ସମ୍ବଲପୁର

ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ବରଗଡ଼ ଅଫିସ,୪।୬: ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ…

କାରରୁ ଓହ୍ଲାଇ କୋଷ୍ଠରୋଗୀଙ୍କୁ ରାସ୍ତା ପାର କରାଇଲେ ଡାକ୍ତର: ଛୁଇଁଲେ କୁଷ୍ଠରୋଗ ବ୍ୟାପେ ନାହିଁ

ଚିପିଲିମା, ୪।୬ (ସ୍ବ.ପ୍ର.)କୁଷ୍ଠରୋଗୀମାନଙ୍କ ପ୍ରତି ଆମମାନଙ୍କ ଭିତରେ ଏବେ ବି ଘୃଣାଭାବ ରହିଛି। ସେମାନଙ୍କୁ ଛୁଇଁଲେ କୁଷ୍ଠରୋଗ ବ୍ୟାପେ ବୋଲି ଆମମାନଙ୍କ ଭୁଲ୍‌ ଧାରଣା ମଧ୍ୟ ରହିଛି। କୌଣସି ବ୍ୟକ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ନିଜ ପରିବାର ଲୋକଙ୍କ…

ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.) ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନା ସ୍ଥାନୀୟ…

ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ) ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଜିଲା ପ୍ରଶାସନ ସହର ବିଭିନ୍ନ…

ଲୋପ୍‌ ପାଉଛେ ଧାନଖଣି, ପୁଡୁଗ୍‌ ବଁଧା ପରମ୍ପରା

ଭବାନୀପାଟଣା, ୪ା୬ (ଡି.ଏନ୍‌.ଏ): ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍‌। ରାଏଜର ବଡ଼ଭାଗି ଲୋକ୍‌ ଚାଷ୍‌ବାସ କାରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ଚାଷୀ ଆଘ ଧାନ, ଚାଉଲକେ ବେଉଁତ କରି ରଖବାର ଲାଗି ଅନେକ ପରକାର ସାଜୋସାମାନ…

ପୁରନା ବଁଧ୍‌କଟାର ପୁନଃରୁଧାର ଦାବି

ଅତାବିରା, ୪।୬ (ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌ ଲୁକ୍‌କର ଲାଗି ପିଇଲା ପାଏନ୍‌ର ବେବସ୍‌ତା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଗଁାଗଁଲିରେ ଥିବାର ପୁରାତନ ବଁଧ୍‌କଟାର ପୁନଃରୁଧାର ନାଇଁ କରାଯିବାର। ଯେନ୍‌ଥିରଲାଗି…

ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬ ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ ମୁକ୍ତିର ଏକମାତ୍ର ବାଟ ହେଉଛି ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବ୍ୟକ୍ତି ଜୀବନକୁ ସଂଗଠିତ…

ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ କର୍ମକର୍ତ୍ତାମାନେ ବିଧାୟକଙ୍କୁ ସ୍ବାଗତ କରିଥିଲେ। ଏହା ପରେ ବିଧାୟକ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ…

ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜକୁ ସାମ୍ନା କରିବି : ଦିବ୍ୟଶଙ୍କର

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। କ୍ୟାପଟେନଙ୍କୁ ଶକ୍ତି ଭଳି ଚାଲେଞ୍ଜିଂ ବିଭାଗ ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ…

ମନ୍ତ୍ରୀ ହେବାପରେ ଦିବ୍ୟଶଙ୍କରଙ୍କ ପ୍ରଥମ କଳାହାଣ୍ଡି ଗସ୍ତ

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ହେବା ପରେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ…

ହମ୍ପସ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ବରଗଡ଼ -ଭଟଲି ରାସ୍ତାର ବରଡୋଲ ଛକ ଓ ଗ୍ରାମର ରାସ୍ତା ଉପରେ ହମ୍ପସ ନିର୍ମାଣ ଦାବିରେ ସୋମବାର ସକାଳ ୬ଟାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି…

ବିକାଶର ନାଁ ଗଁଧ୍‌ ନାଇଁ, ତଥାପି ବିତୁଛେ ଜୀବନ୍‌

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଁଲାଭଟା ପଁଚେତ୍‌ର ପାହାଡ଼ ସିଘେ ପଟାକୁସୁମୀ, ଟେଣ୍ଡକାଚୁଆଁ, କର୍ଲାକୋଟ, ଦାବ୍ରିଘାଟି, କରାଘାଟି ଲେଖେଁ ଗାଁମାନ ରହିଛେ। ଗୁଟେ ଅପହଁଚ୍‌ ଇଲାକା ସଂଗେ ଅଣ ସର୍ବେକ୍ଷଣ ଭୂଇଁରେ ଇ ଗାଁମାନ ବସିଥିଲାବେଲେ ପଟାକୁସୁମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri