ବୃନ୍ଦାବନ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଏବେ ବନ୍ତଳା ଦିଦି : ୭୦ ଯୁବତୀଙ୍କୁ ଦେଇସାରିଲେଣି ରୋଜଗାର

ବନ୍ତଳା,୧୯ା୫(ଦୀନେଶ ଦେହୁରୀ)- ସ୍ବାମୀଙ୍କ ସହ ବୃନ୍ଦାବନରେ ଥିବା ବେଳେ ଜ୍ୟୋତ୍ସ୍ନାରାଣୀଙ୍କୁ ଘାରିଥିଲା ସ୍ବାବଲମ୍ବୀ ହେବାର ଚିନ୍ତା। ପ୍ରଥମେ ପ୍ରଥମେ ମନା କରିଥିଲେ ସ୍ବାମୀ। ପରେ ସ୍ତ୍ରୀଙ୍କ ହଁରେ ହଁ ମିଶାଇଥିଲେ ସେ। ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ ଜ୍ୟୋତ୍ସ୍ନାରାଣୀ। ବୃନ୍ଦାବନରେ ବର୍ଷଟିଏ ଛାତ୍ରୀ ହୋଇ ଟେଲରିଂ ଶିଖି ଗଁାକୁ ଫେରିବା ପରେ ସେ ଆଗେଇଥିଲେ ଲକ୍ଷ୍ୟ ପଥରେ। ସିଲେଇ ଦୋକାନଟିଏ କରି ନିଜେ ଭଲ ଆୟ କରିବା ସହ ଆଖପାଖ ଅଞ୍ଚଳର ଯୁବତୀଙ୍କୁ ଟେଲରିଂ ପ୍ରଶିକ୍ଷଣ ଦେବା ଆରମ୍ଭ କରିଦେଇଥିଲେ। ଇତିମଧ୍ୟରେ ୭୦ ଯୁବତୀଙ୍କୁ ସେ ତାଲିମ ଦେଇ ରୋଜଗାରକ୍ଷମ କରାଇପାରିଛନ୍ତି। ପ୍ରତି ଗ୍ରାମରୁ ଅନୂ୍ୟନ୍ୟ ୫ ଯୁବତୀଙ୍କୁ ସ୍ବାବଲମ୍ବୀ କରାଇବା ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବାରୁ ଜ୍ୟୋତ୍ସ୍ନାରାଣୀ ଏବେ ପାଲଟିଯାଇଛନ୍ତି ବନ୍ତଳା ଅଞ୍ଚଳର ଦିଦି।
ଜ୍ୟୋତ୍ସ୍ନାରାଣୀ ସାହୁ। ବୟସ ମାତ୍ର ୩୬। ଘର ଅନୁଗୋଳ ଜିଲା ବନ୍ତଳା ବଜାର ଅଞ୍ଚଳରେ। ୨୧ ବର୍ଷ ବୟସରେ ଶଙ୍ଖପୁର ଗ୍ରାମର ବିଜୟ ଦାସଙ୍କ ସହ ତାଙ୍କର ବିବାହ ହୋଇଥିଲା। ପରେ ସ୍ବାମୀ ତାଙ୍କୁ ନିଜ କର୍ମକ୍ଷେତ୍ର ଉତ୍ତରପ୍ରଦେଶର ବୃନ୍ଦାବନକୁ ନେଇଯାଇଥିଲେ। ସେଠାରେ ଜ୍ୟୋତ୍ସ୍ନାରାଣୀ ନିଜେ ରୋଜଗାର କରିବାକୁ ଇଚ୍ଛା ରଖିଥିବା ସ୍ବାମୀ ବିଜୟଙ୍କୁ କହିଥିଲେ। କାହା ଉପରେ ବୋଝ ନ ହେବା ସହ ଅନ୍ୟ ଗରିବ ଝିଅମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ଥିବା ବୁଝାଇଥିଲେ। ସ୍ତ୍ରୀ ରୋଜଗାର କରୁ, ଏହା ଚାହଁୁ ନ ଥିଲେ ବି ବିଜୟ ଜ୍ୟୋତ୍ସ୍ନାରାଣୀଙ୍କ ଆଗ୍ରହ ଦେଖି ତାଙ୍କୁ ଅନୁମତି ଦେଇଥିଲେ। ଏହାପରେ ବୃନ୍ଦାବନରେ ଏକ ବର୍ଷ ଟେଲରିଂ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରି ୨୦୦୮ରେ ଶାଶୁଘର ଗାଁ ଶଙ୍ଖପୁରକୁ ଚାଲିଆସି ଏକ ଟେଲର ଦୋକାନ ଖୋଲିଥିଲେ ଜ୍ୟୋତ୍ସ୍ନାରାଣୀ। ୫ ବର୍ଷ ଧରି ସେଠାରେ ରୋଜଗାର ତ କଲେ ହେଲେ ଅନ୍ୟ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ପୂରଣ ହେଲାନାହିଁ। ତେଣୁ ସେ ବାପଘର ଗଁା ବନ୍ତଳା ଛକରେ ୨୦୧୪ରେ ଏକ ଦୋକାନ ଖୋଲି କଲେଜ ଆସୁଥିବା ଛାତ୍ରୀମାନଙ୍କଠାରୁ ଗଁାର ଗରିବ ଝିଅମାନଙ୍କ ଠିକଣା ସଂଗ୍ରହ କଲେ। ପରେ କେତେଜଣଙ୍କୁ ସଚେତନ କରାଇ ନିଜ ଦୋକାନରେ ଟେଲରିଂ ଶିଖାଇଲେ। ସେମାନେ ରୋଜଗାରକ୍ଷମ ହେବାପରେ ତାଙ୍କ ଅଭିଯାନ ଧୀରେ ଧୀରେ ଆଗକୁ ବଢ଼ିଲା। ଅଧିକରୁ ଅଧିକ ଯୁବତୀ ଟେଲରିଂ ପ୍ରତି ଆଗ୍ରହ ଦେଖାଇବାରୁ ଜ୍ୟୋତ୍ସ୍ନାରାଣୀ ଏକ ବଡ଼ ଘର ଭଡାରେ ନେବା ସହ ବନ୍ତଳା ଷ୍ଟେଟବ୍ୟାଙ୍କ ଓ ଶଙ୍ଖପୁର ଫେଡେରାଲ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଲେଖାଏ ଏବଂ ଘରୋଇ ଭାବେ ୨ଲକ୍ଷ ଟଙ୍କା ଋଣ ଆଣି ୧୨ଟି ମେଶିନ, ଗୋଟିଏ ଜିକ୍‌ଜାକ ମେଶିନ କିଣି ସେମାନଙ୍କୁ ତାଲିମ ଦେଲେ। ଏହି ୫ ବର୍ଷ ମଧ୍ୟରେ ସେ ୭୦ ଜଣ ଯୁବତୀଙ୍କୁ ସ୍ବାବଲମ୍ବୀ ହେବା ଲାଗି ରାସ୍ତା ଦେଖାଇ ସାରିଛନ୍ତି। ବେଡାଶାସନ ଗ୍ରାମର ମିକି ରାଉତ, ହମାମିରାର ରଞ୍ଜିତା ଅମାନ୍ତ, କହ୍ନେଇନଗରର ରିଲି ନାଏକ, ଧୋକୁଟାର ମମତା ନାଏକ, ସୁନି ନାଏକ, ଲଜି ନାଏକ, ସିପା ପ୍ରଧାନ, କୁମୁରୀସିଙ୍ଗାର ଜୀନୁ ପ୍ରଧାନ, ଦମୟନ୍ତୀ ପ୍ରଧାନ, ବାସନ୍ତୀ ସାହୁ, ପାତେଲିର ସିପା ଦେହୁରୀ, ଗାୟତ୍ରୀ ପ୍ରଧାନ, ମିତା ସାହୁ, ନମି ପ୍ରଧାନ, ସଙ୍ଗୀତା ଦେହୁରୀ, ଲିଲିବାଳା ଦେହୁରୀ, ଲୁସି ବେହେରା, ଜାମୁଣ୍ଡା ଗ୍ରାମର ସସ୍ମିତା ସାହୁ, ମିତା ସାହୁ, ଜିତା ସାହୁ, ବନ୍ତଳା ବଜାରର ମିନୁ ବିର, ସସ୍ମିତା ସାହୁ, କୁନି ସାହୁ, ରୁବି ସାହୁ ପ୍ରମୁଖଙ୍କୁ ତାଲିମ ଦେଇ ଜ୍ୟୋତ୍ସ୍ନାରାଣୀ ସେମାନଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ବର୍ତ୍ତମାନ ୧୨ ଜଣ ଯୁବତୀ ତାଙ୍କ ନିକଟରେ କାମ ଶିଖୁଥିବା ବେଳେ ଆହୁରି ୧୫ ଜଣ ଅପେକ୍ଷାରେ ଅଛନ୍ତି। ଦୈନିକ ତାଙ୍କ ଦୋକାନରେ ୧୫ରୁ ୨୦ ଗ୍ରାହକଙ୍କ ଡ୍ରେସ୍‌ ତିଆରି ହେଉଛି। ସବୁ ଖର୍ଚ୍ଚ ଯାଇ ମାସିକ ୨୦ ହଜାର ଟଙ୍କା ଆୟ ହେଉଛି। ୨୦୧୮ରେ ଆସିଥିବା ବାତ୍ୟା ତିତ୍‌ଲୀରେ ତାଙ୍କର ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ପୋଷାକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳି ନ ଥିଲା। ତଥାପି ସେ ହାର ମାନି ନ ଥିଲେ। ସ୍ବାମୀ ବିଜୟ ଓ ଭାଇଙ୍କ ସାହସ ଯୋଗୁ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେବାର ଉଦ୍ୟମ ଜାରି ରଖିଥିବାରୁ ଅଞ୍ଚଳବାସୀ ତାଙ୍କୁ ଉଚ୍ଚ ପ୍ରଶଂସା କରୁଛନ୍ତି। ଜ୍ୟୋତ୍ସ୍ନା କୁହନ୍ତି, ପ୍ରତି ଗାଁର ୫ ଜଣ ଗରିବ ଝିଅଙ୍କୁ ଟେଲରିଂ ଶିକ୍ଷା ଦେଇ ସେମାନଙ୍କ ଜୀବନରେ ସୁଧାର ଆଣିବା ଚେଷ୍ଟା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୭୦ ଯୁବତୀ ରୋଜଗାର କରିପାରୁଛନ୍ତି। ସେଥିପାଇଁ ଖୁସି ଲାଗୁଛି ମୋ ଜୀବନର ଲକ୍ଷ୍ୟ ପୂରଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri