ମନ୍‌ସୁନ୍‌ ଟିପ୍ସ

ବର୍ଷାଦିନେ ଥଣ୍ଡା, କାଶ ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ପାଣିପାଗ ବଦଳୁଥିବାରୁ ଭାଇରାଲ୍‌ ଇନ୍‌ଫେକଶନ୍‌ ହୁଏ। ତେବେ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ବି ଏହି ସମସ୍ୟାର ସମାଧାନ କରିପାରିବେ…
-ବର୍ଷାଦିନେ ଯଦି କାଶ ହେଉଥାଏ ତେବେ ମହୁରେ ଲେମ୍ବୁରସ ମିଶାଇ ପିଅନ୍ତୁ। ଏକ ଗ୍ଲାସ୍‌ ପାଣି ଗରମକରି ସେଥିରେ ଲେମ୍ବୁରସ ଓ ମହୁ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। କିଛିଦିନ ପରେ କାଶ କମିଯିବ।
-ଥଣ୍ଡାରୁ ଅତି ସହଜରେ ମୁକ୍ତି ପାଇବା ପାଇଁ ତୁଳସୀପତ୍ର ସହ ଅଦା ମିଶାଇ ଖାଆନ୍ତୁ। ସକାଳୁ ସ୍ନାନ ପରେ ଏହାକୁ ସିଧାସଳଖ ଚୋବାଇ ଖାଇପାରିବେ କିମ୍ବା ଏହାକୁ ପାଣି ଅଥବା ଚା’ ସହିତ ସିଝାଇ ପିଇପାରିବେ।
-ଥଣ୍ଡାକାଶ ଆଦି ବିଭିନ୍ନ ସମସ୍ୟା ଦୂରକରିବା ସହିତ ଅତି ସହଜରେ ନିଜ ଇମ୍ୟୁନିଟି ପାଓ୍ବାର ବଢ଼ାଇବା ପାଇଁ ହେଲେ ଗୁଳୁଚି ଅତ୍ୟନ୍ତ ଉପକାରୀ। ତେଣୁ ଗୁଳୁଚିକୁ ପାଣିରେ ସିଝାଇ କାଢ଼ା କରି ପିଅନ୍ତୁ। ପ୍ରାକୃତିକ ଉପାୟରେ ଏହି ମାଧ୍ୟମରେ ଇମ୍ୟୁନିଟି ଶକ୍ତି ବଢ଼ିବା ସହ ରୋଗ ସଂକ୍ରମଣରୁ ରକ୍ଷା ମିଳିପାରିବ।
-ଳଦୀରେ ମଧ୍ୟ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଛି। ଥଣ୍ଡା, କାଶ ପାଇଁ ତ ଏହା ଅତ୍ୟନ୍ତ ଫଳପ୍ରଦ। ଏକ ଗ୍ଲାସ୍‌ ଉଷୁମ କ୍ଷୀରରେ ୨ ଚାମଚ ହଳଦୀଗୁଣ୍ଡ ମିଶାଇ ପ୍ରତିଦିନ ପିଅନ୍ତୁ। ଖାଲି ସେତିକି ନୁହେଁ , ହଳଦୀକୁ ପାଣିରେ ସିଝାଇ କାଢ଼ା ଭଳି ମଧ୍ୟ ପିଇପାରିବେ।
ସକାଳୁ ଗରମପାଣି ସହ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ଥଣ୍ଡା ଭଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri