ପାଣି ପାଇଁ ଲୋକେ ଡହଳବିକଳ : ୨ ଶହ ପରିବାରକୁ ୪ ନଳକୂପ

ଭବାନୀପାଟଣା,୧୧ା୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଞ୍ଚଳ ଏବେ ଜଳୁଛି। ୪୬ ଡିଗ୍ରୀ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅଞ୍ଚଳରେ ପାନୀୟ ଜଳର ଉକତ୍ଟ ଅଭାବ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଛନ୍ତି। ଏପରି ସ୍ଥିତିରେ ଅଞ୍ଚଳର ଗୁରୁଜୁଙ୍ଗ ପଞ୍ଚାୟତର ବାଲିପଦର ଗାଁର ୨ ଶହ ପରିବାର ପାଇଁ ମାତ୍ର ୪ଟି ନଳକୂପ ଥିବାବେଳେ ୨ ଟି ନଳକୂପରୁ ମୁନ୍ଦାଏ ବି ପାଣି ବାହାରୁ ନାହିଁ। ଗାଁରେ ଥିବା ଏକମାତ୍ର ପୋଖରୀ ସମ୍ପୂର୍ଣ୍ଣ ଶୁଖି ଗଲାଣି। ଫଳରେ ଗାଁ ଲୋକେ ଓ ଗାଈଗୋରୁ ୨ ଟି ନଳକୂଅର ପାଣିକୁ ପିଇବା ଓ ଗାଧୋଇବାରେ ବ୍ୟବହାର କରୁଛନ୍ତି। ଉକ୍ତ ନଳକୁଅରୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ପାଣି ବାହାରୁ ନାହିଁ। ଦୀର୍ଘ ସମୟ ଅପେକ୍ଷା କଲା ପରେ ବାଲ୍‌ଟିଏ ପାଣି ହେଉଛି। ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କରାଯାଉଥିଲେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଅନେକ ନେତା ମନ୍ତ୍ରୀ ଆସି ଗାଁକୁ ଜଳ ଯୋଗାଣ ପାଇଁ ପ୍ରତିଶୃତି ଦେଇ ଯାଇଥିଲେ। ହେଲେ ତାଙ୍କୁ ନେତାମାନେ ପ୍ରତାରଣା କରିଥିବା ଗାଁର ରାଧା ବେହେରା, ଗନ୍ଧର୍ବୀ ମାଝୀ, ସେବତୀ ମାଝୀ, ନେତ୍ରୀ ପୟାସିଂ, ଚଞ୍ଚଳା ମହାନନ୍ଦ, ଝରଣା ବେହେରା, ଡିଲେଶ୍ୱରୀ ବେହେରା, ପାଟ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଜଳକଷ୍ଟ ଦୂର ପାଇଁ ଦାବି କରିଛନ୍ତି। ସେହିଭଳି ବୋର୍ଡା ପଞ୍ଚାୟତ ଗୋଈକେଲା, ନୂଆପଡ଼ାରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଗୁରୁଜୁଙ୍ଗ ପଞ୍ଚାୟତ ଗୁରୁଜୁଙ୍ଗ, କର୍ଲାପିଟା, ଡୁମୁରିଆ ପଞ୍ଚାୟତର ପୁରୁଣାପଡ଼ା, ମିଡ଼ିଗୁଡ଼ା, ଚିକିଲି, ଲୋହରାଡାବ୍ରି ଗାଁରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଅଞ୍ଚଳର ୧୧ ଟି ପଞ୍ଚାୟତରେ ୧୮୬ ଟି ନଳକୂଅ ଅଚଳ ହୋଇପଡ଼ିଛି। ୫୮ଟି ନଳକୂଅର ପାଣି ଫ୍ଲୋରାଇଡଯୁକ୍ତ ହୋଇଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଫଳରେ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଜଳକଷ୍ଟ ଦୂର ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri