ପୁରୀ ବେଳାଭୂମିରେ ମାଛ, ଜେଲି ଫିଶ୍‌ ମଡ଼କ

ପୁରୀ ଅଫିସ,୨୫।୫: ବାତ୍ୟା ୟାସ୍‌ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ପୁରୀ ବେଳାଭୂମିରେ ୨ଦିନରେ ବହୁସଂଖ୍ୟାରେ ମାଛ, ଜେଲି ଫିଶ୍‌ ମରିପଡ଼ିଥିବା ଦେଖିବାକୁ ମିଳିଛି। ଲାଇଟ୍‌ ହାଉସ୍‌ଠାରୁ ଆରମ୍ଭ କରି ପେଣ୍ଠକଟା ପର୍ଯ୍ୟନ୍ତ ସୋମବାର ବେଳାଭୂମିରେ ଶହ ଶହ ଜେଲି ଫିସ୍‌ ସମୁଦ୍ରକୂଳରେ ପଡ଼ି ରହିଥିଲା। ଦିଗବାରେଣୀ ଖୁଣ୍ଟିଠାରେ ସର୍ବାଧିକ ଜେଲି ଫିଶ୍‌ ପଡ଼ିଥିଲା। ତେବେ କେଉଁ କାରଣରୁ ଏହି ଜେଲି ଫିଶ୍‌ ସମୁଦ୍ରକୂଳକୁ ଚାଲି ଆସୁଛନ୍ତି ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ। ଏ ନେଇ ମତ୍ସ୍ୟଜୀବୀ ସମରେଶ ରେଡ୍ଡୀଙ୍କ କହିବା ଅନୁଯାୟୀ, ରବିବାର ପେଣ୍ଠକଟାଠାରେ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଥିବାବେଳେ ସୋମବାର ଜେଲି ଫିଶ୍‌ ମରି ପଡ଼ିଛନ୍ତି। ସମୁଦ୍ର ଅଶାନ୍ତ ସମୟରେ ମାଛମାନେ କୂଳକୁ ଆସିଯାଉଥିବା ଘଟଣା ଆମେ ପୂର୍ବରୁ ମଧ୍ୟ ଲକ୍ଷ୍ୟ କରିଛୁ। ମାତ୍ର ଏତେ ସଂଖ୍ୟକ ଜେଲି ଫିଶ୍‌ ଏକକାଳୀନ ଭାବେ ନଜରକୁ କେବେ ଆସି ନ ଥିଲା। ସାଧାରଣତଃ ଶୀତ ଦିନରେ ଜେଲିଫିଶ୍‌ ଦେଖିବାକୁ ମିଳିଥାଏ। ରାଜ୍ୟରେ ଏସବୁର ଚାହିଦା ନ ଥିବାରୁ ରାଜ୍ୟ ବାହାର କେରଳକୁ ଜେଲି ଫିସ୍‌ ପଠାଇ ଦିଆଯାଇଥାଏ। ସେଠାରୁ ଏହି ଜେଲି ଫିସ୍‌ ଚାଇନା ଯାଉଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ମତ୍ସ୍ୟଜୀବୀମାନେ ଏହି ଜେଲି ଫିଶ୍‌କୁ ସୋମବାର ଦିନ ତମାମ୍‌
ସଂଗ୍ରହ କରିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ସେଣ୍ଟ୍ରାଲ୍‌ ମେରାଇନ୍‌ ଫିସରିଜ୍‌ ଫିଲ୍ଡ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜ୍ଞାନରଞ୍ଜନ ଦାସ କହିଛନ୍ତି, ବେଳାଭୂମିରେ ଏତେ ମାତ୍ରାରେ ଜେଲି ଫିଶ୍‌ ସାଧାରଣତଃ ଦେଖିବାକୁ ମିଳେ ନାହିଁ। ବାତ୍ୟା ଭଳି ଭୟଙ୍କର ବାୟୁ ପ୍ରବାହ ବେଳେ ଏମାନେ କୂଳକୁ ଚାଲି ଆସିଥାଆନ୍ତି। ଜେଲି ଫିଶ୍‌ର ନିଜସ୍ବ ଭାବେ ଲୋକେଟ୍ରିକ୍‌ ଅର୍ଗାନ୍‌ ନ ଥିବା ହେତୁ ସେମାନଙ୍କ ଗତିଶୀଳତା ପ୍ରଭାବିତ ହୋଇଥାଏ। ଯାହାଫଳରେ ସେମାନେ ପବନରେ ଭାସି ଚାଲି ଆସନ୍ତି। ତେବେ ବାସ୍ତବ କାରଣ କ’ଣ ସେନେଇ ଆମେ ଅନୁସନ୍ଧାନ କରିବୁ। କିଛି ଜେଲି ଫିଶ୍‌ଙ୍କ ଶରୀରରେ ଥିବା ଲାଳୁଆ ଅଂଶ ମଣିଷ ଚର୍ମ ଉପରେ କୁପ୍ରଭାବ ଥାଏ ଓ ଚର୍ମକୁ କଷ୍ଟ ହୋଇଥାଏ। ଏଭଳି କିଛି ଜେଲି ଫିଶ୍‌ ମଧ୍ୟ ରହିଛନ୍ତି ଯେଉଁମାନେ ଆଦୌ କ୍ଷତିକାରକ ନୁହେଁ। ରବିବାର ବହୁସଂଖ୍ୟକ ମାଛ ମରିପଡ଼ିଥିବା କାରଣ ସମ୍ପର୍କରେ ଅନୁଷ୍ଠାନ କହିଛି ଯେ, ପାଣିରେ ଲୁଣିଆ ଅଂଶ କମ୍‌ ବେଶି ହୋଇଯିବା, ପାଣିର ତାପମାତ୍ରା ଖୁବ୍‌ କମ୍‌ ସମୟ ମଧ୍ୟରେ ବଢ଼ିଯିବା ଫଳରେ ମାଛ ସବୁ କୂଳରେ ମରି ପଡ଼ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri