ରେରା ନିୟମ ଉଲ୍ଲଂଘନ କରି ଆପାର୍ଟମେଣ୍ଟ

ରାୟଗଡ଼ା ଅଫିସ,୨୧ା୧୧:ରାୟଗଡ଼ା ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗୃହ ନିର୍ମାଣ ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଫଳରେ ସହରରେ ଆପାର୍ଟମେଣ୍ଟର ଚାହିଦା ବଢ଼ୁଛି। ୫ ବର୍ଷ ମଧ୍ୟରେ ରାୟଗଡ଼ା ସହରରେ ୩୦ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ଏଥିସହ ଏବେ ସହର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି। ତେବେ ଅଧିକାଂଶ ସ୍ଥାନରେ ସରକାରୀ ନିୟମ ଉଲ୍ଲଂଘନ ସହ ଆପାର୍ଟମେଣ୍ଟର ସୁରକ୍ଷାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ସହରରେ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟରୁ ଗୋଟିଏରେ ମଧ୍ୟ ରିୟଲ ଇଷ୍ଟେଟ୍‌ ରେଗୁଲେଟରି ଅଥରିଟି(ରେରା) ଆଇନ ପାଳନ କରାଯାଉ ନ ଥିବା ଦୃଷ୍ଟିକୁ ଆସିଛି। ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣିଥିବା ବ୍ୟକ୍ତି ଭବିଷ୍ୟତରେ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ପରିତାପର ବିଷୟ ହେଲା ରେରା ନିୟମ ଅନୁଯାୟୀ ଆପାର୍ଟମେଣ୍ଟଗୁଡ଼ିକ ନିର୍ମାଣ ହୋଇଛି କି ନାହିଁ ସେ ବିଷୟରେ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ସୂଚନା ନାହିଁ।
ରେରା ନିୟମକୁ ଉଲ୍ଲଂଘନ କରି ଅନେକ ଆପାର୍ଟମେଣ୍ଟ ସହର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ନିର୍ମାଣ କରାଯାଇଛି। ଏଭଳିକି ସମ୍ବେଦନଶୀଳ ସ୍ଥାନରେ ଗୃହ ନିର୍ମାଣ ପୂର୍ବରୁ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଜଣାପଡ଼ିଛି। ପୋଲିସ ଏବଂ ସିଆରପିଏଫ୍‌ ରହୁଥିବା ଅଞ୍ଚଳରେ ସ୍ବତନ୍ତ୍ର ନିୟମର ଆବଶ୍ୟକତା ରହିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି। ବିନା ଅନୁମତିରେ ଆପାର୍ଟମେଣ୍ଟଗୁଡ଼ିକରେ ଗଭୀର ନଳକୂପ(ବୋରଓ୍ବେଲ୍‌) ଖନନ କରାଯାଇଛି। ଗୃହ ନିର୍ମାଣରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ନ କରି ବୋରଓ୍ବେଲ ଖନନ ଯୋଗୁ ଗତ ୫ ବର୍ଷ ମଧ୍ୟରେ ସହରର ଜଳସ୍ତର ୧.୯୪ ମିଟର ତଳକୁ ଖସିଥିବା ଭୂତଳ ଜଳ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରେରା ନିୟମ ୨୦୧୭ ଅନୁଯାୟୀ, ଆପାର୍ଟମେଣ୍ଟ ନିର୍ମାଣ ନିମନ୍ତେ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହା ଅନୁଯାୟୀ ପୌର ପରିଷଦର ଅନୁମତି ଜରୁରୀ। ହେଲେ ରାୟଗଡ଼ାରେ ଅନୁମତି ପ୍ରଦାନ ପୂର୍ବରୁ ନିୟମ ଉଲ୍ଲଂଘନ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଏମିତିକି ଆପାର୍ଟମେଣ୍ଟ ଗୁଡ଼ିକରେ ଜଳ ଯୋଗାଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ଠିକ୍‌ ନ ଥିବା ଅଭିଯୋଗ ହେଉଛି। ତେବେ ଆପାର୍ଟମେଣ୍ଟ ନିର୍ମାଣରେ ରେରା ନିୟମ ପାଳନ ଏବଂ ପୌର ପରିଷଦର ଅନୁମତି ନେଇ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁନ୍‌-ଜୁଲାଇରେ ତାଙ୍କୁ ଆପାର୍ଟମେଣ୍ଟଗୁଡ଼ିକର ସମସ୍ତ ଅନୁମତି ନଥିପତ୍ର ଏବଂ ଦସ୍ତାବିଜ ହସ୍ତାନ୍ତର କରାଯାଇଛି। ତେଣୁ କେଉଁ ଆପାର୍ଟମେଣ୍ଟ ନିୟମରେ ହୋଇଛି ଏବଂ କେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି ସେ ବିଷୟରେ ଜାଣି ନ ଥିବା ସେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସମସ୍ତ ନଥିପତ୍ର ଯାଞ୍ଚ ସହ କ୍ଷେତ୍ର ପରିଦର୍ଶନ କରିବେ। ବିନା ଅନୁମତିରେ କିମ୍ବା ରେରା ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?