ପଳାତକ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ନାଁରେ ‘ବ୍ଲୁ କର୍ନର ନୋଟିସ’ ଜାରିକଲା ଇଣ୍ଟରପୋଲ୍
ଗାନ୍ଧୀନଗର,୨୨ା୧: ଭାରତ ଛାଡ଼ି ପଳାୟନ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରିବା ପାଇଁ ଗୁଜରାଟ ପୋଲିସ ଅନୁରୋଧକ୍ରମେ ଇଣ୍ଟରପୋଲ୍ ନିତ୍ୟାନନ୍ଦଙ୍କ ବିରୋଧରେ ବୁଧବାର ବ୍ଲୁ କର୍ନର ନୋଟିସ ଜାରି କରିଛି।…
ତାଜମହଲ ସୌନ୍ଦର୍ଯ୍ୟକୁ ଗର୍ଲଫ୍ରେଣ୍ଡଙ୍କ ସହ ଉପଭୋଗ କଲେ ଆମାଜନ୍ ସିଇଓ
ଆଗ୍ରା,୨୨।୧: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନ୍ର ସିଇଓ ଜେଫ୍ ବେଜୋସ୍ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ସେନ୍ସେଶନ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତଥା ବିଶ୍ୱ ପ୍ରସିଦ୍ଧ ତାଜମହଲ ସହ ବେଜୋସ୍…
ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍
ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍ ବ୍ୟାଙ୍ଗକକ୍,୨୨।୧- କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ୍.ଏସ୍. ପ୍ରଣୟ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଶ୍ରୀକାନ୍ତଙ୍କୁ ଇଣ୍ଡୋନେସିଆର ହିରେନ ରୁଷ୍ଟାଭିଟୋ, ବର୍ମାଙ୍କୁ ମାଲେସିଆର…
ଏସ୍ସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ଲାଗି ପ୍ରକ୍ରିୟା ଆରମ୍ଭ, ଗୁରୁବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୧(ବ୍ୟୁରୋ): କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ପହିଲାରୁ ନିର୍ମାଣ…
ନିତ୍ୟ ଖାଆନ୍ତୁ ସେଓ, ଅନେକ ସମସ୍ୟାରୁ ମିଳିବ ମୁକ୍ତି
କଥାରେ ଅଛି ‘ଆନ୍ ଆପଲ ଏ ଡେ କିପ୍ସ ଦ ଡକ୍ଟର ଆଓ୍ବେ’। ଏହାର ଅର୍ଥ ଯଦି ଜଣେ ପ୍ରତ୍ୟହ ଗୋଟିଏ ସେଓ ଖାଏ ତେବେ ତାକୁ ଜୀବନରେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ନାହିଁ। ବିଶେଷକରି ଏହାକୁ ସକାଳେ ଖାଇବା ଭଲ।…
ଜାନୁୟାରୀ ୩୦ ଭିତରେ ହୋଇପାରେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା: ଅଯୋଧ୍ୟାର ଏହି ସନ୍ଥ ହୋଇପାରନ୍ତି ଅଧ୍ୟକ୍ଷ
ଆଯୋଧ୍ୟା,୨୨।୧: ରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ରାମ ମନ୍ଦିର ଟ୍ରଷ୍ଟ ଉପରେ। କାରଣ ୩ ମାସ ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ଗଠନ…
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ କୋର୍ଟଚାଲାଣ
କୋରୁକୋଣ୍ଡା,୨୨।୧(ଡି.ଏନ୍.ଏ): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୧୪୦ କେଜି ୩୫୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ମାଲକାନଗିରି ଥାନା ଅଧୀନସ୍ଥ ଏମ୍ଭି ୧୧୪ ଗ୍ରାମର ଭିମା ମଣ୍ଡଳ(୩୮)। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ…
ସୋସୋ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ହାଟଡିହୀ,୨୨।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ ସରପଞ୍ଚ କାଞ୍ଚନ ନାୟକଙ୍କ ବିରୋଧରେ ୱାର୍ଡ ସଭ୍ୟାସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ବୁଧବାର ୧୪ଟି ୱାର୍ଡ ମଧ୍ୟରୁ ୧୧ ସଭ୍ୟାସଭ୍ୟ ଏହି ଅନାସ୍ଥା ପ୍ରସ୍ତାବ ଆନନ୍ଦପୁର ଉପଜିଲାପାଳଙ୍କୁ ପ୍ରଦାନ କରିଛନ୍ତି…
ଖାଇବା ଭଲ ହୋଇ ନ ଥିବା କହି ଗାଳିଗୁଲଜ ସହ ମାରପିଟ: ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
କୋରୁକୋଣ୍ଡା,୨୨।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅଧୀନ ଆପନମାଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ ଛୁରାମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ତୁରୁ ମୁଦୁଲି(୪୦)। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ ଗିରଫ…
ପୁଞ୍ଜିଲାଲଙ୍କୁ ୪ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ
କଟକ ଅଫିସ,୨୨।୧: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ଅନ୍ତରୀଣ ଜାମିନ ମିଳିଛି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ୪ ଦିନ ଜାମିନ ଦେଇଥିବା…
ଅଓ୍ବନ୍ତିପୋରାରେ ଏନ୍କାଉଣ୍ଟର: ସେନାର ଗୁଳିରେ ଟଳିପଡ଼ିଲେ ଆଉ ଜଣେ ଆତଙ୍କବାଦୀ
ଶ୍ରୀନଗର,୨୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଅଓ୍ବନ୍ତିପୋରାରେ ବୁଧବାର ଏନକାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେଶନ୍ କରାଯାଇଥିଲା।…
ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା, ସ୍ବାମୀ ଗିରଫ
ରାସୋଳ,୨୨।୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଆରତୀ ସାହୁ(୧୭)। ରାସୋଳ ଥାନା ପୋଲିସ କାଟଖୁମ୍ପା ଗ୍ରାମର ଟିକିରା ପାହାଡ଼ ତଳୁ ବୁଧବାର ମୃତଦେହକୁ…
Archives


