ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ବ୍ୟାସନଗର ପୌରପରିଷଦ ସହକାରୀ ଯନ୍ତ୍ରୀ

ଯାଜପୁର ରୋଡ, ୨୧।୮(ନି:ପ୍ର.): ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାସ ନଗର ପୌରପରିଷଦର ସହକାରୀ ଯନ୍ତ୍ରୀ ପ୍ରହ୍ଲାଦ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଜଣେ ଠିକାଦାରଙ୍କଠାରୁ ଯନ୍ତ୍ରୀ ପ୍ରହ୍ଲାଦ ୩୮୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ଅନୁସାରେ…

ବନ ବିଭାଗ ପକ୍ଷରୁ ଚଢ଼ାଉ : ଶାଳକାଠ ସହ ଗାଡ଼ି ଜବତ, ୨ ଗିରଫ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ପଦ୍ମଗିରି ନିକଟରେ ବନ ବିଭାଗ ପକ୍ଷରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଶାଳକାଠ ସହ ଏକ ପିକ୍‌ଅପ୍‌ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଖଣ୍ଡୀୟ ବନାଧିକାରୀ ପ୍ରଦୀପ…

କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର,୨୧।୮(ସ୍ବ.ପ୍ର.): କେନ୍ଦୁଝର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ଥାନା ହିସାବୁରୁ ଗ୍ରାମର ବିପିନ ନାୟକ। ପ୍ରକାଶ ଯେ, ବିପିନ ୨୦୧୭ ମସିହାରେ ଚମ୍ପୁଆ ଜେଲରୁ ଏଠାକୁ ସ୍ଥାନାନ୍ତରିତ ହୋଇଆସିଥିଲେ। ବୁଧବାର…

ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩ ଫେରାର୍‌

ଜମନକିରା, ୨୧।୮(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଷଣ୍ଢପଥର ବାବେଜୋର ପୋଲ ନିକଟରେ ଏକ ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର…

ରାସ୍ତା ମରାମତି ଦାବିରେ ଜମନକିରା ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ

ଜମନକିରା, ୨୧।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଗୌଡ଼ପାଲିଠାରୁ ଦେବଗଡ଼ ପର୍ଯ୍ୟନ୍ତ ୫୩ ନମ୍ବର ରାଜ୍ୟ ରାଜପଥର ପ୍ରାୟ ୯୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ରହିଛି। ରାସ୍ତା ମରାମତି ନେଇ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ହେଁ ବିଭାଗ ଏବଂ…

ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ

ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି, ଜିଲାପରିଷଦ…

ସାଳନ୍ଦୀ ହସ୍‌ପିଟାଲରେ ମାଗଣା ଡାଏଲେସିସ୍‌ କେନ୍ଦ୍ରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲା ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଏଲେସିିସ୍‌ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛିl କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ ଏହାକୁ ଉଦ୍‌ଘାଟନ…

ବେଲପଡ଼ା ଛକ ନିକଟରେ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ୧ ଆହତ

ଖୋର୍ଦ୍ଧା ଅଫିସ,୨୧।୮: ୧୬ନଂ ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ଟାଙ୍ଗୀ ଅଞ୍ଚଳର ମୁନା ପାତ୍ର ଓ…

ରାସ୍ତାକଡ଼ରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ସଦର ଥାନା ଗୁଡୁମ ବେରୁଁଆ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ତାଙ୍କ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କର ପରିଚୟ ମିଳିପାରି…

ଜୟନ୍ତୀ ସମାରୋହରେ ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି, ଏକକାଳୀନ ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ଗାଇଲେ ଗଙ୍ଗାଧରଙ୍କ ସଙ୍ଗୀତ

ବରଗଡ଼ ଅଫିସ, ୨୧।୮- ବରଗଡ଼ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଏହି ଅବସରରେ ଜିଲାର ବିଭିନ୍ନ ସ୍କୁଲର ପ୍ରାୟ ଅଢେଇ ଲକ୍ଷ ଛାତ୍ରୀଛାତ୍ର ଏକକାଳୀନ ବିଭିନ୍ନ ପର୍ଯ୍ୟାୟରେ…

ଭକ୍ତଙ୍କ ପାଇଁ ପଡିଲା ମ୍ୟାଟ୍‌

ପୁରୀ ଅଫିସ, ୨୧।୮: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରୁ ଫେରିବା ବେଳେ ଯେଭଳି ସୁଃଖଦ ଅନୁଭୂତି ସାଉଁଣ୍ଟି ଫେରିବେ…

ଶକ୍ତିମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ:ସ୍ମାର୍ଟ ସିଟିରେ ପ୍ରଥମେ ଲାଗୁ ସ୍ମାର୍ଟ ମିଟର

ସମ୍ବଲପୁର,୨୧।୮(ବ୍ୟୁରୋ): ଏଣିକି ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଯିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାରୁ ଏହା ଆରମ୍ଭ କରାଯିବ। ସୋମବାର ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି ଘୋଷଣା କରିଥିଲେ। ତେବେ ମନ୍ତ୍ରୀଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?