ଆମ ଜିଲା ଖବର

ବନ୍ଧୁକ କାରଖାନା ଠାବ: ତିଆରି ସାମଗ୍ରୀ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଶନିବାର ଶ୍ରାନିକେତା ପଞ୍ଚାୟତ ଗୁଞ୍ଜିଟି ଜଙ୍ଗଲରେ ଚଢ଼ାଉ କରାଯାଇ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ଏହା ସହ ଦୁଇଟି ବନ୍ଧୁକ, ଅର୍ଦ୍ଧନିର୍ମିତ ବନ୍ଧୁକ ଏବଂ ବନ୍ଧୁକ ତିଆରି ପାଇଁ…

ବେନାମୀ କୃଷିଋଣରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ ନାଁରେ ବେନାମୀ କୃଷିଋଣ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।…

ବାଣ ଫୁଟି ଥାନା କର୍ମଚାରୀ ଗୁରୁତର

ମହାକାଳପଡ଼ା,୧୫।୬(ଡି.ଏନ୍‌.ଏ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅନ୍ତର୍ଗତ ଖରିନାସୀ ଜେଠୀ ନିକଟ ଷ୍ଟାଫ କ୍ୱାର୍ଟର୍ସରେ ରଜ ସଂକ୍ରାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଥାନା କର୍ମଚାରୀ ଭୂପତି ସାହୁ (୪୫) ଷ୍ଟାଫ…

କୃତୀ ଛାତ୍ରୀଙ୍କ ଇସ୍ରୋ ପରିଦର୍ଶନ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): ଟାଟାଷ୍ଟିଲର ଦ୍ୱାଦଶତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ୩୦୦ଟି ବିଦ୍ୟାଳୟର ୬୩ ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଟପ୍‌-୨୦ରେ ପଞ୍ଚମସ୍ଥାନ ଅଧିକାର କରିଛନ୍ତି ଅମ୍ବିକା ନନ୍ଦ। ସେ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାର ଏକମାତ୍ର ପ୍ରତିଯୋଗୀ ଯେ କି,…

ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ ଗତ ୪ ଦିନ ଧରି ପୌରପରିଷଦର ସଫେଇ କର୍ମଚାରୀମାନେ ସେମାନଙ୍କ ଆକାଉଣ୍ଟରେ ଇପିଏଫ୍‌ ରାଶି…

ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ଛତ୍ରପୁର,୧୫।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗାଁରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ପୋଡ଼ାପଦର ଗାଁର ବି. ଗଣେଶ। ଶନିବାର ଗଣେଶଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ: ଗଞ୍ଜାମରେ ୯୦୫ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧୫।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ବେପାରୁଆ ଗାଡ଼ିଚାଳନା, ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା ଉଭୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଛି…

ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍‌ ଫ୍ରି ନମ୍ବର ଜାରି

ବଅଁରପାଳ,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ଯାତ୍ରୀ ମହିଳା ବା ଶିଶୁ…

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ

ଛେଣ୍ଡିପଦା,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ଏହି କ୍ଷୀରକୁ ନିମ୍ନମାନର ଦର୍ଶାଇବା ସହିତ ଓଜନରେ ମଧ୍ୟ ଠକୁୁଥିବା ଚାଷୀମାନେ କହିଛନ୍ତି।…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ମନ୍ଦିର ଭକ୍ତମୟ

ଆରଡ଼ି, ୧୫।୬(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ରଜ ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁମାନଙ୍କ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଲାଗି ଭିଡ଼ ଲାଗିଛି। ଭକ୍ତମାନେ…

ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର…

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର ମା’ ଛେଉଣ୍ଡ ୩ ଶିଶୁକନ୍ୟାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୩ ଝିଅଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?