ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିଲା ପ୍ରଥମ ବିମାନ
ଝାରସୁଗୁଡ଼ା ଅଫିସ/ଲଖନପୁର,୩୧।୧(ଡି.ଏନ୍.ଏ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଏଲାୟନ୍ସ ଏୟାର୍ ଏଟିଆର୍ ୭୨ ବିମାନ ଭାୟା ଭୁବନେଶ୍ବର ଦେଇ ବାରାଣସୀକୁ ପ୍ରଥମ କରି ଉଡ଼ାଣ କରିଛି । ଏହି ବିମାନ ଝାରସୁଗୁଡ଼ା ଭିଏସ୍ଏସ୍ ବିମାନ ବନ୍ଦରରୁ ୧୦ଟା…
ଏଥର ଅନ୍ଲାଇନ୍ରେ ହେବ ଓଜେଇଇ: ଉଭୟ ପିଜି, ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ଏହି ପଦ୍ଧତି ଲାଗୁ ହୋଇଛି। ଏ ନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।…
ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ
ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଅଭିଯୁକ୍ତ ପବନ ଗୁପ୍ତାଙ୍କୁ ଲାଗିଛି ଆଉ ଏକ ଝଟ୍କା। ଘଟଣା ସମୟରେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ପୂର୍ବରୁ ଅନୁମାନ କରାଯାଉଥିଲା…
ସ୍ପଷ୍ଟ କଲେ ରିୟା: ‘ବୀରେ ଦି ଓ୍ବେଡିଂ’ର ଆସିବ ସିକ୍ୟୁଏଲ
ବମ୍ବେ: ୨୦୧୮ରେ ରିଲିଜ ହୋଇଥିଲା କରିନା କପୁର ଖାଁ, ସୋନମ କପୁର, ସ୍ବରା ଭାସ୍କର, ଶିଖା ତଲ୍ସିନିୟା ଅଭିନୀତ ‘ବୀରେ ଦି ଓ୍ବେଡିଂ’। ଏବେ ଏହାର ସିକ୍ୟୁଏଲ(ଉତ୍ତରବୃତ୍ତାନ୍ତ) ନିର୍ମାଣ ହେବାକୁ ଯାଉଛି। ପ୍ରଯୋଜିକା ରିୟା କପୁର ନିଜ ଇନ୍ଷ୍ଟାଗ୍ରାମରେ ‘ଆସ୍କ ମି…
ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ଡାକରା: କୋରାପୁଟରେ ସମସ୍ତ ବ୍ୟାଙ୍କ ବନ୍ଦ
ଜୟପୁର,୩୧।୧(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରଠାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଳିତ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ଅନ୍ୟାନ୍ୟ ଘରୋଇ ବ୍ୟାଙ୍କକୁ ଆନ୍ଦୋଳନକାରୀ ବନ୍ଦ କରିଛନ୍ତି ।…
ସୁପର ଓଭରରେ ଭାରତକୁ ଦରକାର ୧୪ ରନ୍
ଓ୍ବେଲିଂଟନ,୩୧।୧-ପୂର୍ବ ମ୍ୟାଚ୍ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ପାଇଁ ଟିମ ସାଇଫର୍ଟ ଓ କଲିନ ମୁନ୍ରୋ ବ୍ୟାଟିଂ କରିଥିଲେ। ଭାରତ ପକ୍ଷରୁ…
ଘୋଷଣାପତ୍ରରେ ଭାଜପା କହିଲା ଶାସନକୁ ଆସିଲେ କମିବ ଦିଲ୍ଲୀର ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବହୁ ଘୋଷଣା କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣାପତ୍ର ଜାରି କରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନିତିନ ଗଡକରି, ଡା.…
ପୁଣି ସୁପର ଓଭରରେ ମ୍ୟାଚ୍
ଓ୍ବେଲିଂଟନ,୩୧।୧- ପୂର୍ବ ମ୍ୟାଚ୍ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୫ ରନ୍ କରିଥିଲା। ଜବାବରେ…
ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ଳାବିତ ହେବ ୬୦ ହଜାର ହେକ୍ଟର ଚାଷ ଜମି
ଆନନ୍ଦପୁର, ୩୧।୧(ସ୍ବ.ପ୍ର.)-ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତକରି ବହୁ ପ୍ରତିକ୍ଷୀତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାପିଠର ପ୍ଲାଟିନମ୍ ଜୁବୁଲି…
ଫାଶୀ ପାଇଁ ପ୍ରସ୍ତୁତ ତିହାର ଜେଲ
ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ରାତି ପାହିଲେ ଫାଶୀ ଦିଆଯିବା କଥା। ହେଲେ କେତେକ କାରଣ ପାଇଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଗୋଟିଏ ପଟେ ଏହି ମାମଲାର ଅନ୍ୟତମ ଦୋଷୀ ପବନ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା…
କିଛି କଥା ପ୍ରତି ଧ୍ୟାନଦେଲେ ନବଦମ୍ପତିଙ୍କ ସମ୍ପର୍କ ହୋଇଥାଏ ମଧୁର
ଏବେ ବିବାହ ଋତୁ ଚାଲିଥିବା ବେଳେ ନବଦମ୍ପତି ସେମାନଙ୍କ ସମ୍ପର୍କ କେମିତି ରହିବ ସେନେଇ ଚିନ୍ତିତ ଥା’ନ୍ତି। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ କେତେକ କଥା ପ୍ରତି ଧ୍ୟାନ ଦେଲେ ନବଦମ୍ପତିଙ୍କ ସମ୍ପର୍କ ମଧୁମୟ ହୋଇଉଠିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ……
ଏବେ କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ନିର୍ବାଚନ ହେବନାହିଁ: ମନ୍ତ୍ରୀ
ଭୁବନେଶ୍ୱର,୩୧।୧(ବ୍ୟୁରୋ): କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ଏବେ ନିର୍ବାଚନ ହେବନାହିଁ। କାର୍ଯ୍ୟକାଳ ସମାପ୍ତ ହେଉଥିବା ସମବାୟ ସମିତି ଦାୟିତ୍ୱରେ ଅଫିସର ରହିବେ ବୋଲି ଶୁକ୍ରବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଦେଇଛନ୍ତି। ଏହାଛଡ଼ା ଅନିୟମିତତା ଅଭିଯୋଗ ଆସିଥିବା ସମବାୟ…
Archives


