ମହିଳାଙ୍କ ଉଦ୍ୟମରୁ ସମ୍ଭବ: ୧୭ବର୍ଷ ହେଲା ଖେମୁଣ୍ଡିଆମୁଣ୍ଡା ନିଶାମୁକ୍ତ

ସୋନପୁର,୨୨।୭: ଗାଁର ନା ଖେମୁଣ୍ଡିଆମୁଣ୍ଡା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଏହି ଗାଁ ବାରପାହାଡ ସଂରକ୍ଷିତ ଜଙ୍ଗଲପାର୍ଶ୍ୱରେ ଅବସ୍ଥିତ। ଲୋକସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ। ଗ୍ରାମର ୯୦ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର। ସମସ୍ତେ ଗରିବ ଶ୍ରେଣୀର। ଚାଷ କାର୍ଯ୍ୟ, ପଶୁପାଳନ ଓ ଜଙ୍ଗଲରୁ ପତ୍ର, ଜାଳ ସଂଗ୍ରହ କରି ବିକ୍ରି କରିବା ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା। ଆଜିକୁ ୧୭ବର୍ଷ ହେଲା ଏହି ଗାଁ ନିଶାମୁକ୍ତ ା ନିଶାଦ୍ରବ୍ୟ ସେବନ ଓ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ। ମହିଳାଙ୍କ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଛି ା ଗାଁରେ ମଦ,ଗଞ୍ଜେଇ ପରି ନିଶାଦ୍ରବ୍ୟ ବିକ୍ରି ବନ୍ଦ ରହିଛି। ଲୋକେ ସେଭଳି ନିଶାଦ୍ରବ୍ୟଠାରୁ ଦୂରେଇ ରହିଛନ୍ତି। ଏଥିଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ଓ ଏକତା ବଢିଛି। ଏସ୍‌ଏଚ୍‌ଜି ମହିଳାଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏହା ସମ୍ଭବ ହୋଇପାରିଛି।
ସରକାରଙ୍କ ମହିଳା ସଶକ୍ତୀକରଣର ଲକ୍ଷ୍ୟ ଖେମୁଣ୍ଡିଆମୁଣ୍ଡା ଗାଁରେ ଅନେକାଂଶରେ ସଫଳ ହୋଇଛି। ୬୫ ଜଣ ମହିଳା ନିଜର ଓ ପରିବାରର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମା’ ପିତାବଳି, ମା’ ସମଲେଶ୍ୱରୀ, ମା’ ସମଲେଇ, ମା’ ପଥେଇ, ମା’ ବାଞ୍ଜି ଟଲିଏନ ଓ ମା’ ବାଉଲି ନାମରେ ୬ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଛନ୍ତି। ନିଜେ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ା ଦିନ ଥିଲା ଗାଁରେ ନିଶାଦ୍ରବ୍ୟର ବହୁଳ ବ୍ୟବହାର ଥିଲା ା ଏଥିଯୋଗୁ ଗାଁର ଅଧିକାଂଶ ଘରେ ଆଶନ୍ତି ସୃଷ୍ଟି ହେଉଥିଲା ା ଏହାର ପ୍ରଭାବ ଶିଶୁ ଓ ଛାତ୍ରୀଛାତ୍ରଙ୍କ ଉପରେ ପଡୁଥିଲା ା ଏଥିରୁ ଗାଁକୁ ମୁକ୍ତ କରିବା ପାଇଁ ଏହି ଏସ୍‌ଏଚ୍‌ଜି ମହିଳାମାନେ ପ୍ରଥମେ ପଦକ୍ଷେପ ଗ୍ରହଣ କରିଥିଲେ ା ଗାନ୍ଧିଜୀଙ୍କ ନିଶାମୁକ୍ତି ଆହ୍ବାନକୁ ସେମାନେ ସାର୍ଥକ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ା ପ୍ରଥମେ ସେମାନେ ଲୋକମାନଙ୍କୁ ନିଶାକବଳରୁ ମୁକ୍ତି ପାଇଁ ସଚେତନ କରିଥିଲେ ା ଯେଉଁମାନେ ଅବାଧ୍ୟ ହେଉଥିଲେ ସେମାନଙ୍କୁ ମହିଳାମାନେ ନାଲି ଆଖି ଦେଖାଇବାକୁ ପଛାଉ ନ ଥିଲେ ା ଧୀରେ ଧୀରେ ସେମାନଙ୍କ ଅଭିଯାନ ସଫଳ ହୋଇଥିଲା ା ନିଶା ବନ୍ଦ ଯୋଗୁ ଗାଁରେ ସୁସ୍ଥ ବାତାବରଣ ବଜାୟ ରହିଛି।
ଏବେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ପ୍ରତି ଜିଲାରେ ଦେଶୀ ଓ ବିଦେଶୀ ମଦ ଭାଟି ସଂଖ୍ୟା ବୃଦ୍ଧି କରି ଚାଲିଛନ୍ତି। ନିଶା ଖାଉଥିବା ଲୋକଙ୍କ ସଂଖ୍ୟା ସମାନ ଅନୁପାତରେ ବୃଦ୍ଧି ପାଇଛି। ପ୍ରତି ଗାଁରେ ଦେଶୀ ମଦ ବିକ୍ରି ହେଉଛି। ଏଭଳି ସ୍ଥିତିରେ ଖେମୁଣ୍ଡିଆମୁଣ୍ଡା ଗାଁର ମହିଳାମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।
ଏ ସଂକ୍ରାନ୍ତରେ ଗାଁର ଶାନ୍ତି ଧରୁଆ କୁହନ୍ତି, ଆମ ଗାଁରେ ପୂର୍ବରୁ ବହୁଳ ଭାବେ ମଦବିକ୍ରି ହେଉଥିଲା। ଅଶାନ୍ତ ପରିବେଶ ଯୋଗୁ ଆମେ ଚିନ୍ତାରେ ଥିଲୁ । ପ୍ରଥମେ ୨୨ ଜଣ ମହିଳା ଏକତ୍ରିତ ହୋଇ ମା’ ବାରପାହାଡ ଓ ମା’ଗଙ୍ଗାରାଜ ବଡଦେଓ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କଲୁ। ମଦ ବିକ୍ରି ବନ୍ଦ ପାଇଁ ଆନ୍ଦୋଳନ କରିଥିଲୁ। ଫଳରେ ୧୭ ବର୍ଷ ହେଲା ଗାଁରେ ମଦବିକ୍ରି ବନ୍ଦ ରହିଛି। ବୁଲା ଧରୁଆଙ୍କ କଥା ବି ସେପରି, ମଦ ବିରୋଧୀ ଆନ୍ଦୋଳନ ସମୟରେ ତତ୍କାଳୀନ ଜିଲାପାଳ ରେଙ୍ଗାଲି ପଞ୍ଚାୟତକୁ ଆସିଥିଲେ। ଆମେ ଜିଲାପାଳଙ୍କୁ ଭେଟି ମଦବିକ୍ରି ବନ୍ଦ ପାଇଁ ଅନୁରୋଧ କରିଥିଲୁ। ସେ ପୋଲିସ ପଠାଇ ମଦ ବିକ୍ରି ବନ୍ଦ କରିବା ଦିଗରେ ଆମକୁ ସାହାଯ୍ୟ କରିଥିଲେ। ସେଦିନଠାରୁ ଗ୍ରାମବାସୀ ମଦଠାରୁ ଦୂରେଇ ଯାଇଛନ୍ତି । ସୁରବାଲି ମନହିରା କୁହନ୍ତି, ଗାଁରେ ଭାଇଚାରା, ଏକତା ବୃଦ୍ଧି ପାଇଛି। ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ତେ ଏକାଠି ହୋଇପାରୁଛୁ। କୋର୍ଟ, କଚେରି ଓ ଥାନାକୁ ଆଉ ଦୌଡିବାକୁ ପଡୁନି। ବନବିଭାଗ ସହିତ ସହଯୋଗର ହାତ ବଢାଇ ଜଙ୍ଗଲର ସୁରକ୍ଷା କରୁଛୁ। ଗାଁର ସୁଲୋଚନା ଭୋଇ କୁହନ୍ତି, ପୁରୁଷ ଲୋକେ ବାରପାହାଡ ଜଙ୍ଗଲରୁ ଗଛ କାଟି ବିକ୍ରି କରୁଥିଲେ। ସେହି ଟଙ୍କାରେ ମଦ ପିଉଥିଲେ। ପରିବାରରେ ଅଶାନ୍ତି ଲାଗୁ ରହୁଥିଲା। ମଦ ବିକ୍ରି ବନ୍ଦ ପରେ ବନ ସୁରକ୍ଷା ସମିତି ଗଠନ କରିଛୁ। କେହି ଯେପରି କଞ୍ଚା ଗଛ ନ କାଟିବେ ଆମେ ଜଗି ରହିଲୁ ା ଆବଶ୍ୟକସ୍ଥଳେ ଶୁଖିଲା କାଠ ଜାଳେଣି ପାଇଁ ସଂଗ୍ରହ କରିବାର ବ୍ୟବସ୍ଥା କଲୁ ା ଫଳରେ ଗାଁ ଚାରିପାଖ ସବୁଜିମାରେ ପୂର୍ଣ୍ଣ ହେଲା ା ବନ ସୁରକ୍ଷା ସମିତିର ସଭାପତି ଅକ୍ଷୟ ଧରୁଆ କୁହନ୍ତି, ଆମ ଗାଁ ଲୋକେ ଶିକ୍ଷିତ ନ ଥିଲେ ହେଁ ପରିବେଶର ସୁରକ୍ଷା ଦିଗରେ ବେଶ ସଚେତନ। ଜଙ୍ଗଲକୁ ସୁରକ୍ଷା ଯୋଗାଇଛୁ। ନୂଆ ଜଙ୍ଗଲ ମଧ୍ୟ ସୃଷ୍ଟି କରୁଛୁ। ମଦ ବନ୍ଦ ପରେ ଗ୍ରାମରେ ପରିବର୍ତ୍ତନ ଆସିଛି। ଯୁବ ସମାଜ ପଥଭ୍ରଷ୍ଟ ନ ହୋଇ ସାମାଜିକ କାର୍ଯ୍ୟରେ ମନ ଦେଉଛନ୍ତି । ଗ୍ରାମର ନାରୀଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri