟାସ
ପାରାଦୀପ, ୧୧ା୧ (ସ୍ବ.ପ୍ର.): ପାରାଦୀପଠାରେ ହେବାକୁ ଥିବା ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଶୁକ୍ରବାର ଶିଳ୍ପ ପ୍ରଭାବିତ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ରୋଜଗାର ଯୋଗାଇବା ବ୍ୟବସ୍ଥା କରାଯାଇଛି। କମ୍ପାନୀ ପକ୍ଷରୁ ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗଁ। ପଞ୍ଚାୟତର…
ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ
ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସମେତ ସରକାରଙ୍କ ଅଗ୍ରାଧିକାର ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି। ବିଭିନ୍ନ…
Archives


