Home Left

ଓଡ଼ିଶାରେ ବଢ଼ିଲା ଜିଏସ୍‌ଟି ଆଦାୟ

କଟକ ଅଫିସ,୪ା୩: ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଆଦାୟରେ ଓଡ଼ିଶାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୧୯ ଫେବୃୟାରୀରେ ଓଡ଼ିଶାରେ ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ଆଦାୟ ୬୭୨.୯୯ କୋଟି ଟଙ୍କା ଥିବାବେଳେ ୨୦୨୦ ଫେବୃୟାରୀରେ ଏହା ୮୦୪.୮୫ କୋଟି ଟଙ୍କା ରହିଛି। ଏଣୁ ଗୋଟିଏ…

ଅଧୀରଙ୍କ ଅଫିସ ଭଙ୍ଗାରୁଜା

ନୂଆଦିଲ୍ଲୀ,୪ା୩: ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ୪ ଜଣ ଅଜଣା ବ୍ୟକ୍ତି ପ୍ରବେଶ କରି ଭଙ୍ଗାରୁଜା କରିବା ସହ ତାଙ୍କ କର୍ମଚାରୀଙ୍କୁ ଗାଳିଗୁଲଜ କରିଛନ୍ତି। ଅଧୀରଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ୍ତୋ ରାଜପଣ୍ଡିତ…

ଯୁକ୍ତ୨ ପରୀକ୍ଷା ଆରମ୍ଭ: କପି କରି ଧରାପଡ଼ିଲେ ୧୧ ବିଜ୍ଞାନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଛନ୍ତି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିଥିଲା। ୯୭…

କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା

ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍‌ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍‌ ପଡ଼ିନି। ଚାରିଆଡ଼େ ଏହାକୁ ଦେଇ ଭୟ ଲାଗିରହିଥିବା ବେଳେ ୨୦ ଦିନ ତଳେ ଚାଇନାରୁ ଏକ କଣ୍ଟେନର୍‌ରେ…

ପଶ୍ଚିମବଙ୍ଗରେ ରହୁଥିବା ସବୁ ବାଂଲାଦେଶୀ ଭାରତୀୟ: ମମତା

କାଲିଆଗଞ୍ଜ, ୪ା୩ (ପି.ଟି.): ବାଂଲାଦେଶରୁ ଆସି ପଶ୍ଚିମବଙ୍ଗରେ ରହୁଥିବା ଓ ଏଠାରେ ଭୋଟ ଦେଇଆସୁଥିବା ଲୋକମାନେ ଭାରତୀୟ ନାଗରିକ। ସେମାନଙ୍କୁ ନାଗରିକତା ପାଇଁ ପୁଣିଥରେ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି। ଦିଲ୍ଲୀ…

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ ହେବାର ଥିଲା। ଆମେରିକା, ରୁଷିଆ, ଫ୍ରାନ୍ସ ସମେତ ବିଭିନ୍ନ ଦେଶର ନୌସେନା ଏଥିରେ ସାମିଲ…

ଆଫଗାନ ସେନା ଘାଟିକୁ ତାଲିବାନର ଟାର୍ଗେଟ

କାବୁଲ,୪ା୩(ଏଏଫ୍‌ପି): ଆଫଗାନିସ୍ତାନର ସେନା ଘାଟି ଉପରେ ତାଲିବାନ ପକ୍ଷରୁ ଏକାଧିକ ଆକ୍ରମଣ କରାଯାଇଛି। ଫଳରେ ଆମେରିକା-ଆଫଗାନିସ୍ତାନ ଶାନ୍ତି ଆଲୋଚନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋମବାର ରାତିରେ ଆଫଗାନିସ୍ତାନର ୧୩ଟି ସ୍ଥାନରେ ଥିବା ସେନା ଘାଟି ଉପରେ ତାଲିବାନ ପକ୍ଷରୁ…

ଦିଲ୍ଲୀ ଦଙ୍ଗା: ୪୩୬ ମାମଲା ରୁଜୁ, ୧୪୨୭ ଗିରଫ

ନୂଆଦିଲ୍ଲୀ,୪ା୩(ପି.ଟି.): ଦିଲ୍ଲୀ ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ଏପର୍ଯ୍ୟନ୍ତ ୪୩୬ଟି ମାମଲା ରୁଜୁ ହେବା ସହ ୧୪୨୭ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅସ୍ତ୍ରଶସ୍ତ୍ର ଆଇନରେ ୪୫ ମାମଲା ରୁଜୁ ହୋଇଛି। ଗତ ୬ ଦିନ…

ଫେରିଆସିଲେ ସ୍ବାଗତ କରିବୁ: ପ୍ରିନ୍ସ ହ୍ୟାରିଙ୍କୁ ମହାରାଣୀ କହିଲେ

ଲଣ୍ଡନ,୪ା୩: ତୁମେ ଯେତେବେଳେ ବି ଫେରିଆସିବ ଆମେ ତୁମକୁ ସ୍ବାଗତ କରିବୁ। ରାଜକୀୟ ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଥିବା ବ୍ରିଟେନର ମହାନ ରାଜବଂଶର ଅନ୍ୟତମ ଦାୟାଦ ପ୍ରିନ୍ସ ହ୍ୟାରିଙ୍କୁ ଏହା କହିଛନ୍ତି ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟ। ସତେ ଯେମିତି ନିଜ ନାତି ହ୍ୟାରି…

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଙ୍ଗଳବାର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଆକ୍ରମଣ…

ବିକ୍ଷୋଭ ବେଳେ ୧୮୫ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୪ା୩(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଓ ଜାତୀୟ ରାଜଧାନୀରେ ସଦ୍ୟ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ରାମଲୀଲା ମଇଦାନକୁ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ୧୮୫ ଛାତ୍ରୀଛାତ୍ରଙ୍କୁ ଅଟକ ରଖାଯାଇଥିଲା। କମଲା ମାର୍କେଟ, ହରି…

୫ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪ା୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ୫ ଜଣ ବିଦେଶୀ ଭିଜା ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ଦେଶ ଛାଡ଼ି ଚାଲିଯିବା ଲାଗି କୁହାଯାଇଛି। ମଙ୍ଗଳବାର ଲୋକ ସଭାରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri