ଆମ ଜିଲା ଖବର

ସୂଚନା ଅଧିକାର ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବି: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ା ଅଫିସ,୧ା୮- ରାୟଗଡ଼ା ଜିଲା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ସଂଶୋଧନ ବିଲ ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କୌଣସି ବିତର୍କ ନ କରାଇ…

ଭଡ଼ା ବାକିଥିବା ଦୋକାନରେ ଝୁଲିଲା ତାଲା

କାମାକ୍ଷାନଗର,୧।୮(ଡି.ଏନ୍‌.ଏ.)-କାମାକ୍ଷାନଗର ଏନ୍‌ଏସି ପକ୍ଷରୁ ବ୍ୟବସାୟ ପାଇଁ ଲିଜ୍‌ସୂତ୍ରରେ ଦିଆଯାଇଛି ଦୋକାନ ଗୃହ। ହେଲେ ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ଭଡ଼ା ଦେଉନାହାନ୍ତି। ବାରମ୍ବାର ନୋଟିସ୍‌ ଦିଆଯିବା ସତ୍ତ୍ୱେ ଏହାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ଆକ୍ସନ ମୁଡ଼କୁ ଆସିଛନ୍ତି ଏନ୍‌ଏସି କର୍ତ୍ତୃପକ୍ଷ।…

ଟ୍ରେନ ଧକ୍କାରେ ଭାଲୁ ମୃତ

ବଇଣ୍ଡା,୧।୮(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳ ପଥର ହଣ୍ଡପା ଥାନା କୃଷ୍ଣପୁରଠାରେ ଟ୍ରେନ ଧକ୍କାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡ଼ିଛି, ରେଳ ଲାଇନ ପାର ହୋଇ ଉକ୍ତ ଭାଲୁଟି ଜଙ୍ଗଲ ଅଭିମୁଖେ ଯାଉଥିବାବେଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ପାସେଞ୍ଜର…

ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ୧୩ ଗିରଫ

ବାଲିଆପାଳ,୧।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୭ଦିନ ପୂରିଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଢାବା ମାଲିକ ସାହାବୁଦ୍ଦିନ ସାହାଙ୍କ ଟେର୍‌ ପାଇପାରିନି ପୋଲିସ। ଅନ୍ୟପକ୍ଷରେ ବାଲିଆପାଳ ଆଇଆଇସି ପ୍ରଭୁ…

ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ , ଶ୍ୱଶୁରଙ୍କୁ ୧୦ ବର୍ଷ ଓ ନଣନ୍ଦଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ଆନନ୍ଦପୁର…

ପଞ୍ଚାୟତ ଅଫିସ୍‌ ତାଲା ଭାଙ୍ଗି ଚୋରି

ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍‌ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍‌ କବାଟ ତାଲା ଭାଙ୍ଗି ଭିତରକୁ ପଶି ଥିଲେ। ଅଫିସ୍‌ ଭିତରେ ଥିବା ୨ଟି ଆଲମିରାର…

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା: ଭଦ୍ରକରେ ପହଞ୍ଚିଲେ ସତ୍ୟବ୍ରତ

ଭଦ୍ରକ ଅଫିସ, ୧।୮ – ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କ ଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଜଗତସିଂହପୁର ଜିଲା ବାଲିକୁଦ ଅଞ୍ଚଳର ସତ୍ୟବ୍ରତ ଦାସ ନାମକ ଜଣେ ଯୁବକ ପଦଯାତ୍ରାରେ ବାହାରିଛନ୍ତି। ସେ ରାଜ୍ୟର ୩୧୪ଟି ବ୍ଲକ ମୁଖ୍ୟାଳୟ…

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ କୁଳିଅଳମ ପଞ୍ଚାୟତ ନଛିପୁର ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁରସେନ ଦାସ ା ଏସଂକ୍ରାନ୍ତରେ ପୋଲିସ…

ଖୁବ୍‌ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର…

୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କେବିକେର ୮ଟି ଜିଲାରେ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ…

ବାଲି ଚୋରାଚାଲାଣ : ୫ ଟ୍ରାକ୍ଟର ଜବତ

ଚନ୍ଦ୍ରଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଖସଡ଼ା ରାମନଦୀରୁ ଗୁରୁବାର ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଘଟଣାସ୍ଥଳରେ ପହଞ୍ଚି ୫ଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହି ସମୟରେ ଡ୍ରାଇଭରମାନେ…

ଚୋରି ବାଇକ୍‌ ଜବତ, ୨ ଗିରଫ

ବଡ଼ବିଲ,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରୁ ଗତ ରବିବାର ପୂର୍ବାହ୍ନରେ ଚୋରି ହୋଇଥିବା ଏକ ବାଇକ୍‌କୁ ପୋଲିସ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri