ଆମ ଜିଲା ଖବର

ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର କୁଶଗଡ଼ିଆ…

ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: କଳାହାଣ୍ଡିରେ ବନ୍ଦ ହେବ ୧୮ ପ୍ରାଥମିକ ସ୍କୁଲ

ଭବାନୀପାଟଣା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଦଶ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ସ୍କୁଲଗୁଡିକରେ ନାମ ଲେଖାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶନାମା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଦେଓଗାଁ ଆଡିସନାଲ ତହସିଲଦାର

ବଲାଙ୍ଗୀର ଅଫିସ, ୧୨।୭: ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଆଡିସନାଲ ତହସିଲଦାର ରାଜେନ୍ଦ୍ର ଚୈଧୁରୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉକରି ତାଙ୍କୁ ଧରିଛନ୍ତି। ରାଜେନ୍ଦ୍ରଙ୍କ ନିକଟରୁ ୨୦…

ସରକାରୀ ଯୋଜନା ଦିଗହରା: ଭଙ୍ଗା କୁଡ଼ିଆରେ ବିତୁଛି ଦୃଷ୍ଟିହୀନ ଦମ୍ପତି ଚୈତନ୍ୟ-ଅଞ୍ଜନାଙ୍କ ଜୀବନ, ଆଦରିଛନ୍ତି ଭିକ୍ଷାବୃତ୍ତି

ଭବାନୀପାଟଣା, ୧୨।୭(ଡି.ଏନ୍‌.ଏ.): ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାମ କରୁଛି। ହେଲେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ। କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁରେ…

ଶ୍ରୀମନ୍ଦିର ବାହୁଡୁଛନ୍ତି ଶ୍ରୀ ଶ୍ରୀ ଦଧିବାମନ: ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଛୁଟିଛି ଭକ୍ତଙ୍କ ସୁଅ

ଭଟଲି,୧୨ା୭(ଡି.ଏନ.ଏ.): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଜଗତର ନାଥ ମହାପ୍ରଭୁ ଦଧିବାମନ ଗୁଣ୍ଡିଚା ମନ୍ଦିରସ୍ଥ ଜନ୍ମବେଦି(ଆଡ଼ପମଣ୍ଡପ) ଛାଡ଼ି ରଥାରୁଢ଼ ହୋଇ…

ଭୋଜିଖାଇ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର, ୧୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣରେ ଗୁରୁବାର ରାତିରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗାଁର ଭରତ ନାଏକ(୪୫)। ପ୍ରକାଶ ଯେ, ରାତିରେ ଭରତ ଭୋଜି ଖାଇ ଘରକୁ ଫେରୁଥିବା ବେଳେ…

ମୋବାଇଲ ଚୋର ଗିରଫ

ଧାମନଗର,୧୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଦୋବଲ ବଜାରରେ ମୋବାଇଲ ଦୋକାନ କରିଥିବା ସେକ୍‌ ଇଝାରଙ୍କୁ ମୋବାଇଲ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି। ଇଝାର ଚୋରା ମୋବାଇଲ କାରବାର କରୁଥିବା ପୂର୍ବରୁ ଅଭିଯୋଗ ହେଉଥିଲା । କେନ୍ଦ୍ରାପଡ଼ାରୁ କେତେକ ମୋବାଇଲ ଚୋରି…

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ ଦର୍ଶନ କଲେ ସାତ ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଏଥିପାଇଁ…

ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ନିଃଶୁଳ୍କ ରୋଗ ନିରୂପଣ କେନ୍ଦ୍ରରେ ତାଲା; ଘରୋଇ କେନ୍ଦ୍ର ଉପରେ ନିର୍ଭରକରି ରୋଗୀ ଶୋଷଣର ଶିକାର

ବାଲୁଗାଁ,୧୨ା୭ (ଡି.ଏନ.ଏ.): ସ୍ବାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ହେତୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ସମ୍ପ୍ରତି ବହୁବିଧ ସମସ୍ୟା ଦେଇ ଗତି କରୁଛି| ଦୀର୍ଘବର୍ଷ ହେଲା ଏଠାରେ ଡାକ୍ତର ସମସ୍ୟା ଲାଗିରହିଥିବାରୁ ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚତ୍ତ ହେଉଛନ୍ତି ା ଅନ୍ୟପକ୍ଷରେ…

ଆନ୍ଧ୍ରର ବିରାଟ ଚକ୍ରାନ୍ତ: ମହେନ୍ଦ୍ରତନୟା ପାଣି ଓଡିଶାରେ କମୁଛି, ଆନ୍ଧ୍ରରେ ବଢୁଛି

ପାରଳାଖେମୁଣ୍ଡି, ୧୨ା୭(ସ୍ବ.ପ୍ର.) – ବିଭିନ୍ନ ସମୟରେ ଓଡିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ନଜର ପକାଇଛନ୍ତି। ଗଜପତି ଜିଲା ଓ ଆନ୍ଧ୍ର ପ୍ରଦେଶର ସୀମାନ୍ତବର୍ତ୍ତୀ…

ଚିକିତ୍ସା ଲାଗି କଟକ ଶିଶୁ ଭବନ ଗଲେ ଚିନ୍ମୟୀ

କେସିଙ୍ଗା,୧୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚିକିତ୍ସା ଅଧ୍‌କାରୀକଁର ନିରଦେଶରେ ଚିନ୍ମୟୀକୁଁ ଉଚ ଚିକିସତ୍ା ଲାଗି କଟକ ଶିଶୁ ଭବନକେ ଗୁରୁବାର ପଠାଯାଇଛେ। କେସିଙ୍ଗା ସହର ଓ୍ବାର୍ଡ ନଂ.୩ରେ ରହୁଥିବାର ବିନୋଦ ବିଶି(୨୬) ଆର ମାଏକିନା ପିରବତୀ ବିଶି(୨୩)କଁର ଗୁଟେ ବଲି ଝି’ ହେଉଛନ୍‌…

ସାତ୍‌ସପନ ହେଇଛେ ଆବାସ ଯୋଜନା: ସହଦେବକେ ସାହା ପରହର ପରଛି

ବିଜେପୁର, ୧୨।୭ (ଡି.ଏନ.ଏ): ଖରା, ବରଷା, ଶୀତନୁ ରକ୍ଷା ପାଏବାର ଲାଗି ଗରିବ ଦୁଖିକୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଆର ରାଏଜ ସରକାର ମୋ କୁଡିଆ ଯୋଜନାଥି ପକାଘର ଯୁଗେଇ ଦେଉଛନ୍‌। ହେଲେ ପରିଚାଲନାରେ ଭୁଲଭଟକା ଲାଗି ଅନେକ ହକ୍‌ଦାର ହିତାଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?