କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ଜଣାଶୁଣା ଟିଭି କଳାକାର ସମୀର ଶର୍ମା ଫାଶୀ ଲଗାଇ ଆତ୍ମହତ୍ୟା  କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ୪୪ବର୍ଷୀୟ ସମୀର ମୁମ୍ବାଇର ମଲାଡ ପଶ୍ଚିମ ସ୍ଥିତ ନେହା ସିଏଚ୍‌ଏସ୍‌ ବିଲ୍‌ଡିଂରେ ଥିବା ନିଜ ଘରେ ଆତ୍ମହତ୍ୟା କରଥିବା ଜଣାପଡ଼ିଛି। କୁହାଯାଉଛି, ୨ଦିନ ପୂର୍ବରୁ ସମୀର ଆତ୍ମହତ୍ୟା କରିଛନ୍ତି। କାରଣ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଘରୁ ଗଳିତ ମୃତଦେହ ଉଦ୍ଧାର କରିଛି। ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏଯାଏଁ ଜଣାପଡ଼ି ନ ଥିବା ବେଳେ ବୁଧବାର ରାତିରେ ଉକ୍ତ ବିଲ୍‌ଡିଂର ସୁରକ୍ଷାକର୍ମୀ ତାଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଏପର୍ଯ୍ୟନ୍ତ ପୋଲିସକୁ ସମୀରଙ୍କ ସୁଇସାଇଡ ନୋଟ ମିଳି ନ ଥିବା ବେଳେ ପୁରା ଘରର ସର୍ଚ୍ଚ ଅପରେଶନ୍‌ ଚାଲିଛି। ସେହିପରି ଚଳିତ ବର୍ଷ ଫେବୃୟାରୀରେ ସମୀର ଉକ୍ତ ଆପାର୍ଟମେଣ୍ଟ ଭଡାରେ ନେଇଥିଲେ ବୋଲି ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ସମୀର କେତେଗୁଡ଼ିଏ ସିରିୟଲ୍‌ରେ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।  କାହାନୀ ଘର ଘର କି, ୟେ ରିସ୍ତେ ହେଁ ଫ୍ୟାର କେ, ଲେଫ୍ଟ ରାଇଟ ଲେଫ୍ଟ, ଇସ୍‌ ପ୍ୟାର କା କ୍ୟା ନାମ ଦୁଁ ଭଳି କେତେକ ଟିଭି ସିରିୟଲ୍‌ରେ ସମୀର କାମ କରିସାରିଛନ୍ତି। କେତେବେଳେ ବାପା ଭୂମିକାରେ ତ କେତେବେଳେ ପୁଅ ଆଉ କେତେବେଳେ ମୁଖ୍ୟ ଚରିତ୍ରରେ ଅଭିନୟ କରି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri