ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ
ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ତିହାର ଜେଲ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ।…
ଜାତୀୟ ଭୋଟର ଦିବସ ପାଳନ
ଅନୁଗୋଳ ଅଫିସ,୨୫।୧: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜାତୀୟ ଭୋଟର ଦିବସ ପାଳନ କରାଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ ସାର,…
ଚିନ୍ତାକରି ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ: ଜିଲାପାଳ
ଛତ୍ରପୁର,୨୫।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭୋଟର ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଡିଆର୍ଡିଏ ସମ୍ମିଳନୀ ଗୃହରେ ଆୟୋଜିତ ସଭାରେ ଚିନ୍ତାକରି ଭୋଟଦେଲେ ଗଣତନ୍ତ୍ର…
ଭାଜପା ଭଳି ବିଜେଡି ରାଜନୀତିକରଣ କରିବାରେ ବିଶ୍ୱାସ କରେ ନାହିଁ: ସସ୍ମିତ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା ଦୁର୍ଭାଗ୍ୟଜନକ। ଏହାକୁ ଏଡ଼ାଯାଇ ପାରିଥାନ୍ତା। ଅଘଟଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଉଛୁ। ତାଙ୍କୁ କ୍ଷତିପୂରଣ ଦିଆଯାଉ। ଆହତ ବ୍ୟକ୍ତିଙ୍କୁ…
ବିମାନବନ୍ଦର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାର ସିବିଆଇ ତଦନ୍ତ କରାଯାଉ: କଂଗ୍ରେସ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହା ବଡ଼ ଧରଣର ଅଘଟଣ। ଦିନ ହୋଇଥିଲେ ବହୁତ ଜୀବନ ଯାଇଥାନ୍ତା।…
ଦ୍ରୁତ ଗତିରେ ବ୍ୟାପୁଛି କରୋନାଭାଇରସ
ପ୍ୟାରିସ,୨୫।୧: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ ଏବେ ୟୁରୋପ ପହଞ୍ଚିଯାଇଥିବା ଜଣାପଡିଛି। ଶୁକ୍ରବାର ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ୨ଜଣ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଚାଇନାରୁ ଫେରିଥିବା ଜଣାପଡିଛି। ଏଥି ମଧ୍ୟରୁ ଜଣେ…
ଜମ୍ମୁ-କଶ୍ମୀରରେ କାର୍ଯ୍ୟକ୍ଷମ ହେଲା ୨ଜି ମୋବାଇଲ ଇଣ୍ଟରନେଟ ସେବା
ଶ୍ରୀନଗର,୨୫।୧: ଦୀର୍ଘ ୫ ମାସ ପରେ ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହୋଇଛି। ଶନିବାରଠାରୁ କଶ୍ମୀର ଭ୍ୟାଲିରେ ଏହି ମୋବାଇଲ ସେବା କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜମ୍ମୁ-କଶ୍ମୀର ପ୍ରଶାସନର ଅନୁମତି ଅନୁଯାୟୀ, ଏଥିରେ…
ଶ୍ରେୟାସଙ୍କ ସ୍ଥାନ ପକ୍କା
ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆୟାର ୨୦୧୬ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍ରୁ ୧୩୮୧ ରନ୍…
ବୁର୍ଖା ପିନ୍ଧି କଲେଜ ଆସିବା ଉପରେ କଟକଣା: ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା
ପାଟନା,୨୫।୧: ବିହାରରେ ଏକ ମହିଳା କଲେଜରେ ଛାତ୍ରୀଙ୍କ ବୁର୍ଖା ପିନ୍ଧି ଆସିବା ଉପରେ କଟକଣା ଲଗାଯାଇଛି। ଛାତ୍ରୀମାନେ ଶନିବାରକୁ ଛାଡ଼ି ଅନ୍ୟ ଦିନ କଲେଜର ଡ୍ରେସ୍ କୋଡ୍ରେ ଆସିବାକୁ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ଛାତ୍ରୀଙ୍କୁ ୨୫୦…
ବୃଦ୍ଧାଶ୍ରମରୁ ଉଦ୍ଧାର ହେଲେ ୭୩ ବରିଷ୍ଠ ନାଗରିକ
ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ ବୃଦ୍ଧାଶ୍ରମର ପ୍ରଶାସନ ବିରୋଧରେ Maintenance&Welfare of…
୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ
ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ କରିଛନ୍ତି। ସେ ସ୍ଥାନୀୟ ଉନାଠାରୁ ବଡ଼ସର ପର୍ଯ୍ୟନ୍ତ କୌଣସି ସ୍ଥାନରେ ନ ରହି ଲଗାତାର…
ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା
ବଅଁରପାଳ,୨୫।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି ବେହେରା, ବାବାଜୀ ବେହେରା ଓ ମକର ବେହେରାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି।…
Archives


