ପୁରୀ

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ପୁରୀ ଅଫିସ,୧୮ା୫: ପୁରୀ-ହାଓ୍ବଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାର ଠାରୁ ଗଡ଼ିଛି। ଭର୍ଚୁଆଲ ମୋଡ୍‌ରେ ସବୁଜ ପତାକା ହଲାଇ ଏହି ହାଇସ୍ପିଡ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର…

ଶେଷ ପର୍ଯ୍ୟାୟରେ ୩ ରଥର ଅଖ ନିର୍ମାଣ

ପୁରୀ ଅଫିସ,୧୮ା୫: ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୮ଟି ଚକର ନିର୍ମାଣ ସରିଥିବା ବେଳେ ଗୁରୁବାର ବାକି ୪ ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ଶୃଙ୍ଖଳିତ ନୀତି ସମ୍ପାଦନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୧୮ା୫: ମହାପ୍ରଭୁଙ୍କ ନୀତିରେ ଅନେକ ସମୟରେ ବିଳମ୍ବ ଘଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଉଥିଲେ ମଧ୍ୟ ସେହି ଅନୁସାରେ ନୀତି ହେଉ ନାହିଁ। ଫଳରେ ଅନେକ ସମୟରେ ନୀତି ବିଳମ୍ବ କାରଣରୁ ଶ୍ରୀବିଗ୍ରହମାନେ ଅନିଦ୍ରା…

୧୯ରୁ ପ୍ରଦର୍ଶନ ହେବ ଚଳଚ୍ଚିତ୍ର ‘ଫାଲଗୁନ – ଚୈତ୍ର’

ପୁରୀ ଅଫିସ, ୧୭।୫: ପୁରୀ ପୌରସଦନ ପରିସରରେ ଆସନ୍ତା ୧୯ ତାରିଖଠାରୁ ୩ଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଦର୍ଶନ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ଆୟୋଜକମାନଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ଭକ୍ତ ସାଲବେଗ ପୀଠ ପରିସରରେ ଅନୁଷ୍ଠିତ…

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ: ଲୋକେ ହନ୍ତସନ୍ତ

କାକଟପୁର,୧୭।୫(ଡି.ଏନ୍‌.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କରି କୋଟି କୋଟି ଟଙ୍କାର ଅନୁଦାନରାଶି ଯୋଗାଇ ଦେଉଛନ୍ତି। (ବୋରୱେଲ) ନିର୍ମାଣଠାରୁ ଆରମ୍ଭ କରି…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୭।୫: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେନେଇ ବୁଧବାର ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି ସେବା ହୋଇଥିବାରୁ…

ପୁରୀ ବେଳାଭୂମିରେ ମରିପଡ଼ିଛନ୍ତି ଜେଲିଫିସ୍‌

ପୁରୀ ଅଫିସ, ୧୬ା୫: ପୁରୀ ବେଳାଭୂମିରେ ବହୁ ସଂଖ୍ୟକ ମୃତ ଜେଲିଫିସ୍‌ ପଡ଼ିରହିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଏହି ସଂଖ୍ୟା ପ୍ରାୟ ସହସ୍ରାଧିକ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଥିବାବେଳେ ଜେଲିଫିସ୍‌ଗୁଡ଼ିକୁ ଦେଖିବା ଲାଗି…

ଉତ୍କଟ ହେଉଛି ଖାଦ୍ୟ, ପାନୀୟଜଳ ସଙ୍କଟ

କୋଣାର୍କ,୧୬।୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଚନ୍ଦ୍ରଭାଗା ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଓ ପାନୀୟଜଳର ଘୋର ଅଭାବ ରହୁଥିବାରୁ ଧୀରେ ଧୀରେ ଉତ୍କଟ ରୂପ ନେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଏହାର କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ବିଗତ ଦିନରେ ହରିଣ…

ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି ଦେବା ଭଳି ଅଭିଯୋଗ ହୋଇଛି। ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀ ଓ…

ପରିତ୍ୟକ୍ତ ଅବସ୍ଥାରେ ଗୋଷ୍ଠୀ ଶୌଚାଳୟ

ଗୋପ,୧୫।୫(ଡି.ଏନ୍‌.ଏ.): ନିର୍ମଳ ଗ୍ରାମ ପଞ୍ଚାୟତ ଭାବରେ ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଓରେଇ ଗ୍ରାମରେ ୨୦୦୭ରେ ନିର୍ମାଣାଧୀନ ଗୋଷ୍ଠୀ ଶୌଚାଳୟ ଦୀର୍ଘ ୧୦ ବର୍ଷରୁ ଊଦ୍ଧର୍‌ବ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏଥିପ୍ରତି ଗୋପ ବ୍ଲକ ପକ୍ଷରୁ ଦୃଷ୍ଟି…

ଟୁଇଟରରେ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ଭାଗୀରଥି

ଗୋପ,୧୪।୫(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଅନେକ ସରକାରୀ ଯୋଜନା ସଫଳ ହେଉଛି। ମାତ୍ର ଗ୍ରାମାଞ୍ଚଳରେ ଥିବା ସାଧାରଣ ଲୋକ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ନିକଟରେ ସଚେତନତାର ଅଭାବ ହେତୁ ଅନେକ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି।…

ଡେଲାଙ୍ଗ ଷ୍ଟେଶନ ବଜାରରେ ଜଳୁନି ହାଇମାଷ୍ଟ ଲାଇଟ୍‌

ଡେଲାଙ୍ଗ,୧୪।୫(ଡି.ଏନ୍‌.ଏ.):ଡେଲାଙ୍ଗ ଷ୍ଟେଶନ ବଜାର ଉପରେ ସ୍ଥାନୀୟ ୭ଟି ପଞ୍ଚାୟତରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବାବେଳେ ବଜାର ଏବେ ନିଶାଡ଼ି ଓ ବାଇକ୍‌ ଚୋରଙ୍କ ଆଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ବଜାରକୁ ଆଲୋକୀକରଣ କରିବାକୁ ଥିବା ହାଇମାଷ୍ଟ ଲାଇଟ୍‌ ଆଜକୁ ଦୀର୍ଘ ୨ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri