ଜମି ହରାଇଥିବା ଲୋକଙ୍କୁ ମିଳିଲା ନାହିଁ କ୍ଷତିପୂରଣ: ପକାଇଲେ ତାଲା

କୁଆଁରମୁଣ୍ଡା,୭।୧୦(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଉଷ୍ରାଠାରେ ଶଙ୍ଖ ନଦୀରୁ ଜଳ ଉଠାଯାଇ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳଯୋଗାଇବା ଲକ୍ଷ୍ୟ ନେଇ ବୃହତ୍ତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରୁ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହୋଇଛି। ଏପରିକି ଗତ ୬ମାସ ହେଲା ଏହି ପ୍ରକଳ୍ପ ଜରିଆରେ କୁଆଁରମୁଣ୍ଡା ବ୍ଲକର ଅନ୍ଧାରୀ, ଜଲଙ୍ଗବିରା, କାଦୋବାହାଲ ଇତ୍ୟାଦି ପଞ୍ଚାୟତକୁ ଜଳଯୋଗାଣ କାର୍ଯ୍ୟ ଚାଲୁଛି। ହେଲେ ଦୀର୍ଘ ସାଢେ ୩ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଜମି ହରାଇଥିବା ପରିବାରବର୍ଗଙ୍କୁ ଅଦ୍ୟାବଧି କ୍ଷତିପୂରଣ ଓ ଚାକିରି ନ ମିଳିବାରୁ ସେମାନେ ଗୁରୁବାର ଏହି ପ୍ରକଳ୍ପର ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି। ଖବରପାଇ ସ୍ଥାନୀୟ ସରପଞ୍ଚ, କୁଆଁରମୁଣ୍ଡା ଜିଲାପରିଷଦ ସଭ୍ୟଙ୍କ ସମେତ ଉଷ୍ରା ଅଞ୍ଚଳର କେତେକ ବୁଦ୍ଧିଜୀବୀ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସୂଚନାଅନୁଯାୟୀ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ସମୟରେ ସରକାରୀ ଜମି ଅଭାବ ଥିବାରୁ ସ୍ଥାନୀୟ ବାସିନ୍ଦା ମାଖା କିଷାନଙ୍କ ସହ ପ୍ରଶାସନ ଆଲୋଚନା କରି ତାଙ୍କର ୪୬ ଡିସିମିଲ ଜମି ଯୋଗାଇଦେବାକୁ ଅନୁରୋଧ କରିଥିଲେ। ପ୍ରତିବଦଳରେ ଜମିମାଲିକ ମାଖାଙ୍କୁ ଜମିର ମୂଲ୍ୟ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରକଳ୍ପର ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଦୀର୍ଘ ସାଢେ ୩ବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଜମିମାଲିକ ଏ ନେଇ ଜିଲା ପ୍ରଶାସନ ନିକଟରେ ଗୁହାରି କରିବା ପରେ ଶେଷରେ ନିରାଶ ହୋଇଯାଇଥିଲେ। ଦ୍ୱିତୀୟତଃ, ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଉଷ୍ରା, ଉଷ୍ରା କଲୋନୀ,ତେତ୍ରାବାହାଲ, ରାଇବେର୍ଣ୍ଣା, ଖେରାପୋଷ ଭଳି ପ୍ରକଳ୍ପ ପାରିପାର୍ଶ୍ୱକ ଅଞ୍ଚଳକୁ ଜଳଯୋଗାଣ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏବେ ପାଣିରେ ଗାର ସଦୃଶ ଲୋକେ ଅନୁଭବ କରୁଛନ୍ତି। ଫଳରେ ପ୍ରଶାସନିକ ପ୍ରତାରଣାର ଶିକାର ହୋଇ ବହୁ ଦିନର ପୁଞ୍ଜିଭୂତ ଅସନ୍ତୋଷ ଶେଷରେ ଉଗ୍ରରୂପ ଧାରଣ କରି ମୁଖ୍ୟ ଫାଟକରେ ତାଲା ପକାଇବା ପାଇଁ ବାଧ୍ୟ ହେଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ନେଇ ମେଗା ଜଳଯୋଗାଣ ପ୍ରକଳ୍ପ ଜିଲା ଅଧୀକ୍ଷଣ ଯନ୍ତ୍ରୀ ବିଛନ୍ଦ ପାଣିଗ୍ରାହୀଙ୍କୁ ପଚରାଯିବାରେ ସେ କହିଲେ ଯେ, ଜମି ହରାଇଥିବା ପରିବାରଙ୍କ ଦାବି ବାସ୍ତବରେ ଯଥାର୍ଥ। ତାଙ୍କର କ୍ଷତିପୂରଣ ଅର୍ଥରାଶି ପ୍ରଦାନ କେବେ ମିଳିବ ତାହା ନିଶ୍ଚିତ ହୋଇପାରୁ ନାହିଁ। ମାତ୍ର ଆସନ୍ତା ୧ ମାସ ମଧ୍ୟରେ ଏହା ମିଳିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri