ଜମି ହରାଇଥିବା ଲୋକଙ୍କୁ ମିଳିଲା ନାହିଁ କ୍ଷତିପୂରଣ: ପକାଇଲେ ତାଲା
କୁଆଁରମୁଣ୍ଡା,୭।୧୦(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଉଷ୍ରାଠାରେ ଶଙ୍ଖ ନଦୀରୁ ଜଳ ଉଠାଯାଇ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳଯୋଗାଇବା ଲକ୍ଷ୍ୟ ନେଇ ବୃହତ୍ତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରୁ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହୋଇଛି। ଏପରିକି…
୫୦ ଫୁଟ ତଳକୁ ଖସିଲା ଟ୍ରକ୍, ୨ ଜଣଙ୍କ ଜୀବନ ଗଲା
ସୁନ୍ଦରଗଡ଼,୫ା୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ନିକଟରେ ବୁଧବାର ଏକ ଟ୍ରକ୍ ଭାରସାମ୍ୟ ହରାଇ ତୋଡ଼ା ବ୍ରିଜରୁ ୫୦ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କ ଜୀବନ ଯାଇଛି। ଉଭୟଙ୍କର…
ଯୁବକଙ୍କୁ ପଥରରେ ଛେଚି ହତ୍ୟା: କାରଣ ଖୋଜୁଛି ପୋଲିସ
ଲହୁଣୀପଡ଼ା,୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଧୀନ ଜାମୁଡ଼ିହି ପଞ୍ଚାୟତ କୁଞ୍ଚପାଣି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ସ୍ବର୍ଗତ ଲାକା ମୁଣ୍ଡାଙ୍କ ପୁଅ ବିଲିୟମ ମୁଣ୍ଡା(୩୬)। ମୃତଦେହ ସତ୍କାର ଲାଗି ଗାଁ ଲୋକଙ୍କ ସହିତ ବିଲିୟମ…
ବରା-ସାଇକେଲ ଦୋକାନୀ ମାରପିଟ, ମାମଲା ଥାନାରେ
କୁଆଁରମୁଣ୍ଡା,୧।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଚେକ୍ଗେଟ୍ ନିକଟରେ ବରା ଓ ସାଇକେଲ ଦୋକାନୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏନେଇ ସାଇକେଲ ଦୋକାନୀ ରାଫେଲ ମିଞ୍ଜଭ୍କଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଉକ୍ତ ମାରପିଟ୍ ଘଟଣାରେ ବରା ଦୋକାନୀ…
ଖଣି ଶ୍ରମିକଙ୍କୁ ବୋନସ ନ ମିଳିବା ନେଇ ବିକ୍ଷୋଭ
ଟେନ୍ସା, ୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ରାଉରକେଲା ଇସ୍ପାତ କାରଖାନା ସହବନ୍ଧିତ ବରସୁଆଁ ଲୌହଖଣି (ସେଲ)ର ଶ୍ରମିକ ମାନଙ୍କୁ ବୋନସ ନ ମିଳିବା ନେଇ ବରସୁଆଁ ଲୌହଖଣି ସମୂଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଦୁର୍ଗାପୂଜା ଆସିଲେ ଖଣି…
ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ଚାକିରୀରୁ ବିଦା
ଲେଫ୍ରିପଡା,୩୦।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସୁର୍ଗୁଡା କ୍ଲଷ୍ଟରର କୁଲାବିରା କିଶାନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପ୍ରଦୀପ ପଟେଲ ନିଲମ୍ବିତ। ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଥିବାରୁ ସରକାରୀ ଚାକିରୀର ଅପବ୍ୟବହାର ନେଇ ଲେଫ୍ରିପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ…
ଆଇନଜୀବୀଙ୍କ ଆତ୍ମହତ୍ୟା
ରାଉରକେଲା ଅଫିସ,୨୮।୯: ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳରେ ରହୁଥିବା ରାଉରକେଲା ବାର୍ ଆସୋସିଏଶନର ପୂର୍ବତନ ସଭାପତି, ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳ(୬୨) ସୋମବାର ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର…
ତଦନ୍ତ ପାଇଁ ଏଡିଏମ୍ଙ୍କ ନିର୍ଦ୍ଦେଶ
ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏନେଇ ମହାବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ରାଉରକେଲା ଏଡିଏମ୍ ଡ.…
ନାରୀ ସୁରକ୍ଷା ପାଇଁ ଦୁର୍ଗା
ସୁନ୍ଦରଗଡ଼, ୨୭।୯ (ଡି.ଏନ୍.ଏ): ଶାରଦୀୟ ଦୁର୍ଗାପୂଜା ଓ ଅନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ ସୁନ୍ଦରଗଡ ଜିଲା ପୋଲିସ ବିଭାଗ ପକ୍ଷରୁ ସଶକ୍ତ ସୁନ୍ଦରଗଡ, ସୁରକ୍ଷିତ ସୁନ୍ଦରଗଡ -ଦୁର୍ଗା ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଭବାନୀ ଭବନ ପଡିଆଠାରେ…
ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ସୁନ୍ଦରଗଡ଼,୨୪।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଭି ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ…
ସୁନ୍ଦରଗଡ଼ ଜିଲାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ
ସୁନ୍ଦରଗଡ଼, ୨୩।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଚିନ୍ତା ବଢାଇଛି ଡେଙ୍ଗୁ। ଜିଲାରେ ଗତ ୨୧ତାରିଖ ମଧ୍ୟରେ ମୋଟ ୧୧୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଡେଙ୍ଗୁରୋଗୀଙ୍କ ମଧ୍ୟରୁ ସର୍ବାଧିକ ୯୯ଜଣ ହେଉଛନ୍ତି ରାଉରକେଲା ସହରାଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ…
ଟ୍ରକ୍ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ
ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ…
Archives


