କାମରେ ଆସୁନି ପାନୀୟଜଳ ପ୍ରକଳ୍ପ: ଲୋକେ ହନ୍ତସନ୍ତ

କାକଟପୁର,୧୭।୫(ଡି.ଏନ୍‌.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କରି କୋଟି କୋଟି ଟଙ୍କାର ଅନୁଦାନରାଶି ଯୋଗାଇ ଦେଉଛନ୍ତି। (ବୋରୱେଲ) ନିର୍ମାଣଠାରୁ ଆରମ୍ଭ କରି ପାଇପ ବିଛା, ପାଣି ଟାଙ୍କି ନିର୍ମାଣ, ପମ୍ପ ହାଉସ ଏବଂ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଅଧିକାଂଶ ସ୍ଥାନରେ ପ୍ରକଳ୍ପଗୁଡିକ ନିର୍ମାଣ ପରେ ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ l ଯାହାର ଜ୍ୱଳନ୍ତ ଉଦାହରଣ କାକଟପୁର, ଅସ୍ତରଙ୍ଗ ବ୍ଲକର ପ୍ରାଚୀ-ନଟରା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଦେଖିବାକୁ ମିଳିଛି। କାକଟପୁର ମୂଳାଗଡ଼ ଛକଠାରେ ଥିବା ଜଳବିଶୋଧନ କେନ୍ଦ୍ରରୁ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତର ରାଇବେରୁହାଁ ଓ ରାଇକଣା ଗ୍ରାମର ଭୂତଳ ଜଳ ଲବଣାସକ୍ତ ଥିବାରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ପ୍ରକଳ୍ପ ଅଳ୍ପ କେଇମାସ କାର୍ଯ୍ୟ କରିବା ପରେ ପାଇପରେ ପାଣି ନ ଯିବାରୁ ଛେଳିଗୁହାଳିଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ପମ୍ପହାଉସ ନିର୍ମାଣ କରାଗଲା। ମାତ୍ର ତାହା ବି କିଛିଦିନ ପରେ ଅଚଳ ହୋଇଗଲା। ସ୍ଥାନୀୟ ଲୋକ କୁହନ୍ତି ନିମ୍ନମାନର କାର୍ଯ୍ୟ ଓ ଶସ୍ତା ପାଇପ ବିଛା ଯୋଗୁ ନିର୍ମାଣର ଅଳ୍ପ କେଇ ମାସ ପରେ ଷ୍ଟାଣ୍ଡପୋଷ୍ଟଗୁଡିକ ଭାଙ୍ଗି ଯିବା ସହ ବିଛାଯାଇଥିବା ପାଇପ ନଷ୍ଟ ହୋଇଯିବାରୁ ଦୀର୍ଘଦିନ ହେବ ଉପରୋକ୍ତ ୨ଟି ଗ୍ରାମର ଲୋକ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ମରାମତି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଠିକାଦାର ମାଧ୍ୟମରେ ବିଭାଗୀୟ ଅଧିକାରୀମାନେ ହଡପ କରିଥିବା ଏହି ବିଭାଗର କେତେକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଉପରୋକ୍ତ ୨ଟି ଗ୍ରାମରେ ୨ଟି ସରକାରୀ ନଳକୂପ ବସିଥିଲେ ମଧ୍ୟ ସେଥିରୁ ଲୁହାଗୁଣ୍ଡ ପାଣି ବାହାରୁଛି। ଏପରିକି ଏହି ୨ ଗ୍ରାମର ଅଧିକାଂଶ ନଳକୂପରୁ ଲୁଣି ଓ ଆଇରନ ପାଣି ବାହାରୁଛି। ପାଇପ୍‌ ଯୋଗେ ପାନୀୟ ଜଳ ନ ଆସୁଥିବାରୁ ଲୋକେ ବାଧ୍ୟ ହୋଇ ଏହି ଜଳକୁ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଗ୍ରାମବାସୀ ନାନା ରୋଗର ଶିକାର ହେବା ନେଇ ଆଶଙ୍କା ରହିଛି। ତେଣୁ ଏହି ଦୁଇଟି ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ତୁରନ୍ତ ଦୂର କରିବା ସହିତ ନଟରା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ତଦନ୍ତ କରିବାକୁ ସାଧାରଣରେରେ ଦୃଢ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?