ପାଟଣାର ପୂର୍ବତନ ବିଧାୟକ ରାମରାୟ ଗୁରୁତର
ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର…
୧୩ ଦିନରେ ହାଟଡ଼ିହୀ ଅଞ୍ଚଳର ୩ଜଣଙ୍କୁ ମାରିଲାଣି ହାତୀ: ଖୋଜିଖୋଜି ନାକେଦମ ହେଲାଣି ବନବିଭାଗ
ହାଟଡ଼ିହୀ,୧୯।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଞ୍ଚଳରେ ୧୩ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ବନବିଭାଗ ଓ ପ୍ରଶାସନ ଲାଗି ଏହା ଚିନ୍ତାର କାରଣ ପାଲଟିଲାଣି। ହାତୀକୁ…
ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା: ଧରିତ୍ରୀ ଖବରକୁ ନେଇ ଏନ୍ଏଚ୍ଆର୍ସିରେ ଅଭିଯୋଗ ଦାୟର, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି
ହାଟଡ଼ିହୀ,୧୯।୫(ଡି.ଏନ୍.ଏ.): ଗତ ୧୭ରେ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନୂଆରୁଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକ(୫୩) ଏବଂ ୧୮ରେ ମଇଚାଇପଦା ଗ୍ରାମର ସଞ୍ଜୁଲତା ରାଉତ(୫୨)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେହିଭଳି ପୂର୍ବରୁ ମଧ୍ୟ କୁଶଟିକିରି ଗ୍ରାମର ଖୁଖା ଖଣ୍ଡେଇ(୫୪)ଙ୍କର ମଧ୍ୟ ହାତୀ…
ମୟୂରଭଞ୍ଜର ୫ ବୁଥ୍ରେ ଚାଲିଛି ସାନି ମତଦାନ
ବାରିପଦା ଅଫିସ,୧୯।୫: ମୟୂରଭଞ୍ଜ ଜିଲାର ୫ଟି ବୁଥ୍ରେ ରବିବାର ସାନି ମତଦାନ କରାଯାଉଛି। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୧୬ନଂ ବୁଥ୍-ଭୁଗୁଡ଼ାକଟା, ୧୯ନଂ ବୁଥ୍-ପୂର୍ଣ୍ଣଚନ୍ଦ୍ରପୁର, ଖଣ୍ଟା ବ୍ଲକର ବୁଥ୍ ନଂ-୨୪୮-ଅଠାପଡ଼ା, ବଡ଼ସାହି ବ୍ଲକର ୧୬୬ନଂ ବୁଥ୍-ଖନୁଆ(୨) ଏବଂ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନମଣ୍ଡଳୀର ୧୦୪ନଂ…
ବୃନ୍ଦାବନ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଏବେ ବନ୍ତଳା ଦିଦି : ୭୦ ଯୁବତୀଙ୍କୁ ଦେଇସାରିଲେଣି ରୋଜଗାର
ବନ୍ତଳା,୧୯ା୫(ଦୀନେଶ ଦେହୁରୀ)- ସ୍ବାମୀଙ୍କ ସହ ବୃନ୍ଦାବନରେ ଥିବା ବେଳେ ଜ୍ୟୋତ୍ସ୍ନାରାଣୀଙ୍କୁ ଘାରିଥିଲା ସ୍ବାବଲମ୍ବୀ ହେବାର ଚିନ୍ତା। ପ୍ରଥମେ ପ୍ରଥମେ ମନା କରିଥିଲେ ସ୍ବାମୀ। ପରେ ସ୍ତ୍ରୀଙ୍କ ହଁରେ ହଁ ମିଶାଇଥିଲେ ସେ। ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ…
ସ୍ବାସ୍ଥ୍ୟ ବିଭାଗକୁ ରୋଗୀ ସୁରକ୍ଷା ଚିନ୍ତା: ଝରକାରେ ତାରଜାଲି ଲଗାଇବାକୁ ଚିଠି
ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଡେଇଁ ବର୍ଷକ ମଧ୍ୟରେ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜିଲାବାସୀଙ୍କ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଏହି ଡାକ୍ତରଖାନାରେ ରୋଗୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି…
ପ୍ରହସନ ପାଲଟିଛି ବିଦ୍ୟୁତୀକରଣ ଯୋଜନା : ବର୍ଷେ ତଳୁ ବସିଛି ମିଟର, ସଂଯୋଗ ନାହ
ବଅଁରପାଳ,୧୯ା୫(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନା ଅନେକ ସ୍ଥାନରେ ପ୍ରହସନରେ ପରିଣତ ହୋଇଛି। ଫଳରେ ବହୁ ଗରିବ ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାନ୍ତି। ବଅଁରପାଳ ବ୍ଲକ ତୁରଙ୍ଗ ଅଞ୍ଚଳକୁ ଏହାର ଉଦାହରଣ ବୋଲି କୁହାଯାଉଛି।…
ଜୟନ୍ତୀ ସମାରୋହରେ ମତ: ଭକ୍ତି-ସାହିତ୍ୟର ଭାବମୟ ସ୍ରଷ୍ଟା ଦୀନକୃଷ୍ଣ
ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଏକଘରିଆ ଗ୍ରାମସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ଶନିବାର ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଦୀନବନ୍ଧୁଙ୍କ ପ୍ରତିଟି ଲେଖାରେ ଭକ୍ତି ଏବଂ ସାହିତ୍ୟର ଅନୁପମ ସମ୍ମିଶ୍ରଣ ଦେଖିବାକୁ ମିଳେ। ସେ…
ହାତୀ ପାଇଁ ଗୃହବନ୍ଦୀ ଜୀବନ
ଭାପୁର, ୧୯।୫(ଡି.ଏନ.ଏ.)- ଘରୁ ପଦାକୁ ବାହାରିଲେ ଗୋଡ଼ାଉଛି ଭୟ। କେମିତି ପୁଣି ସୁରକ୍ଷିତ ଭାବେ ଫେରିବେ ସେହି ଚିନ୍ତା ଘାରୁଛି। ଢେଙ୍କାନାଳ ସଦର ରେଞ୍ଜ ଭାପୁର ଏବଂ କାଳିକାପ୍ରସାଦ ବିଟ୍ ଅନ୍ତର୍ଗତ ୧୦ ଗ୍ରାମରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ସମ୍ପୃକ୍ତ…
ରେଳ ଧାରଣାରୁ ମହିଳା, ପୁରୁଷଙ୍କ ମୃତଦେହ ଉଦ୍ଧାର
ଅନୁଗୋଳ ଅଫିସ, ୧୯।୫ – ଅନୁଗୋଳ କୁମଣ୍ଡ ନିକଟ ରେଳ ଧାରଣାରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି। ସେମାନେ ଦମ୍ପତି ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ମୃତ ପୁରୁଷଙ୍କ ନାମ ବିଭୂତି…
ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ
ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା କିନ୍ତୁ ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି । ଜୟପୁର ଡିଏଫ୍ଓ କେନ୍ଦୁପତ୍ର ବିଭାଗ ଅଧୀନରେ…
ପୂର୍ବତନ ଆକାଉଣ୍ଟାଣ୍ଟ, ଇନ୍ଚାର୍ଜ ଗିରଫ
ଭୁବନେଶ୍ୱର, (ବ୍ୟୁରୋ)/ କାମାକ୍ଷାନଗର (ଡି.ଏନ୍.ଏ.) ୧୯ା୫- ନିଜ ପଦବୀର ଅପବ୍ୟବହାର କରି ବ୍ୟାଙ୍କ୍ରୁ ୧.୧୫ କୋଟି ଟଙ୍କା ହପଡ଼ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦୁଇ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ୟୁନାଇଟେଡ୍ ସେଣ୍ଟ୍ରାଲ କୋଅପରେଟିଭ…

