ଅଯୋଧ୍ୟା ଗସ୍ତ ପୂର୍ବରୁ ଆରଏସ୍ଏସ୍ ମୁଖ୍ୟ କରାଇଲେ କରୋନା ଟେଷ୍ଟ
ଆଯୋଧ୍ୟା,୪।୮: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ଆରମ୍ଭ ସୋମବାରଠାରୁ ହୋଇଛି। ମଙ୍ଗଳବାର ରାମାର୍ଚ୍ଚା ପୂଜା ଅନୁଷ୍ଠିତ ହୋଇଛି। ଏଥିସହ ଡ୍ରୋନ୍ ଜରିଆରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ସରୟୁ…
ଆଇପିଏଲ୍ ଖେଳୁ ନ ଥିବାରୁ ଅବସୋସ ନାହିଁ: ଷ୍ଟାର୍କ
ମେଲବୋର୍ନ,୪।୮(ପି.ଟି.): ଚଳିତ ବର୍ଷ ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଖେଳିବେ ନାହିଁ। ତେବେ ଏଥିପାଇଁ ମୋର କୌଣସି ଅବସୋସ ନାହିଁ ବୋଲି ସେ…
ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା
ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ ଥିଲା। ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅମର ସିଂଙ୍କ ଦୃଢ ସମ୍ପର୍କ…
ନରସିଂହ ଯାଦବଙ୍କ ବାସନ୍ଦ ସିରିଲା: ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ
ନୂଆଦିଲ୍ଲୀ,୪।୮: ଭାରତୀୟ ତାରକା ରେସଲର ନରସିଂହ ଯାଦବଙ୍କ ବାସନ୍ଦ ଅବଧୀ ଶେଷ ହୋଇଛି। ୪ ବର୍ଷ ତଳେ ତାଙ୍କୁ ଡୋପ୍ ଟେଷ୍ଟରେ ବିଫଳ ହେବା କାରଣରୁ ବାସନ୍ଦ କରାଯାଇଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ତାଙ୍କୁ ବିଶ୍ୱ ନିଶା ନିବାରଣ ସଂସ୍ଥା…
ବରଗଡ଼ରେ କୋହଳ ହେଲା କଟକଣା
ବରଗଡ଼ ଅଫିସ୍,୪।୮: ବରଗଡ଼ ଜିଲାରେ ମଙ୍ଗଳବାରରୁ କରୋନା କଟକଣାକୁ କୋହଳ କରାଯାଇଛି। ଏ ନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଏଣିକି ଜିଲାର ସମସ୍ତ ବ୍ୟବସାହିକ ପ୍ରତିଷ୍ଠାନ ଅର୍ଥାତ୍ ଦୋକାନ, ବଜାର…
ଅଷ୍ଟ୍ରେଲିଆ- ଓ୍ବେଷ୍ଟଇଣ୍ଡିଜ୍ ଟି୨୦ ସିରିଜ ସ୍ଥଗିତ
ମେଲବୋର୍ନ, ୪।୮(ପି.ଟି.): ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆ- ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜକୁ ସ୍ଥଗିତ ରଖାଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ସୂଚନା ଦେଇଛି। ଟି୨୦ ବିଶ୍ୱକପ୍ ପୂର୍ବରୁ ଏହାକୁ ଏକ ଓ୍ବାର୍ମଅପ୍ ସିରିଜ…
କରୋନା ଯୋଦ୍ଧା ଏଏସ୍ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍ ଅନର ଦେଲା ଗଞ୍ଜାମ ପୋଲିସ
ଛତ୍ରପୁର, ୪।୮(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର ଠାରେ ତାଙ୍କର ପାର୍ଥିବ ଶରୀରକୁ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଗଞ୍ଜାମ…
ଅତିଥିଙ୍କୁ ଉପହାର ମିଳିବ ସ୍ବତନ୍ତ୍ର ରୁପା ମୁଦ୍ରା
ଅଯୋଧ୍ୟା, ୪।୮: ରାମମନ୍ଦିରର ଭୂମି ପୂଜନ ଉତ୍ସବ ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଶୁଭାରମ୍ଭ ହେବ। କାର୍ଯ୍ୟକ୍ରରେ ଯୋଗଦେବା ପାଇଁ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ଏହି ଅବସରରେ ସେମାନଙ୍କୁ ସ୍ବତନ୍ତ୍ର ରୁପା ମୁଦ୍ରା ଉପହାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ରୁପା ମୁଦ୍ରାର…
ଭଣ୍ଡାରିପୋଖରୀରୁ ୩ ପଜିଟିଭ ଚିହ୍ନଟ: ରହଣିଆ ପଞ୍ଚାୟତର ୩ ୱାର୍ଡ ୭ ଦିନ ଶଟ୍ଡାଉନ
ଭଣ୍ଡାରିପୋଖରୀ,୪।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରୁ ମଙ୍ଗଳବା ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରହଣିଆ ପଞ୍ଚାୟତ ରାଣିଗଡ଼ିଆ ଗ୍ରାମରୁ ୨ ଜଣ ରହିଥିବା ବେଳେ ଆକୁଲିକଣା ଗ୍ରାମରୁ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏହା ପରେ ରହଣିଆ…
ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ବରଗଡ଼ ଅଫିସ୍,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାର ଜଣେ, ୱାର୍ଡ ନଂ-୨ ମେହେରପଡ଼ାର ୭ଜଣ, ବିଜେପୁର ବ୍ଲକ ସାଧୁପାଲି ଗ୍ରାମର ଜଣେ…
ଶ୍ରୀନଗରରେ ହିଂସା ଆଶଙ୍କାରେ ୨ଦିନ କର୍ଫ୍ୟୁ ଜାରି: ରାସ୍ତା ବଜାର ସିଲ୍
ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଠିକ୍ ବର୍ଷେ ତଳେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ୨୦୧୯ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା। ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବର୍ଷେ ପୂରିଛି। ଏହି ଦିନଟି…
କଟାପାଲିର ୨ଯୁବକ କରିବେ ପ୍ଲାଜମା ଦାନ
ବରଗଡ଼ ଅଫିସ୍,୪।୮: କରୋନା(କୋଭିଡ୍-୧୯)ରୁ ଆରୋଗ୍ୟ ଲାଭକରି ମଙ୍ଗଳବାର ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ଦୁଇଜଣ ଯୁବକ ପ୍ଲାଜମା ଦାନ କରିବେ। ସେମାନେ ହେଲେ, ରବୀନ୍ଦ୍ର ସାହୁ ଓ ଉମେଶ ଦାଶ । ଯୁବକମାନଙ୍କ ଏଭଳି ବଦାନ୍ୟତା ଯୋଗୁ ମଙ୍ଗଳବାର ସକାଳଳେ…
Archives


