କେନ୍ଦରା ସ୍ବରରେ ଜୀବନ

ଭବାନୀପାଟଣା, ୨୨ା୭(ଡି.ଏନ.ଏ.)-ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ କଳାକାର ପେନ୍‌ସନ ଯୋଜନା ପ୍ରଣୟନ କରାଯାଇଛି। ବୟସର ଅପରାହ୍ନରେ ପହଞ୍ଚତ୍ ଥିବା କଳାକାରଙ୍କୁ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ ଆଜି ବି ସରକାରଙ୍କ ସେହି ଯୋଜନାରୁ ବହୁ କଳାକାର ବଞ୍ଚତ୍ତ ହୋଇଥିବା ଅଭିଯୋଗ ଆସୁଛି। ଯାହାର ଏକ ଉଦାହରଣ ସାଜିଛନ୍ତି କଳାହାଣ୍ଡି ଜିଲା ନର୍ଲା ବ୍ଲକ ଚିଆଁପଦର ଗ୍ରାମ (ସରିଆ) ଗାଁର ବର୍ଷୀୟାନ କଳାକାର ପୂର୍ଣ୍ଣ ପର୍ଗଣିଆ।
ପୂର୍ଣ୍ଣଙ୍କ ବୟସ ୬୨ ବର୍ଷ । ଏହି ବୟସରେ ବି ସେ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ତାଙ୍କର ଯାତ୍ରା ଆରମ୍ଭ ହୁଏ ା ସେ ନିଜର ନିତ୍ୟକର୍ମ ସାରିବା ପରେ ଘରେ କିଛି ଜଳଖିଆ କରିନିଅନ୍ତି। ଏହାପରେ ନିଜକୁ ସଜେଇ ପ୍ରସ୍ତୁତ କରନ୍ତି। ଶେଷରେ ନିଜର ଚିରସାଥୀ କେନ୍ଦରାକୁ କାନ୍ଧରେ ଝୁଲାଇ ବାହାରି ପଡନ୍ତି ସହରର କୌଣସି ଏକ ଜନବସତି ଆଡ଼କୁ। ଓଡ଼ିଶାର ସଂସ୍କୃତି ଓ ଲୋକକଳା ମଧ୍ୟରେ କେନ୍ଦରା ବାଦ୍ୟ ବହୁ ପୁରୁଣା। ବାଉଁଶ, ଷଢେଇ, ଘୋଡାଲାଞ୍ଜ ଓ ଚୂଳରେ କେନ୍ଦରା ବାଦ୍ୟଯନ୍ତ୍ର ପ୍ରସ୍ତୁତ ହୋଇଥାଏ। ସେହି କେନ୍ଦରାକୁ ବଜାଇ ବଜାଇ ସେ ଗୋଟିଏ ପରେ ଗୋଟିଏ ଘର ବୁଲନ୍ତି ା ଯିଏ ଯାହା ଦେଲା ସେଥିରେ ସନ୍ତୁଷ୍ଟ ହୁଅନ୍ତି ପୂର୍ଣ୍ଣ। ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ପୂର୍ଣ୍ଣ ବାଷ୍ପରୁଦ୍ଧ କଣ୍ଠରେ କୁହନ୍ତି, ପୁରୁଷାନୁକ୍ରମିକ ଭାବେ ମୁଁ ପିଲାଟି ଦିନରୁ କେନ୍ଦରା ବଜାଇ ଆସୁଛି। ସେତେବେଳେ କେନ୍ଦେରା ବାଦ୍ୟ ସହିତ ଲୋକଗୀତ ଗାଇ ଗାଇ ଆମେ ଲୋକଙ୍କ ମନ କିଣି ନେଉଥିଲୁ। ଆଜି କେନ୍ଦରା ବାଦ୍ୟ ପ୍ରତି କାହାର ଆଗ୍ରହ ନାହିଁ ା ତଥାପି ତେଲଲୁଣ ସଂସାର ଚଳାଇବା ପାଇଁ ୬୨ ବର୍ଷ ବୟସରେ ବି ମୋତେ ଘର ଘର ବୁଲିବାକୁ ପଡୁଛି।
ପୂର୍ଣ୍ଣଙ୍କ ପରିବାର କହିଲେ ସ୍ତ୍ରୀ ପାରା ଦେଈ (୬୦), ୨ ପୁଅ ଓ ୨ ଝିଅଙ୍କୁ ନେଇ ତାଙ୍କ ସଂସାର ା ଇତିମଧ୍ୟରେ ସେ ୨ ଝିଅଙ୍କୁ ବିବାହ ଦେଇସାରିଛନ୍ତି। ପିଲାଟି ଦିନରୁ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି କୌଳିକ ବୃତ୍ତିକୁ ଆପଣେଇ ନେଇଥିଲେ ା ପୂର୍ଣ୍ଣ କୁହନ୍ତି, ଭବାନୀପାଟଣାର ବିଭିନ୍ନ ସାହିବସ୍ତି ଓ ଦୋକାନ ବଜାର ବୁଲି ମୁଁ କେନ୍ଦରା ବଜାଇ ଭଜନ, ଛାନ୍ଦ, ଚଉପଦୀ ଗାଇ ଥାଏ ା ଟୀକା ଗୋବିନ୍ଦଚନ୍ଦ୍ର ଗୀତ ଗାଇବା ବେଳେ ଶ୍ରୋତାମାନେ ବିମୋହିତ ହୋଇପଡନ୍ତି। ଦିନତମାମ ବୁଲି ବୁଲି ଯାହା ସଂଗ୍ରହ କରେ ତାକୁ ନେଇ ସନ୍ଧ୍ୟାରେ ଘରକୁ ଫେରିଆସେ ା ଗୋଟିଏ ଦିନରେ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ଚଳାଇବା ବହୁ କଷ୍ଟ ା ବେତାର ଓ ଦୂରଦର୍ଶନରେ କେନ୍ଦରା ଗୀତ ପରିବେଷଣ ପାଇଁ ଆଗ୍ରହୀ ଥିବା ପୂର୍ଣ୍ଣଙ୍କୁ ସେ ସୁଯୋଗ ମିଳିନି। ଜଣେ କଳାକାର ଭାବେ ଆଜୀବନ ସାଧନା ଜାରି ରଖିଥିଲେ ମଧ୍ୟ ତାଙ୍କୁ ସରକାରୀ ସହାୟତା ମିଳିପାରିନାହିଁ। ତଥାପି ଭାଙ୍ଗି ପଡିନାହାନ୍ତି ସେ ା ଯେତେଦିନ ଯାଏ ଭଗବାନ ଚାଲିବାକୁ ଶକ୍ତି ଦେଇଥିବେ ସେ ପର୍ଯ୍ୟନ୍ତ ମୁଁ ମୋର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବି ବୋଲି ପୂର୍ଣ୍ଣ କୁହନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri