କିଡ଼୍‌ନୀ ରୋଗରେ ପୀଡ଼ିତ କ୍ଷୀରସିନ୍ଧୁ

କୋକସରା/ବେହେରା, ୧୨ା୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଁଚେତ୍‌ ଖୁଣ୍ଟିଅ ଗାଁର କ୍ଷୀରସିନ୍ଧୁ ଦୁର୍ଗା(୫୩)। ସେ ଆଏଜ୍‌କେ ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଘରେ ଯାହା ଥିଲା ଚିକିତ୍ସାରେ ଖରଚ୍‌ କରି ସେ ସରବ୍‌ସୁଆଁତ୍‌ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଚିକିସତ୍ିତ ନାଇଁ ହେଇପାରି ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌। ଏନ୍‌ତାଥି ସେ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇଥିବାର ଅଭିଯୋଗ ହେଇଛେ।

ସୂଚନା ହିସାବେ, କୋକସରା ବ୍ଲକ ଖୁଣ୍ଟିଆ ଗାଁର କ୍ଷୀରସିନ୍ଧୁ ଦୁର୍ଗା ଝନେ ନିହାତି ଗରିବ୍‌ ଲୋକ। ଅନେକ ଦିନ୍‌ ହେଲା ମାଏକିନା ଆରପାରକେ ଚାଲିଯାଇଛନ୍‌, ଏହେଦେ ଗୁଟେ ବଲି ଝି’ ଯାଜ୍ଞସେନୀ କ୍ଷୀରସିନ୍ଧୁକଁର ସାହାଭରସା। ଗଲା ବଛ୍‌ରେ ତଲେ କ୍ଷୀରସିନ୍ଧୁକଁର ପେଟ୍‌ ଦରଦ୍‌ ହେଲାରୁ ସେ ଧର୍ମଗଡ଼ ଡାକ୍‌ତରଖାନାରେ ଦେଖେଇଥିଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କରବାର ଲାଗି ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ପଠେଇଥିଲେ। ଜିଲା ମୁଖିଆ ଚିକିତ୍ସାଲୟରେ ପରୀକ୍ଷାରୁ ଜନାପଡ଼ଲା ଯେ କିଡ଼୍‌ନୀରେ ସଂକ୍ରମଣ ଲାଗି କ୍ଷୀରସିନ୍ଧୁକଁର ଦିହିପା ଖରାପ ରହୁଛେ। ଡାକ୍‌ତର କ୍ଷୀରସିନ୍ଧୁକୁଁ ବୁର୍ଲା ବଡ଼ ଡାକ୍‌ତରଖାନାରେ ଡାଇଲିସିସ୍‌ କରବାକେ ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ବାପ୍‌ ଝି’ ମୁହୁଁକାନ୍‌ ଶୁଖେଇ ଘରକେ ଫିରିଆଏଲେ। ସେ ଦିନ୍‌ଠାନୁ କ୍ଷୀରସିନ୍ଧୁ ଘରେ ପଡ଼ି ରୋଗ୍‌ରେ ଛଟ୍‌ପଟ ହେଉଛନ୍‌। ବାପାର ଇ ଅବସ୍‌ତା ଦେଖି ଝି’ ଯାଜ୍ଞସେନୀ ଦୁଖେ ଭାଂଗିପଡ଼ିଛନ୍‌। ସେ ବାପାର ଚିକିତ୍ସା ଲାଗି କାହାକେ କହେବେ, କିଏ ସାହାଯ୍‌ କରବା ଏନ୍‌ତା ସବୁ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଏନ୍‌ତାଥି ବେହେରା କଲେଜରେ ଯୁକ୍ତ ଦୁଇ ପଢ଼ୁଥିବାର ଯାଜ୍ଞସେନୀ ପାଠ୍‌ପଢ଼ାରେ ଗଁଠି ପକେଇଛନ୍‌। ଘରେ ଯାହା ଟିକେରଁଚେ ଥିଲା ବାପର ଚିକିତ୍ସାରେ ଖରଚ୍‌ ହେଇଛେ। ଏହେଦେ ବାପାର ଉଷୋକଷା ଲାଗି ଯାଜ୍ଞସେନୀ ବାରଦୁଆର ହେଉଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମିଲିଥିବାର ରାଶନ କାର୍ଡ ଖଁଡ଼କ ସାହାଭରସା। ରୋଗ୍‌ରେ ପଡ଼ି ଛଟପଟ ହେଉଥିବାର କ୍ଷୀରସିନ୍ଧୁ ନିଜର ଭାଏଗ୍‌କେ ଆଦ୍‌ରି ରହିଥିଲାବେଲେ ଝି’ ଯାଜ୍ଞସେନୀ ବାପର ସେବା ଯତନ୍‌ କରି ନିଜର ଦାଇତିଅ ତୁଲଉଛନ୍‌। ହେଲେ ଆଏଜ୍‌ତକ୍‌ ଇ ଦୁଖି ପରିବାର ଉପରେ ଥାନୀୟ ପରଶାସନର ଦୁରୁଷ୍‌ଟି ନାଇଁ ପଡ଼ିପାରି। ଇଆଡ଼େ ଯାଜ୍ଞସେନୀ ବାପାର ଚିକିତ୍ସା ଲାଗି ସହୁରୁଦ ଲୋକ୍‌ମାନକୁ ସହଯୋଗର ହାତ୍‌ ବଢ଼ାକେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌ ଆର ଯେ ସାହାଯ୍‌ କରବାକେ ଚାହୁଁଛନ୍‌ ମୋବାଇଲ ନଂ. ୭୮୯୪୮୩୩୬୭୬ରେ ଯୋଗାଯୋଗ୍‌ କରବାକେ ଅନୁରୋଧ୍‌ କରିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠୀକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ବହୁତ୍‌ ଜଲଦି ଗୁଟେ ଡାକ୍‌ତରି ଦଲ ପଠେଇ ତାକର ଚିକିତ୍ସା ବେବସ୍‌ତା କରାଯିବା। ଦରକାର ପଡ଼ଲେ ତାହାକୁ ବୁର୍ଲା ପଠାବାର ବେବସ୍‌ତା କରାଯିବା ବଲି ସେ ପରତିଶୁରତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ବାଘ, ଭାଲୁଙ୍କ ପାଇଁ କୁଲର

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର):ବନ୍ୟପ୍ରାଣୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଏକ ସପ୍ତାହ ଧରି ସମ୍ବଲପୁରରେ...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri