Home Left

ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି ପାରିବେ। ସେଭଳି ରୋଗୀ କୋଭିଡ୍‌ ହସ୍ପିଟାଲ କିମ୍ବା କୌଣସି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଦରକାର ନାହିଁ।…

‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନାବଦ୍ଧଭାବେ ଏହି ସହସ୍ରାଧିକ ଲୋକଙ୍କୁ ଅଣାଯିବା ଲାଗି ଯୋଜନା ଚୂଡ଼ାନ୍ତ ହୋଇଛି। ତେବେ…

‘ମୁସ୍‌ଲିମ୍‌ ପରିବା ବ୍ୟବସାୟୀଙ୍କୁ ସାବଧାନ’: ବିଧାୟକଙ୍କ ମନ୍ତବ୍ୟକୁ ଭାଜପା ଅଧ୍ୟକ୍ଷଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୯ା୪: ଉତ୍ତରପ୍ରଦେଶର ଦେଓରିଆ ବିଧାୟକ ସୁରେଶ ତିଓ୍ବାରୀ(୭୪) ‘ମୁସଲମାନ୍‌ ପରିବା ବ୍ୟବସାୟୀଙ୍କଠାରୁ ପରିବା କିଣନାହିଁ ଓ ସେମାନଙ୍କଠାରୁ ଦୂରେଇ ରୁହ’ ବୋଲି ସର୍ବସାଧାରଣରେ କହିବା ପରେ ଏହାକୁ ଭାଜପା ଅଧ୍ୟକ୍ଷ ଜେ.ପି.ନଡ୍ଡା ସମାଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ପରେ ଲୋକମାନେ ବିଭିନ୍ନ ପରିବା…

ଆଉ ୩ ସ୍ଥାନରେ ସ୍ଥାପନ ହେବ କୋଭାସ୍‌ ମେଶିନ

ଭୁବନେଶ୍ୱର, ୨୯।୪(ବ୍ୟୁରୋ): କରୋନାକୁ ମୁକାବିଲା କରିବା ପାଇଁ ଏବେ ରାଜ୍ୟର ସବୁ ବିଭାଗ ଏକତ୍ର ହୋଇ କାର୍ଯ୍ୟ କରୁଛି। ରାଜ୍ୟବାସୀଙ୍କୁ କରୋନା କବଳରୁ କିପରି ରକ୍ଷା କରାଯାଇପାରିବ ତାହା ହିଁ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଛି। ଶୀଘ୍ର ନମୁନା…

ପେଣ୍ଟାଗନ ଜାରି କଲା ୟୁଏଫ୍‌ଓ ଭିଡିଓ

ଓ୍ବାଶିଂଟନ,୨୯ା୪: ପୃଥିବୀ ବାହାରରେ ଥିବା ଦୁନିଆ ଓ ସେଠାରେ ବସବାସ କରୁଥିବା ଏଲିଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଜୋର୍‌ ଧରିଥାଏ। ଅନେକ ସମୟରେ ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଂ ଅବ୍‌ଜେକ୍ଟ (ୟୁଏଫ୍‌ଓ)କୁ ଦେଖିଥିବା ଲୋକେ ଦାବି କରିଥାନ୍ତି। ତେବେ ଅଦ୍ୟାବଧି ଏହାର ସତ୍ୟତା…

ପୁଣି ବୋଟ୍‌ରେ ଆସିଲେ ୩୩ ମତ୍ସ୍ୟଜୀବୀ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍‌ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା ଭୟ ହେଉ କି କାମଧନ୍ଦା ମିଳୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରି ନ…

‘ପ୍ଲାଜ୍‌ମା ଥେରାପିର ଅଧିକ ଗବେଷଣା ଜରୁରୀ’

ନୂଆଦିଲ୍ଲୀ,୨୯ା୪: କରୋନା ଭୂତାଣୁର ଉପଚାର ଲାଗି ପ୍ଲାଜ୍‌ମା ଥେରାପିକୁ ସମର୍ଥନ କରାଯିବାର କୌଣସି ଭିତ୍ତି ନାହିଁ। ଏହାର ଅଧିକ ଗବେଷଣା ଜରୁରୀ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି…

ଅସ୍ଥାୟୀ କ୍ୟାମ୍ପ ପାଇଁ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ଲାଗି ପଞ୍ଚାୟତ ଓ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଚାଳନା ନେଇ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ବାହାର ରାଜ୍ୟରୁ ଫେରୁଥିବା…

ଆଇସିୟୁରେ ଇର୍ଫାନ୍‌ ଖାନ୍‌

ମୁମ୍ବାଇ,୨୯ା୪: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାନ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏବେ ଡାକ୍ତରମାନେ…

ଚିନ୍ତା ବଢ଼ାଇଲେ ସୁପରସ୍ପ୍ରେଡର

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସତ୍ତ୍ୱେ ସଂକ୍ରମଣ ବଢ଼ି ଚାଲିଛି। ପ୍ରଥମେ ବିଦେଶ ଫେରନ୍ତା, ପରେ ନିଜାମୁଦ୍ଦିନ, ଆଉ ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରୁ କେତେଜଣ…

ସହରୀ ବସ୍ତିକୁ ବଡ଼ ବିପଦ

ନ୍ୟୁୟର୍କ,୨୯ା୪: ମହାମାରୀ କରୋନା ସ୍ଥାନକାଳ ବାଛ ବିଚାର କରୁନାହିଁ। ଯେଉଁଠି ଯେତେବେଳେ ପାରିଲା ମାଡ଼ିଯାଉଛି। ତେବେ ଅସ୍ବଚ୍ଛ ଓ ଅଶ୍ୱସ୍ତିକର ପରିବେଶରେ ଏହି ଘାତକ ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ସହରାଞ୍ଚଳର ବସ୍ତିଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ କୋଭିଡ୍‌-୧୯ ବେଶି…

ଚୋକ୍‌ସି, ମାଲ୍ୟାଙ୍କ ସମେତ ଖିଲାପକାରୀଙ୍କୁ ଋଣ କ୍ଷମା

ନୂଆଦିଲ୍ଲୀ,୨୯।୪: ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଅନାଦାୟ ଋଣ(ଏନ୍‌ପିଏ) ସ୍ତର ବଢ଼ିବା ଆଶଙ୍କା ରହିଛି। ଏଭଳି ସ୍ଥଳେ ବୃହତ୍‌ ପରିମାଣର ଋଣ ନେଇ ପରିଶୋଧ କରି ନ ଥିବା ୫୦ ଇଚ୍ଛାକୃତ ଖିଲାପକାରୀଙ୍କ ୬୮,୬୦୭ କୋଟି ଟଙ୍କାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ରାଇଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri