Home Left

୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ଇପିଏଫ୍‌ ଜମା ଉପରେ ଟିକସ ଲାଗିବ

ନୂଆଦିଲ୍ଲୀ,୧୮ା୩:କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାର୍ଷିକ ଜମା ୨.୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେଲେ ଏହା ଉପରେ ଟିକସ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ଲକ୍ଷ ରଖାଯାଇଛି। ନୂଆ ଆୟକର ଆଇନ ନିୟମାବଳୀରେ…

ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୧୮ା୩(ବ୍ୟୁରୋ):ରାଜ୍ୟରେ ଆସନ୍ତା ଏପ୍ରିଲ ୨୮ ତାରିଖରୁ ଅଫଲାଇନ ମୋଡରେ ଯୁକ୍ତ ୨ ପରୀକ୍ଷା ହେବ। କଳା, ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା କରାଯିବ। ଏଥିରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଯୁକ୍ତ ୨ ପରୀକ୍ଷା ନେଇ…

ଆଇପିଏଲ୍‌ରେ ସର୍ବାଧିକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ଆଇପିଏଲରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଯୁବକ ଏବଂ ଅଭିଜ୍ଞ ଖେଳାଳିମାନେ ବିଶ୍ୱ ସ୍ତରୀୟ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଆନ୍ତି। ଭବିଷ୍ୟତରେ ଏଠାରେ ଖେଳିବା ସେମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୁଏ। ଟି -୨୦ ଫର୍ମାଟରେ ଦ୍ରୁତତମ ରନ ସ୍କୋର କରୁଥିବା…

ୟାମିଙ୍କ ସହ ବ୍ରେକ୍‌ଅପ ପରେ ଭାଙ୍ଗି ପଡିଥିଲେ ଅଭିନେତା

ବଲିଉଡ ଅଭିନେତା ପ୍ରତୀକ ବବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି । ତାଙ୍କର ଏକ ଫିଲ୍ମ ‘ଏକ ଦିୱାନା ଥା’ ଫ୍ଲପ ହୋଇଥିଲା ।…

ୟୁକ୍ରେନର ସ୍କୁଲ-ସାଂସ୍କୃତିକ କେନ୍ଦ୍ର ଉପରେ ଆକ୍ରମଣ: ୨୧ ମୃତ

କ୍ୱିଭ୍‌,୧୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୨ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ଏବେ ବି ରୁଷିଆ ସୈନ୍ୟ ରକେଟ ଓ ମିଶାଇଲ ମାଡ଼ କରୁଥିବା ବେଳେ ଗୁରୁବାର ଦେଶର ୩ଟି ସହରରେ ବଡ଼ ଆକ୍ରମଣ ହୋଇଛି।…

ପ୍ରଚାରରେ ମନ୍ତ୍ରୀ, ଏମ୍‌ପି

ବରଗଡ଼ ଅଫିସ୍‌/ବରପାଲି,୧୭।୩(ଡି.ଏନ.ଏ): ବରଗଡ଼ ଜିଲାରେ ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଜିଲାର ବରଗଡ଼ ମ୍ୟୁନିସିପାଲିଟି ସମେତ ବିଜେପୁର, ବରପାଲି ଏବଂ ପଦ୍ମପୁରରେ ଏହି…

ଆଇସିଜେ ରାୟକୁ ମାନିଲାନି ରୁଷିଆ

ହେଗ୍‌/ମସ୍କୋ,୧୭ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି।…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଜୟପୁର, ୧୭ା୩ (ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ବିଚାର ଗୁରୁବାର ଫାଷ୍ଟଟ୍ରାକ୍‌ ସ୍ପୋଶାଲ କୋର୍ଟରେ ହୋଇଛି। ଆଡହକ ଆଡିସନାଲ ସେସନ ଜଜ୍‌ ପ୍ରଦୀପ କୁମାର ସାସମଲ ମାମଲାର ରାୟ ଶୁଣାଣି…

ଦକ୍ଷିଣ କୋରିଆରେ ୬ ଲକ୍ଷ ଟପିଲା ଦୈନିକ ସଂକ୍ରମଣ

ସିଓଲ,୧୭।୩: ଦକ୍ଷିଣ କୋରିଆରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଗୋଟିଏ ଦିନରେ ୬,୨୧,୦୦୦ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଅତିକ୍ରମ କରିଛି। ଓମିକ୍ରନ୍‌ ଆସିବା ପରେ ଫେବୃୟାରୀରୁ ଇତିମଧ୍ୟରେ…

ଶୁକ୍ରବାର ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଆଲୋଚନା କରିବେ। ଗୁରୁବାର ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଇନା ଓ ଆମେରିକା ମଧ୍ୟରେ…

ଖୁବ୍‌ଶୀଘ୍ର ସୋନିଆଙ୍କୁ ଭେଟିବେ ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ,୧୭।୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ (ଅସନ୍ତୁଷ୍ଟ ନେତାମାନଙ୍କ ଗୋଷ୍ଠୀ) ଦଳୀୟ ନେତୃତ୍ୱରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର କରିଛିି। ବୁଧବାର ରାତିରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ୧୮ ଅସନ୍ତୁଷ୍ଟ…

ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ଓ୍ବାଶିଂଟନ୍‌, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର କୋଭିଡ୍‌ ରେସ୍‌ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ମାସରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri