ବୃନ୍ଦାବନ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଏବେ ବନ୍ତଳା ଦିଦି : ୭୦ ଯୁବତୀଙ୍କୁ ଦେଇସାରିଲେଣି ରୋଜଗାର

ବନ୍ତଳା,୧୯ା୫(ଦୀନେଶ ଦେହୁରୀ)- ସ୍ବାମୀଙ୍କ ସହ ବୃନ୍ଦାବନରେ ଥିବା ବେଳେ ଜ୍ୟୋତ୍ସ୍ନାରାଣୀଙ୍କୁ ଘାରିଥିଲା ସ୍ବାବଲମ୍ବୀ ହେବାର ଚିନ୍ତା। ପ୍ରଥମେ ପ୍ରଥମେ ମନା କରିଥିଲେ ସ୍ବାମୀ। ପରେ ସ୍ତ୍ରୀଙ୍କ ହଁରେ ହଁ ମିଶାଇଥିଲେ ସେ। ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ ଜ୍ୟୋତ୍ସ୍ନାରାଣୀ। ବୃନ୍ଦାବନରେ ବର୍ଷଟିଏ ଛାତ୍ରୀ ହୋଇ ଟେଲରିଂ ଶିଖି ଗଁାକୁ ଫେରିବା ପରେ ସେ ଆଗେଇଥିଲେ ଲକ୍ଷ୍ୟ ପଥରେ। ସିଲେଇ ଦୋକାନଟିଏ କରି ନିଜେ ଭଲ ଆୟ କରିବା ସହ ଆଖପାଖ ଅଞ୍ଚଳର ଯୁବତୀଙ୍କୁ ଟେଲରିଂ ପ୍ରଶିକ୍ଷଣ ଦେବା ଆରମ୍ଭ କରିଦେଇଥିଲେ। ଇତିମଧ୍ୟରେ ୭୦ ଯୁବତୀଙ୍କୁ ସେ ତାଲିମ ଦେଇ ରୋଜଗାରକ୍ଷମ କରାଇପାରିଛନ୍ତି। ପ୍ରତି ଗ୍ରାମରୁ ଅନୂ୍ୟନ୍ୟ ୫ ଯୁବତୀଙ୍କୁ ସ୍ବାବଲମ୍ବୀ କରାଇବା ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବାରୁ ଜ୍ୟୋତ୍ସ୍ନାରାଣୀ ଏବେ ପାଲଟିଯାଇଛନ୍ତି ବନ୍ତଳା ଅଞ୍ଚଳର ଦିଦି।
ଜ୍ୟୋତ୍ସ୍ନାରାଣୀ ସାହୁ। ବୟସ ମାତ୍ର ୩୬। ଘର ଅନୁଗୋଳ ଜିଲା ବନ୍ତଳା ବଜାର ଅଞ୍ଚଳରେ। ୨୧ ବର୍ଷ ବୟସରେ ଶଙ୍ଖପୁର ଗ୍ରାମର ବିଜୟ ଦାସଙ୍କ ସହ ତାଙ୍କର ବିବାହ ହୋଇଥିଲା। ପରେ ସ୍ବାମୀ ତାଙ୍କୁ ନିଜ କର୍ମକ୍ଷେତ୍ର ଉତ୍ତରପ୍ରଦେଶର ବୃନ୍ଦାବନକୁ ନେଇଯାଇଥିଲେ। ସେଠାରେ ଜ୍ୟୋତ୍ସ୍ନାରାଣୀ ନିଜେ ରୋଜଗାର କରିବାକୁ ଇଚ୍ଛା ରଖିଥିବା ସ୍ବାମୀ ବିଜୟଙ୍କୁ କହିଥିଲେ। କାହା ଉପରେ ବୋଝ ନ ହେବା ସହ ଅନ୍ୟ ଗରିବ ଝିଅମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ଥିବା ବୁଝାଇଥିଲେ। ସ୍ତ୍ରୀ ରୋଜଗାର କରୁ, ଏହା ଚାହଁୁ ନ ଥିଲେ ବି ବିଜୟ ଜ୍ୟୋତ୍ସ୍ନାରାଣୀଙ୍କ ଆଗ୍ରହ ଦେଖି ତାଙ୍କୁ ଅନୁମତି ଦେଇଥିଲେ। ଏହାପରେ ବୃନ୍ଦାବନରେ ଏକ ବର୍ଷ ଟେଲରିଂ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରି ୨୦୦୮ରେ ଶାଶୁଘର ଗାଁ ଶଙ୍ଖପୁରକୁ ଚାଲିଆସି ଏକ ଟେଲର ଦୋକାନ ଖୋଲିଥିଲେ ଜ୍ୟୋତ୍ସ୍ନାରାଣୀ। ୫ ବର୍ଷ ଧରି ସେଠାରେ ରୋଜଗାର ତ କଲେ ହେଲେ ଅନ୍ୟ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ପୂରଣ ହେଲାନାହିଁ। ତେଣୁ ସେ ବାପଘର ଗଁା ବନ୍ତଳା ଛକରେ ୨୦୧୪ରେ ଏକ ଦୋକାନ ଖୋଲି କଲେଜ ଆସୁଥିବା ଛାତ୍ରୀମାନଙ୍କଠାରୁ ଗଁାର ଗରିବ ଝିଅମାନଙ୍କ ଠିକଣା ସଂଗ୍ରହ କଲେ। ପରେ କେତେଜଣଙ୍କୁ ସଚେତନ କରାଇ ନିଜ ଦୋକାନରେ ଟେଲରିଂ ଶିଖାଇଲେ। ସେମାନେ ରୋଜଗାରକ୍ଷମ ହେବାପରେ ତାଙ୍କ ଅଭିଯାନ ଧୀରେ ଧୀରେ ଆଗକୁ ବଢ଼ିଲା। ଅଧିକରୁ ଅଧିକ ଯୁବତୀ ଟେଲରିଂ ପ୍ରତି ଆଗ୍ରହ ଦେଖାଇବାରୁ ଜ୍ୟୋତ୍ସ୍ନାରାଣୀ ଏକ ବଡ଼ ଘର ଭଡାରେ ନେବା ସହ ବନ୍ତଳା ଷ୍ଟେଟବ୍ୟାଙ୍କ ଓ ଶଙ୍ଖପୁର ଫେଡେରାଲ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଲେଖାଏ ଏବଂ ଘରୋଇ ଭାବେ ୨ଲକ୍ଷ ଟଙ୍କା ଋଣ ଆଣି ୧୨ଟି ମେଶିନ, ଗୋଟିଏ ଜିକ୍‌ଜାକ ମେଶିନ କିଣି ସେମାନଙ୍କୁ ତାଲିମ ଦେଲେ। ଏହି ୫ ବର୍ଷ ମଧ୍ୟରେ ସେ ୭୦ ଜଣ ଯୁବତୀଙ୍କୁ ସ୍ବାବଲମ୍ବୀ ହେବା ଲାଗି ରାସ୍ତା ଦେଖାଇ ସାରିଛନ୍ତି। ବେଡାଶାସନ ଗ୍ରାମର ମିକି ରାଉତ, ହମାମିରାର ରଞ୍ଜିତା ଅମାନ୍ତ, କହ୍ନେଇନଗରର ରିଲି ନାଏକ, ଧୋକୁଟାର ମମତା ନାଏକ, ସୁନି ନାଏକ, ଲଜି ନାଏକ, ସିପା ପ୍ରଧାନ, କୁମୁରୀସିଙ୍ଗାର ଜୀନୁ ପ୍ରଧାନ, ଦମୟନ୍ତୀ ପ୍ରଧାନ, ବାସନ୍ତୀ ସାହୁ, ପାତେଲିର ସିପା ଦେହୁରୀ, ଗାୟତ୍ରୀ ପ୍ରଧାନ, ମିତା ସାହୁ, ନମି ପ୍ରଧାନ, ସଙ୍ଗୀତା ଦେହୁରୀ, ଲିଲିବାଳା ଦେହୁରୀ, ଲୁସି ବେହେରା, ଜାମୁଣ୍ଡା ଗ୍ରାମର ସସ୍ମିତା ସାହୁ, ମିତା ସାହୁ, ଜିତା ସାହୁ, ବନ୍ତଳା ବଜାରର ମିନୁ ବିର, ସସ୍ମିତା ସାହୁ, କୁନି ସାହୁ, ରୁବି ସାହୁ ପ୍ରମୁଖଙ୍କୁ ତାଲିମ ଦେଇ ଜ୍ୟୋତ୍ସ୍ନାରାଣୀ ସେମାନଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ବର୍ତ୍ତମାନ ୧୨ ଜଣ ଯୁବତୀ ତାଙ୍କ ନିକଟରେ କାମ ଶିଖୁଥିବା ବେଳେ ଆହୁରି ୧୫ ଜଣ ଅପେକ୍ଷାରେ ଅଛନ୍ତି। ଦୈନିକ ତାଙ୍କ ଦୋକାନରେ ୧୫ରୁ ୨୦ ଗ୍ରାହକଙ୍କ ଡ୍ରେସ୍‌ ତିଆରି ହେଉଛି। ସବୁ ଖର୍ଚ୍ଚ ଯାଇ ମାସିକ ୨୦ ହଜାର ଟଙ୍କା ଆୟ ହେଉଛି। ୨୦୧୮ରେ ଆସିଥିବା ବାତ୍ୟା ତିତ୍‌ଲୀରେ ତାଙ୍କର ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ପୋଷାକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳି ନ ଥିଲା। ତଥାପି ସେ ହାର ମାନି ନ ଥିଲେ। ସ୍ବାମୀ ବିଜୟ ଓ ଭାଇଙ୍କ ସାହସ ଯୋଗୁ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେବାର ଉଦ୍ୟମ ଜାରି ରଖିଥିବାରୁ ଅଞ୍ଚଳବାସୀ ତାଙ୍କୁ ଉଚ୍ଚ ପ୍ରଶଂସା କରୁଛନ୍ତି। ଜ୍ୟୋତ୍ସ୍ନା କୁହନ୍ତି, ପ୍ରତି ଗାଁର ୫ ଜଣ ଗରିବ ଝିଅଙ୍କୁ ଟେଲରିଂ ଶିକ୍ଷା ଦେଇ ସେମାନଙ୍କ ଜୀବନରେ ସୁଧାର ଆଣିବା ଚେଷ୍ଟା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୭୦ ଯୁବତୀ ରୋଜଗାର କରିପାରୁଛନ୍ତି। ସେଥିପାଇଁ ଖୁସି ଲାଗୁଛି ମୋ ଜୀବନର ଲକ୍ଷ୍ୟ ପୂରଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri