ପାଣି ପାଇଁ ଲୋକେ ଡହଳବିକଳ : ୨ ଶହ ପରିବାରକୁ ୪ ନଳକୂପ

ଭବାନୀପାଟଣା,୧୧ା୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଞ୍ଚଳ ଏବେ ଜଳୁଛି। ୪୬ ଡିଗ୍ରୀ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅଞ୍ଚଳରେ ପାନୀୟ ଜଳର ଉକତ୍ଟ ଅଭାବ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଛନ୍ତି। ଏପରି ସ୍ଥିତିରେ ଅଞ୍ଚଳର ଗୁରୁଜୁଙ୍ଗ ପଞ୍ଚାୟତର ବାଲିପଦର ଗାଁର ୨ ଶହ ପରିବାର ପାଇଁ ମାତ୍ର ୪ଟି ନଳକୂପ ଥିବାବେଳେ ୨ ଟି ନଳକୂପରୁ ମୁନ୍ଦାଏ ବି ପାଣି ବାହାରୁ ନାହିଁ। ଗାଁରେ ଥିବା ଏକମାତ୍ର ପୋଖରୀ ସମ୍ପୂର୍ଣ୍ଣ ଶୁଖି ଗଲାଣି। ଫଳରେ ଗାଁ ଲୋକେ ଓ ଗାଈଗୋରୁ ୨ ଟି ନଳକୂଅର ପାଣିକୁ ପିଇବା ଓ ଗାଧୋଇବାରେ ବ୍ୟବହାର କରୁଛନ୍ତି। ଉକ୍ତ ନଳକୁଅରୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ପାଣି ବାହାରୁ ନାହିଁ। ଦୀର୍ଘ ସମୟ ଅପେକ୍ଷା କଲା ପରେ ବାଲ୍‌ଟିଏ ପାଣି ହେଉଛି। ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କରାଯାଉଥିଲେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଅନେକ ନେତା ମନ୍ତ୍ରୀ ଆସି ଗାଁକୁ ଜଳ ଯୋଗାଣ ପାଇଁ ପ୍ରତିଶୃତି ଦେଇ ଯାଇଥିଲେ। ହେଲେ ତାଙ୍କୁ ନେତାମାନେ ପ୍ରତାରଣା କରିଥିବା ଗାଁର ରାଧା ବେହେରା, ଗନ୍ଧର୍ବୀ ମାଝୀ, ସେବତୀ ମାଝୀ, ନେତ୍ରୀ ପୟାସିଂ, ଚଞ୍ଚଳା ମହାନନ୍ଦ, ଝରଣା ବେହେରା, ଡିଲେଶ୍ୱରୀ ବେହେରା, ପାଟ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଜଳକଷ୍ଟ ଦୂର ପାଇଁ ଦାବି କରିଛନ୍ତି। ସେହିଭଳି ବୋର୍ଡା ପଞ୍ଚାୟତ ଗୋଈକେଲା, ନୂଆପଡ଼ାରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଗୁରୁଜୁଙ୍ଗ ପଞ୍ଚାୟତ ଗୁରୁଜୁଙ୍ଗ, କର୍ଲାପିଟା, ଡୁମୁରିଆ ପଞ୍ଚାୟତର ପୁରୁଣାପଡ଼ା, ମିଡ଼ିଗୁଡ଼ା, ଚିକିଲି, ଲୋହରାଡାବ୍ରି ଗାଁରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଅଞ୍ଚଳର ୧୧ ଟି ପଞ୍ଚାୟତରେ ୧୮୬ ଟି ନଳକୂଅ ଅଚଳ ହୋଇପଡ଼ିଛି। ୫୮ଟି ନଳକୂଅର ପାଣି ଫ୍ଲୋରାଇଡଯୁକ୍ତ ହୋଇଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଫଳରେ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଜଳକଷ୍ଟ ଦୂର ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri