ନାବାଳିକା ସହ ପ୍ରେମ ମହଙ୍ଗା ପଡିଲା, ଜେଲଗଲେ ବିବାହିତ ପ୍ରେମିକ

ତରଭା, ୨୬ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଜଣେ ବିବାହିତ ପ୍ରେମିକ ଗୁରୁବାର ଜେଲ ଯାଇଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହେଲେ ସିଂହାରି ପଞ୍ଚାୟତ ଅନ୍ତର୍ଗତ ପୁଟକିପାଲି ଗ୍ରାମର ରଜିନ ନାଗ(୨୮)। ଥାନା ଅନ୍ତର୍ଗତ ସନ୍ଧିଜୋର ଗ୍ରାମର ୧୭ବର୍ଷିଆ ନାବାଳିକାଙ୍କୁ ସେ ପ୍ରେମ କରୁଥିଲେ। ଗତ ୨୨ତାରିଖରେ ଝିଅକୁ ରଜନି ଅପହରଣ କରି ନେଇଥିବା ନେଇ ନାବାଳିକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଇଆଇସି ସୁବ୍ରତ ପାଣିଗ୍ରାହୀ ପୋଲିସ ଦଳ ସହ ବଲାଙ୍ଗୀରରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ପ୍ରେମିକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଉଭୟେ ତାମିଲନାଡୁ ପଳାଇବା ପାଇଁ ଅନଲାଇନରେ ଟ୍ରେନ ଟିକେଟ୍‌ କାଟିଥିବା ପଚରାଉଚରା ବେଳେ ଜଣାପଡିଥିଲା। ଏ ସମ୍ପର୍କରେ ତରଭା ଥାନାରେ ଏକ ମାମଲା(୧୨୫/୨୨)ରୁଜୁ ହୋଇଛି। ସୋନପୁର ଡାକ୍ତରଖାନାରେ ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ରଜନୀଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ସୋନପୁର ଉପକାରାଗାରକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଉକ୍ତ ନାବାଳିକାଙ୍କୁ ସୋନପୁର ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଦାୟିତ୍ୱରେ ଥିବା ଏସଆଇ ଅନୀଲ କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ...

୨ ଦିନ ହେଲା ଜଳ ଯୋଗାଣ ବନ୍ଦ

ଆରଡି, ୧୯ା୭, (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି ଅଞ୍ଚଳରେ ଏବେ ମେଗା ଜଳପ୍ରକଳ୍ପ ନିର୍ମାଣାଧୀନ କାର୍ଯ୍ୟକୁ ନେଇ ସଙ୍କଟ ଉପୁଜିଛି। ଆଖଣ୍ଡଳ ମଣି –...

କୋଇଲା ଟ୍ରେନ୍‌ରେ ନିଆଁ

ଭଣ୍ଡାରିପୋଖରୀ/ବନ୍ତ,୨୮।୧୨(ସ୍ବ.ପ୍ର./ଡି.ଏନ.ଏ.: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ ରେଳ ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା।...

କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ

ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ହୋଇ ଆସିଛି। ଏଥିପାଇଁ...

ବଜ୍ରପାତରେ ଜଳିଗଲା ଗୁହାଳ, ନଡ଼ିଆ ଗଛ

ବନ୍ତ,୭।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଅଣିଜୋ ଗ୍ରାମରେ ରବିବାର ସନ୍ଧ୍ୟାରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଗୁହାଳ ଜଳିଯିବା ସହ ଏକ ବାଛୁରୀର ମୃତ୍ୟୁ ଘଟିଛି।...

ରଥ ନିର୍ମାଣ ସାମଗ୍ରୀର ଅନୁଧ୍ୟାନ କରାଯିବ

ତାଳଚେର,୨୮।୫(ନି.ପ୍ର.) ତାଳଚେରର ପ୍ରସିଦ୍ଧ ରଥଯାତ୍ରା ପାଳନ କରିବା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା କମିଟି...

ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ...

ଯେଉଁଘରେ ପଡ଼ିଥିଲା ବିବାହ ପ୍ରସ୍ତାବ, ସେହି ଘର କୁଅରୁ ମିଳିଲା ମୃତଦେହ

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁ ଘରେ ଯୁବକଙ୍କ ବିବାହ ପ୍ରସ୍ତାବ...

Advertisement
Archives

Model This Week