ଛେଳି ପାଇଁ ଡାଳ ସଂଗ୍ରହ କରୁଥିଲେ, ଚାଲିଗଲା ଜୀବନ
ଟିକିରି,୨୮ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନ ସୋରିଷପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ଲକ ଅନ୍ତର୍ଗତ ସେମିଳିଗୁଡ଼ା...
୫ ଦିନ ହେଲା ମାଣ୍ଡିବିଶି ୟୁପି ସ୍କୁଲରେ ଝୁଲୁଛି ତାଲା
ଟିକିରି,୨୬।୬(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ୟୁପି ସ୍କୁଲ ଫାଟକରେ ୫ ଦିନ ହେଲା ତାଲା ଝୁଲୁଛି। ଶିକ୍ଷକ ଅଭାବ ପ୍ରତିବାଦରେ ଅଭିଭାବକ ଏବଂ ଗ୍ରାମବାସୀ ମଙ୍ଗଳବାରଠାରୁ ସ୍କୁଲ ବନ୍ଦ କରିଛନ୍ତି। ସମସ୍ୟାର ସମାଧାନ ନେଇ ଶିକ୍ଷା ବିଭାଗ କିମ୍ବା...
ଓଡ଼ିଶା ଟିମ୍ରେ ମୁମ୍ବାଇ ଯିବେ ରାୟଗଡ଼ାର ଛାତ୍ର ଅଂଶୁମାନ
ରାୟଗଡ଼ା ଅଫିସ,୨୬।୬: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଦେଶରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଭାଷା ଓ ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଓଡ଼ିଶାରୁ...
୩ମାସ ହେବ ଭତ୍ତା ପାଇନାହାନ୍ତି ଇନ୍ତାଲିଗୁଡ଼ାବାସୀ
ରାୟଗଡ଼ା ଅଫିସ, ୨୩ା୬: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡ଼ା ଗ୍ରାମବାସୀ ୩ମାସ ହେଲା ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ମାସରେ ଆସି ନିଜର ଭତ୍ତା ଟଙ୍କା ମାଗୁଥିଲେ ସୁଦ୍ଧା ତାହା ମିଳୁ ନ...
ରାୟଗଡ଼ାରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ
ରାୟଗଡ଼ା ଅଫିସ,୨୩ା୬: ରାୟଗଡ଼ାର ନୂତନ ଜିଲାପାଳ ରୂପେ ସ୍ବଧା ଦେବସିଂହ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ସରୋଜ କୁମାର ମିଶ୍ରଙ୍କଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଥିପୂର୍ବରୁ ସେ ନୂଆପଡ଼ା ଜିଲାରେ ନିଜ କାର୍ଯ୍ୟ ସୁଚାରୁ ରୂପେ...
ବଜ୍ରପାତରେ ୩ ଗୋରୁ ମୃତ
ଚନ୍ଦ୍ରପୁର,୨୦ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ପୁକେରା ଗ୍ରାମରେ ସୋମବାର ବଜ୍ରପାତରେ ୩ ଗୋରୁଙ୍କ ମୃତ୍ୟୁ ଘଟିଛି। ଗାଁର ପେଦାର ଗୁଲୁଡୁକା, ସୁନାଧର ଗୁଲୁଡୁକା, ରମେଶ ଗୁଲୁଡୁକାଙ୍କ ଗୋରୁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବଜ୍ରପାତରେ ମୃତ୍ୟୁ...
ଡ୍ରାଇଭରମାନେ ବଞ୍ଚାଇଲେ ପୋଲିସ ଅଧିକାରୀଙ୍କ ଜୀବନ
ପଦ୍ମପୁର,୨୦।୬(ଡି.ଏନ୍.ଏ.): ଧୀରେ ଧୀରେ ଲୋକଙ୍କ ମଧ୍ୟରେ ମାନବିକତା ମରିଯାଉଛି। ତେବେ କେତେକଙ୍କ ମଧ୍ୟରେ ମଣିଷପଣିଆ ଏବେ ମଧ୍ୟ ବଞ୍ଚିରହିଛି। ରାୟଗଡ଼ା ଜିଲା ପଦ୍ମପୁର ଅଞ୍ଚଳରେ ଶନିବାର ରାତିରେ ଏଭଳି କିଛି ଦେଖିବାକୁ ମିଳିଥିଲା। ସୁନାରିଘାଇ ଛକ ନିକଟରେ ଜଣେ ପୋଲିସ ଅଧିକାରୀ...
ରାୟଗଡ଼ା ପୌରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆସୁନାହିଁ
ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ସହରକୁ ସ୍ବଚ୍ଛ ଏବଂ ସୁନ୍ଦର କରିବାକୁ ପୌର ପରିଷଦ ଜରିଆରେ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ସାମାନ୍ୟ ବର୍ଷା ହେଲେ ପୌରାଞ୍ଚଳର ବିଭିନ୍ନ ସାହିରେ ଆଣ୍ଠୁଏ ଉଚ୍ଚତାରେ ପାଣି ଜମିରହୁଛି। ବର୍ଷାଦିନ...
ସିଲାବସ୍ ସରିନାହିଁ, ୨୨ ରେ କେମିତି ପରୀକ୍ଷା ଦେବୁ
ରାୟଗଡ଼ା ଅଫିସ,୧୯ ।୬: ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ୍ ୨୨ରେ ହେବ ବୋଲି ସୂଚନା ଦିଆଯାଇଛି। ମାତ୍ର ୫୦ ପ୍ରତିଶତ ସିଲାବସ୍ ଏ ପର୍ଯ୍ୟନ୍ତ ସରିଛି। ତେଣୁ ପାଠ ନ ପଢ଼ି ପରୀକ୍ଷା କେମିତି ଦେବୁ ବୋଲି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର...
ଗଛକୁ ପିଟିଲା ବାଇକ୍: ଜଣେ ମୃତ, ୨ ଆହତ
କାଶୀପୁର,୧୫।୬: ରାୟଗଡା ଜିଲା କାଶୀପୁର ଥାନା ଅଧିନ ନଳାଚୂଆଁ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ...
ବଜ୍ରପାତରେ ଜଣେ ମୃତ, ୩ ଆହତ
କାଶୀପୁର,୧୫।୬: ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରେ ଉକ୍ତ ଗ୍ରାମର ଗୋଟିଏ ପରିବାର ୪ ଜଣ ସଦସ୍ୟ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର...
ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା
ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର, ଦୋକାନ, ମନ୍ଦିର, ରାସ୍ତାରେ ଯାଉଥିବା ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ଚୋରି...
Archives


