ଆମ ଜିଲା ଖବର

ପାଏନ୍‌ ଲାଗି ଡହକ୍‌ବିକଲ ବୋର୍ଡ଼ା ଅଂଚଲବାସୀ

ଭବାନୀପାଟଣା, ୧୨ା୫ (ଡି.ଏନ୍‌.ଏ):  ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଂଚଲ ଏହେଦେ ମୁଡ଼ଫଟା ଖରାରେ ସିଝୁଛେ। ୪୬ ଡିଗ୍ରୀ ତାତି ସଂଗେ ଗୁଲଗୁଲିରେ ଲୋକ୍‌ ଡହକ୍‌ବିକଲ ହେଉଛନ୍‌। ଇ ସମିଆରେ ଅଂଚଲର ଗୁରୁଜୁଙ୍ଗ ପଁଚେତର ବାଲିପଦର ଗାଁବାସୀ ପିଇଲା ପାଏନ୍‌ ସମସିଆ…

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ୬ ବଛ୍‌ରିଆ ଛୁଆ: ଚିକିତ୍ସା ଲାଗି ଟଁକା ବାଧକ୍‌

ଜୁନାଗଡ,୧୨।୫(ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କୁଲିହାରୀ ଗାଁର ଧନେଶ୍ୱର ବାଗକଁର ୬ ବଛର୍‌ର ପୁଓ ସୁରେନ୍ଦ୍ର ୪ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏହେଦେ ସୁରେନ୍ଦ୍ରର ଖେଲବା ବୁଲବାର ବଏସ୍‌ ହେଇଥିଲାବେଲେ କିଡ଼୍‌ନୀ ରୋଗ୍‌ ଲାଗି ସେ…

କିଡ଼୍‌ନୀ ରୋଗରେ ପୀଡ଼ିତ କ୍ଷୀରସିନ୍ଧୁ

କୋକସରା/ବେହେରା, ୧୨ା୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଁଚେତ୍‌ ଖୁଣ୍ଟିଅ ଗାଁର କ୍ଷୀରସିନ୍ଧୁ ଦୁର୍ଗା(୫୩)। ସେ ଆଏଜ୍‌କେ ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଘରେ ଯାହା ଥିଲା ଚିକିତ୍ସାରେ ଖରଚ୍‌ କରି ସେ ସରବ୍‌ସୁଆଁତ୍‌ ହେଇଛନ୍‌।…

ବେଆଇନ୍‌ ଭାବେ ଚାଲୁଛି ଇଟାଭାଟି: ଯାଞ୍ଚ ପାଇଁ ନିିର୍ଦ୍ଦେଶ

ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି।  ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ ହାନୀ ସହ ପରିବେଶ ପ୍ରଦୂଷିତ…

ଗଞ୍ଜାମ ଏନ୍‌ଏସି: ନିଷ୍କାସନ ହୋଇପାରୁନି ବର୍ଷାଜଳ

ଗଞ୍ଜାମ,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ଗଞ୍ଜାମ ଅଞ୍ଚଳରେ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିଲା। ଉକ୍ତ ବର୍ଷା ପାଣି ସହରର ବିଭିନ୍ନ ସ୍ଥାନରେ ଜମି ରହିଛି। ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ବାରିକି ସାହି ନିକଟରେ ଏକ ଖୋଲା ପଡ଼ିଆରେ ବର୍ଷା ପାଣି…

କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୧୨ା୫(ଡି.ଏନ.ଏ.)- ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡ଼ା ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଶନିବାର ଜନୈକା ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ପୋଲିସ ସୂଚନାନୁଯାୟୀ, ବ୍ରହ୍ମପୁର…

ଫନୀରେ ଚିନାବାଦାମ ଫସଲ ଉଜୁଡିଲା

ପୋଲସରା,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ପୋଲସରାଞ୍ଚଳର ନିମିନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବରଗାଁର ବହୁ ଚାଷୀଙ୍କ ଚିନାବାଦାମ ଫସଲ ବ୍ୟାପକ କ୍ଷତି ହୋଇଛି। ଚାଷୀମାନେ ସରକାରୀ ବିହନ ବିକ୍ରୟ କେନ୍ଦ୍ରରୁ ଡିବିଟିଏଲ କାର୍ଡ ଜରିଆରେ ଚିନାବାଦାମ ବିହନ ଆଣି ଲଗାଇଥିଲେ। ଫସଲ ଅମଳ ବେଳକୁ…

ଲିଚୁ ଉତ୍ପାଦନ ରେ ପାଣି ସାଜିଛି ଅନ୍ତରାୟ

ଫୁଲବାଣୀ ଅଫିସ, ୧୨ା୫- ଏବେ ଖରାଦିନ। ଖରା ଦିନିଆ ଫଳ ଲିଚୁର ଚାହିଦା ବହୁତ। ବିଶେଷ କରି କଟକ, ଭୁବନେଶ୍ୱରରେ ଏହାର ଚାହିଦା ଅଧିକ। ଏହାକୁ ଲକ୍ଷକରି କନ୍ଧମାଳ ଜିଲାରେ କେତେଜଣ ଚାଷୀ ଲିଚୁ ଚାଷକୁ ଆପଣେଇ ନେଇଛନ୍ତି। ଏଥିରୁ ବେଶ୍‌…

ମମତା ଆଗରେ ଅସହାୟ ମା’ : ଆଜି ବିଶ୍ୱ ମାତୃ ଦିବସ

କେନ୍ଦୁଝର, ୧୨ା୫ (ସ୍ବ.ପ୍ର.)-ଏ ମହିଳାଙ୍କୁ ଦୁନିଆ କହେ ମା’। ମୁଣ୍ଡରେ ପରିବାରର ବୋଝ। କାନିରେ ବନ୍ଧା ହୋଇଛି ମମତାର ଫୁଲ କଢ଼ି। ଗୋଟିଏ ପଟେ ଦାୟିତ୍ୱ, ଆଉ ଗୋଟିଏ ପଟେ ନିଚ୍ଛକ ମମତା। କହିଲେ ଦେଖି କେଡ଼େ ବିଚିତ୍ର ଏଇ ସମୀକରଣ।…

ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ ମୂଳେ ଚାଲିଛି। ପିଲାଙ୍କ ପାଇଁ ନା ଅଛି ରୋଷେଇଘର ନା ଶୌଚାଳୟ। କୋମଳମତି ଛାତ୍ରୀଛାତ୍ର…

ଅଂଶୁଘାତ ପ୍ରତିକାର ପାଇଁ ନାହିଁ କୌଣସି ବ୍ୟବସ୍ଥା

ହାଟଡିହୀ୧୧ା୫(ସ୍ବ.ପ୍ର.): ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲାବେଳେ ହାଟଡିହୀ ସରକାରୀ  ଡାକ୍ତରଖାନାରେ ଅଂଶୁଘାତ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଇବା ପାଣିର ସୁବିଧା ନାହିଁ କି ବିଦ୍ୟୁତ କଟିଗଲେ ଜେନେରେଟର ନାହିଁ। ଦୁଇ…

ପାଣି ପାଇଁ ଲୋକେ ଡହଳବିକଳ : ୨ ଶହ ପରିବାରକୁ ୪ ନଳକୂପ

ଭବାନୀପାଟଣା,୧୧ା୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଞ୍ଚଳ ଏବେ ଜଳୁଛି। ୪୬ ଡିଗ୍ରୀ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅଞ୍ଚଳରେ ପାନୀୟ ଜଳର ଉକତ୍ଟ ଅଭାବ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଛନ୍ତି। ଏପରି ସ୍ଥିତିରେ ଅଞ୍ଚଳର ଗୁରୁଜୁଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri