ଟୁଇଟରରେ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ଭାଗୀରଥି

ଗୋପ,୧୪।୫(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଅନେକ ସରକାରୀ ଯୋଜନା ସଫଳ ହେଉଛି। ମାତ୍ର ଗ୍ରାମାଞ୍ଚଳରେ ଥିବା ସାଧାରଣ ଲୋକ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ନିକଟରେ ସଚେତନତାର ଅଭାବ ହେତୁ ଅନେକ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି। କିନ୍ତୁ ଏସବୁ ସରକାରୀ ଯୋଜନା କିପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ବ ସେଥିପାଇଁ ଦୁଇ ବର୍ଷ ହେବ ଅଣ୍ଟା ଭିଡିଛନ୍ତି କୋଣାର୍କ ଅଞ୍ଚଳର ଧନିତ୍ରୀ ଗ୍ରାମର ସାମାଜିକ କର୍ମୀ ଭାଗୀରଥି ସ୍ବାଇଁ। ଭାଗୀରଥି ଜଣେ ଖବରଦାତା ଭାବେ କାର୍ଯ୍ୟ କରୁଥିବା ବେଳେ ଟୁଇଟର ମାଧ୍ୟମରେ ଲୋକମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି। ଏହି ଯୁବ ସାମାଜିକ କର୍ମୀ ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟାଗୁଡ଼ିକୁ ସ୍ଥାନୀୟ ପ୍ରଶାସନ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରୁଛନ୍ତି। ପ୍ରାୟ ୨ବର୍ଷ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିଥିବା ଭାଗୀରଥି କହିଛନ୍ତି। ସେ ରାଜ୍ୟର ବିଭିନ୍ନ ଜିଲା ଓ ବ୍ଲକ ଅଞ୍ଚଳର ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେବା ଅଭିଯୋଗ ପାଇବା ମାତ୍ରେ ଟୁଇଟରରେ ସରକାରଙ୍କ ନିକଟରେ ଅଭିଯୋଗ କରିଥାନ୍ତି। ଯେଉଁ ବିଭାଗରେ ଯେକୌଣସି ଅଭିଯୋଗର ସମସ୍ୟା ସମାଧାନ ହୋଇଥାଏ ତାଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଥାଏ। ୨ବର୍ଷ ଭିତରେ ସତ୍ୟବାଦୀ ବ୍ଲକର ପୁରୁଣା ବେଢାକେରା ଗ୍ରାମର ସ୍ବାସ୍ଥ୍ୟ ଅବସ୍ଥା ଲାଗି ସରକାରୀ ସହାୟତା ମିଳିବା, ଗୋପ ବ୍ଲକ ଅଚ୍ୟୁତପୁର କର୍କଟ ରୋଗୀ ଯଦୁମଣି ସେଠୀଙ୍କୁ ସହାୟତା ମିଳିବା, ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗ୍ରାମର ରସିକ ମୁଣ୍ତାଙ୍କୁ ରାଶନ କାର୍ଡ ମିଳିବା, ରାୟଗଡ଼ା ଜିଲା ପାତ୍ରଗଡା ଗ୍ରାମର ପ୍ରମିଳା ଦଳାଇଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ, ବଲାଙ୍ଗୀର ଜିଲା ସାନବାର୍ଲି ଗ୍ରାମର କମଳା ବରିହାଙ୍କୁ ଚିକିତ୍ସା ସେବା ଅର୍ଥ, କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଲକ୍ଷ୍ମୀଧରଙ୍କୁ ୪ ମାସର ଭତ୍ତା ଟଙ୍କା, ଗଜପତି ଜିଲା ତଳିଆପଦା ଗ୍ରାମର ଦିବ୍ୟାଙ୍ଗ ମେଣ୍ଟା ମଲ୍ଲିକଙ୍କୁ ଟ୍ରାଇସାଇକେଲ ସହାୟତା, କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଧନମତି ଛତ୍ରିଆଙ୍କୁ ଆବାସଗୃହ ଯୋଜନା ସହିତ ୧ ହଜାରରୁ ଅଧିକ ଲୋକଙ୍କୁ ଟୁଇଟର ଜରିଆରେ ସମସ୍ୟା ସମାଧାନ କରିଛନ୍ତି ଭାଗୀରଥି। ଏ ନେଇ ଭାଗୀରଥି କୁହନ୍ତି, ମଣିଷଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ଗରିବଙ୍କ ସମସ୍ୟା ସମାଧାନ କରିପାରିଲେ ନିଶ୍ଚିତ ଭଗବାନ ସାହାଯ୍ୟ କରିବେ। ଟୁଇଟର ଯୋଗେ ସମସ୍ୟା ସମାଧାନ କରୁଥିବାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ଅଭିଯୋଗ ମଧ୍ୟ ଆସୁଛି। ସେଥିପ୍ରତି ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?