ଆମ ଜିଲା ଖବର

ଜୋରଦାର ଧରପଗଡ଼: ବ୍ରାଉନସୁଗାର ଜବତ, ବଡ଼ ଚେନ୍‌ ଥିବା ସନ୍ଦେହ

ହାଟଡିହୀ,୩୧l୭(ଶୁଭକାନ୍ତ ନାୟକ):କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ତତ୍ତ୍ୱାବଧାନ ଏବଂ ନିର୍ଦ୍ଦେଶରେ ମଙ୍ଗଳବାର ରାତିରୁ ସ୍ବତନ୍ତ୍ର ଟିମ ଗଠନ କରି ଆନନ୍ଦପୁର ଏବଂ ଘସିପୁରା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରପଗଡ଼ କରାଯାଉଛି। ଅଦ୍ୟାବଧି ବିଭିନ୍ନ ସ୍ଥାନରେ…

ସତର୍କ ସଙ୍କେତ ଉପରେ ବୈତରଣୀ ଜଳସ୍ତର: ଧାମନଗର ଚାନ୍ଦବାଲିରେ ବନ୍ୟା ଆଶଙ୍କା

ଭଦ୍ରକ, ୩୧।୭(ସନାତନ ରାଉତ): ବୈତରଣୀ ବନ୍ୟା ଜଳ ଦୁଇ ଦିନ ତଳେ ହ୍ରାସ ପାଇଥିବାବେଳେ ଗୁରୁବାର ସକାଳୁ ପୁଣି ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି l ସକାଳୁ ଭଦ୍ରକ ଜିଲା ଆଖୁଆପଦା ଆନିକଟ ନିକଟରେ ବୈତରଣୀ ଜଳ ସ୍ତର ସତର୍କ…

ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ନିଆରା ପ୍ରୟାସ ନିଜେ ଫିଟ ସହ ପରିବେଶ ରଖିଲେ ସୁନ୍ଦର-ସ୍ବଚ୍ଛ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କେତେବେଳେ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ତ କେଉଁଠି ଘରେ ନିଆଁ ଲାଗି ବିପଦ ଆସୁଛି ଆଉ କେତେବେଳେ ରାସ୍ତା ଦୁର୍ଘଟଣା, କିଏ ପାଣିରେ ବୁଡି ଯାଉଥିବା ବେଳେ ଉଦ୍ଧାର କରି ଲୋକଙ୍କ ଜୀବନକୁ ରକ୍ଷା…

ସ୍କୁଲରେ ଶିକ୍ଷକ ଅଭାବ: ୫ରୁ ତାଲା ବନ୍ଦ ଆନ୍ଦୋଳନ ଚେତାବନୀ

ଅତାବିରା, ୩୧ା୭(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇରପାଲିସ୍ଥିତ ସରକାରୀ ୟୁଜିଏମ୍‌ଇ ସ୍କୁଲରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି l ଏହାକୁ ନେଇ ବୁଧବାର ସ୍କୁଲ କମିଟି ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ…

ଉଚ୍ଛେଦ ସମୟରେ ପୋଲିସ-ଜନତା ମୁହାଁମୁହିଁ

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲମ୍ବା ବିଲଡିଂ ଛକରୁ ଭଟଲି ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ବୁଧବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବିନା ଲିଖିତ ନୋଟିସ୍‌ରେ ପ୍ରଶାସନ ପକ୍ଷରୁ ବୋଲଡୋଜର ଲଗାଇ ଉଚ୍ଛେଦ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ…

ଲାଇଭ୍‌ ଭିଡିଓରେ ମହିଳା ଏମ୍‌ବିକେଙ୍କ ଆତ୍ମହତ୍ୟା ଉଦ୍ୟମ

କୋରାପୁଟ /ନାରାୟଣପାଟଣା, ୩୧ା୭, (ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ପଥରଦେଉଳ ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ଲକରେ କାର୍ଯ୍ୟରତ ମିଶନଶକ୍ତିର ମାଷ୍ଟର ବୁକ୍‌ କିପର (ଏମ୍‌ବିକେ) ଭବାନୀ ପ୍ରଧାନ ନ୍ୟାୟ ନ ପାଇ ବୁଧବାର…

ପୁଣି ହାତୀ ଉପଦ୍ରବ, ଆକ୍ରମଣରେ ଗଲା ୨ ଜୀବନ ଜଣେ ଗୁରୁତର

ହିନ୍ଦୋଳ,୩୧।୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବାଘ ଧରିଆ ଗ୍ରାମରେ ଗୁରୁବାର ଭୋର ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି।…

ଖେଳ ସାମଗ୍ରୀ କ୍ରୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା…

ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି, ୩୦।୭ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଦୀର୍ଘ ଏକ ଦଶନ୍ଧିି ଧରି ଏହି ବନ୍ଧର…

ଚାକିରି ଦେବା ନାମରେ ଠକିଥିଲେ, ଯୁବକଙ୍କୁ ଧରି ଥାନାରେ ପହଞ୍ଚିଲେ…

ପାରଳାଖେମୁଣ୍ଡି,୩୦।୭(ଗିରିଧାରୀ ପରିଚ୍ଛା): ଦୁବାଇରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଘଟଣାରେ ପାରଳାଖେମୁଣ୍ଡି ଥାନାରେ ଜଣେ ଅଟକ ରହିଛି। ଅଟକ ବ୍ୟକ୍ତିଙ୍କ ନାମ ଲକ୍ଷ୍ମୀ ନାରାୟଣ ପାତ୍ର। ସେ ଆନ୍ଧ୍ର ଶ୍ରୀକାକୁଲମ ଜିଲା ରାଟିଣି ଗ୍ରାମର ବୋଲି…

ଘର ଆଗରେ ବସିବାର ୭ ଦିନ ବିତିଲା; ନ୍ୟାୟ ନ ପାଇ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଥାନାରେ ବୁଧବାର ସଂନ୍ଧ୍ୟାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା (୭୫ /୨୫)ରୁଜୁ…

ଭଗବାନ ପ୍ରଧାନ ନଗର ସଭାପତି, ହୁମା ମଣ୍ଡଳ ସଭାପତି ହେଲେ ଧ୍ରୁବ ଚରଣ ପଲାଇ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ)-ଗଞ୍ଜାମ ଜିଲା ଭାଜପା ନଗର ସଭାପତି ଭାବେ ଭଗବାନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେହିପରି ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ଉପରେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ପୁଣି ହୁମା ମଣ୍ଡଳ ସଭାପତି ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri