କାରରୁ ଓହ୍ଲାଇ କୋଷ୍ଠରୋଗୀଙ୍କୁ ରାସ୍ତା ପାର କରାଇଲେ ଡାକ୍ତର: ଛୁଇଁଲେ କୁଷ୍ଠରୋଗ ବ୍ୟାପେ ନାହିଁ

ଚିପିଲିମା, ୪।୬ (ସ୍ବ.ପ୍ର.)କୁଷ୍ଠରୋଗୀମାନଙ୍କ ପ୍ରତି ଆମମାନଙ୍କ ଭିତରେ ଏବେ ବି ଘୃଣାଭାବ ରହିଛି। ସେମାନଙ୍କୁ ଛୁଇଁଲେ କୁଷ୍ଠରୋଗ ବ୍ୟାପେ ବୋଲି ଆମମାନଙ୍କ ଭୁଲ୍‌ ଧାରଣା ମଧ୍ୟ ରହିଛି। କୌଣସି ବ୍ୟକ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ନିଜ ପରିବାର ଲୋକଙ୍କ ଦ୍ୱାରା ହିଁ ଉପେକ୍ଷିତ ହେଉଛନ୍ତି। ସେମାନଙ୍କୁ ଘରୁ ବାହାର କରି ଦିଆ ଯାଉଛି। ଏଣୁ ବାଧ୍ୟ ହୋଇ ସେମାନେ କୁଷ୍ଠ ରୋଗୀ କଲୋନୀ ନାହିଁ ତ ଗାଁ ବାହାରେ ରହୁଛନ୍ତି। ଏଣୁ ଆମକୁ ଏଭଳି ବିଚାରଧାରାରୁ ମୁକୁଳିବାକୁ ପଡିବ। କୁଷ୍ଠରୋଗୀଙ୍କୁ ଘୃଣା ନ କରି ଭଲ ପାଇବାକୁ ହେବ। ଘରେ ରଖି ସେମାନଙ୍କୁ ଚିକିତ୍ସା କଲେ ଓ ନିୟମିତ ଔଷଧ ଦେଲେ ଏହା ଭଲ ହୋଇଯିବ। ଆମକୁ ଏହା ମନେ ରଖିବାକୁ ହେବ ଯେ, କୁଷ୍ଠରୋଗୀଙ୍କୁ ଛୁଇଁଲେ ଆଦୌ ଏହି ରୋଗ ଅନ୍ୟକୁ ବ୍ୟାପେ ନାହିଁ। ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲ (ଭିମ୍‌ସାର)ର ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏହି ବାର୍ତ୍ତା ଦେଇଛନ୍ତି। ସୋମବାର ସକାଳେ ସେ କାର ଚଳାଇ ଯାଉଥିବାବେଳେ ଜଣେ କୁଷ୍ଠରୋଗୀ ରାସ୍ତା ପାର ହୋଇ କୁଷ୍ଠ କଲୋନୀ ଭିତରେ ଥିବା କୁଡିଆକୁ ଯିବାକୁ ଚେଷ୍ଟା କରୁଥିଲେ। ହେଲେ ଗାଡିମୋଟରର କ୍ଷୀପ୍ର ଗତି ଯୋଗୁ ଆଗପଛ ହୋଇ ରହି ଯାଉଥିଲେ। କିଛି ସମୟ ଧରି ଏହା ଦେଖିବା ପରେ ରାସ୍ତାକଡକୁ ଡାକ୍ତର ରାମଚନ୍ଦାନୀ ନିଜ କାର ସାଇଡ୍‌ କରିଥିଲେ। କାରରୁ ଓହ୍ଲାଇ କୁଷ୍ଠରୋଗରେ ଆକ୍ରାନ୍ତ ବୃଦ୍ଧ ଜଣଙ୍କ ପାଖକୁ ଯାଇଥିଲେ। ‘ମଉସା କୁଆଡେ ଯିବ’ ବୋଲି ପଚାରିବାରୁ ବୃଦ୍ଧ ଜଣକ କହିଥିଲେ ‘ବାପା ରାସ୍ତା ସେପଟେ ଦିଶୁଥିବା ମୋ କୁଡିଆକୁ ଯିବି। ହେଲେ ଗାଡିମୋଟର ଧାଁ ଦଉଡ କରୁଥିବାରୁ କେତେବେଳୁ ଏମିତି ଆଗପଛ ହୋଇ ଭୟରେ ରହି ଯାଉଛି’। ଏହା ଶୁଣି ତତ୍‌କ୍ଷଣାତ ଡାକ୍ତର ତାଙ୍କୁ କୋଳେଇ ଧରି ରାସ୍ତା ଆରପଟେ ଥିବା କୁଡିଆରେ ଛାଡିଥିଲେ। ‘ଆସୁଛି’ ବୋଲି କହିବା ବେଳେ ବୃଦ୍ଧ ଜଣଙ୍କ ଡାକ୍ତରଙ୍କୁ ଧନ୍ୟବାଦ ତ ଦେଲେ ହେଲେ ନାଁ, ଗାଁ ପଚାରିବାକୁ ଭୁଲି ନ ଥିଲେ। ଡାକ୍ତର ନିଜ ପରିଚୟ ବି ଦେଲେ। ଏହା ଜାଣିବା ପରେ ବୃଦ୍ଧ ଜଣକ କହିଲେ ‘ବାପା ସତରେ କ’ଣ ତମ ଭଳି ଯୁବକ ବା ଡାକ୍ତର ଏ ସମାଜରେ ଅଛନ୍ତି ଯିଏ କୁଷ୍ଠରୋଗୀକୁ ଛୁଇଁ ପାରୁଛି। ଆମେ ତ ସମାଜରେ ଘୃଣାର ପାତ୍ର।’ ଏହା ଶୁଣି ହସିଦେଇ ଡାକ୍ତର ରାସ୍ତା ପାର ହେଲେ ଆଉ ନିଜ କାର ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହୋରିଗଲେ। ତେବେ ଡାକ୍ତର କୁଷ୍ଠରୋଗୀଙ୍କୁ କୋଳେଇ ରାସ୍ତା ପାର କରିବା ଦୃଶ୍ୟ ସେଠାରେ ଥିବା ଅନ୍ୟ ଜଣେ ନିଜ ମୋବାଲରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଏବେ ଭାଇରାଲ ହେବା ସହ ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଏ ନେଇ ଡାକ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମମାନଙ୍କ ଭଳି ସେମାନେ ବି ତ ମଣିଷ ନା। ସମାଜରେ ସମ୍ମାନର ବଞ୍ଚିବା ସେମାନଙ୍କର ଅଧିକାର ଅଛି। ଆମେ ରୋଗକୁ ଘୃଣା କରିବା ହେଲେ ରୋଗୀଙ୍କୁ ନୁହେଁ। ଶିକ୍ଷିତ ସମାଜ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri