ଚାଷ ଜମି ଫାଟି ଆଁ କଲାଣି, ଗଜା ମରୁଡି ଆଶଙ୍କା

ବୌଦ୍ଧ,୨୨।୭(ସ୍ବ.ପ୍ର) ବୌଦ୍ଧ ଜିଲାରେ ବର୍ତ୍ତମାନ ବର୍ଷା ନ ଥିବାରୁ ଚାଷ ଜମି ଗୁଡିକ ଫାଟି ଆଁ କଲାଣି । ଏହାସହ ତଳି ଗୁଡିକ ମରିବାକୁ ବସିଲାଣି। ଦୁଇ ତିନି ଦିନ ମଧ୍ୟରେ ଭଲ ବର୍ଷା ନ ହେଲେ ଗଜା ମରୁଡି ହେବା ଆଶଙ୍କା ସୃଷ୍ଟି ହୋଇଛି।
ଜିଲାରେ ଶତକଡା ୮୦ ଭାଗ ଲୋକ ଚାଷ ଚାଷ ଉପରେ ନିର୍ଭର କରିଥାନ୍ତି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ ଜମି ଶୁଖିଯିବା ସହ ତଳି ହଳଦିଆ ପଡିଗଲାଣି। ଅନ୍ୟପକ୍ଷେ ଶ୍ରାବଣ ମାସରେ ବୈଶାଖର ତାତି ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି । ଜିଲାରେ ଗତ ୨୦୧୭ ମସିହାରେ ଚକଡାପୋକ ଓ ମରୁଡି ଯୋଗୁ ଚାଷୀ ନିଜର ମେରୁଦଣ୍ଡ ସଳଖି ନ ଥିବା ବେଳେ ବର୍ତ୍ତମାନ ବର୍ଷା ନ ଥିବାରୁ ଜମି ଫାଟି ଆଁ ହେବା ସହ ତଳି ପୋଡି ନଷ୍ଟ ହେବାକୁ ବସଲାଣି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଋଣ କରି ଚାଷ ଆରମ୍ଭ କରିଥିବା ବେଳେ ବର୍ଷା ନ ଥିବାରୁ ଚିନ୍ତାରେ ପଡିଛନ୍ତି। ଓଡିଆରେ ଏକ ଢଗ ଅଛି ଚାଷ ତରତର ବଣିଜ ମଠ ା ତେଣୁ ଚାଷକୁ ଉପଯୁକ୍ତ ସମୟରେ କରାନଗଲେ ଚାଷ କରି କିଛି ଲାଭ ନାହିଁ। କାରଣ ଚାଷ ଯେଉଁ ସମୟରେ କରିବା କଥା ନ କଲେ ଭଲ ଅମଳ ହୋଇ ନ ଥାଏ। ଜିଲାରେ ୮୫୧୮୦ ହେକ୍ଟର ଚାଷ ଜମି ଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଜଳସେଚନର ସୁବିଧା ରହିଛି । କାରଣ ଜିଲାରେ ଥିବା ଜଳସେଚନ ଡ୍ୟାମ ଗୁଡିକ ବର୍ଷା ହେଲେ ଯାଇ ପାଣି ଯୋଗାଇଥାଏ। ଜଳସେଚନ ବିଭାଗର ସାଲୁଙ୍କୀ ଓ ବାଘ ଡ୍ୟାମ ବର୍ଷା ହେଲେ ଯାଇ ପାଣି ଯୋଗାଇଥାଏ। କୃଷି ବିଭାଗ ତଥ୍ୟ ଅନୁଯାୟୀ ଜିଲାରେ ବର୍ଷାର ପରିମାଣ ୬୯ ପ୍ରତିଶତ କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri