ନାବାଳିକା ସହ ପ୍ରେମ ମହଙ୍ଗା ପଡିଲା, ଜେଲଗଲେ ବିବାହିତ ପ୍ରେମିକ

ତରଭା, ୨୬ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଜଣେ ବିବାହିତ ପ୍ରେମିକ ଗୁରୁବାର ଜେଲ ଯାଇଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହେଲେ ସିଂହାରି ପଞ୍ଚାୟତ ଅନ୍ତର୍ଗତ ପୁଟକିପାଲି ଗ୍ରାମର ରଜିନ ନାଗ(୨୮)। ଥାନା ଅନ୍ତର୍ଗତ ସନ୍ଧିଜୋର ଗ୍ରାମର ୧୭ବର୍ଷିଆ ନାବାଳିକାଙ୍କୁ ସେ ପ୍ରେମ କରୁଥିଲେ। ଗତ ୨୨ତାରିଖରେ ଝିଅକୁ ରଜନି ଅପହରଣ କରି ନେଇଥିବା ନେଇ ନାବାଳିକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଇଆଇସି ସୁବ୍ରତ ପାଣିଗ୍ରାହୀ ପୋଲିସ ଦଳ ସହ ବଲାଙ୍ଗୀରରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ପ୍ରେମିକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଉଭୟେ ତାମିଲନାଡୁ ପଳାଇବା ପାଇଁ ଅନଲାଇନରେ ଟ୍ରେନ ଟିକେଟ୍‌ କାଟିଥିବା ପଚରାଉଚରା ବେଳେ ଜଣାପଡିଥିଲା। ଏ ସମ୍ପର୍କରେ ତରଭା ଥାନାରେ ଏକ ମାମଲା(୧୨୫/୨୨)ରୁଜୁ ହୋଇଛି। ସୋନପୁର ଡାକ୍ତରଖାନାରେ ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ରଜନୀଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ସୋନପୁର ଉପକାରାଗାରକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଉକ୍ତ ନାବାଳିକାଙ୍କୁ ସୋନପୁର ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଦାୟିତ୍ୱରେ ଥିବା ଏସଆଇ ଅନୀଲ କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri