ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁବଳି ବନ୍ଦ ପାଇଁ ପଦକ୍ଷେପ:ଲୋକଙ୍କୁ ସଚେତନ କରିବ ପୋଲିସ ପ୍ରଶାସନ
ଭବାନୀପାଟଣା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅକ୍ଟୋବର ୬ ତାରିଖ (ରବିବାର) ମହାସମାରୋହରେ ଅନୁଷ୍ଠିତ ହେବ । ପୋଲିସ ପ୍ରଶାସନ ତରଫରୁ କିପରି ଛତରଯାତ୍ରା ଓ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବା ସହିତ ଛତ୍ରଯାତ୍ରା ସମୟରେ…
ଯନ୍ତ୍ରଣାରେ ଶିଶୁକନ୍ୟା, ଚିନ୍ତାରେ ମା’ ବାପା: ସରକାରୀ ଚିକିତ୍ସା ସହାୟତାକୁ ଅପେକ୍ଷା
ବୈଶିଙ୍ଗା,୨୨ା୯(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତ ଚୁଆପଦା ଗ୍ରାମର ବର୍ଷକର ଶିଶୁକନ୍ୟା ଦୁର୍ଗା। ମୁଣ୍ଡର ଆକାର ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ମେରୁଦଣ୍ଡ ଓ ମୁଣ୍ଡରେ ବଥ ବାହାରି କ୍ରମେ ବଢି ଚାଲିଛି। ଏଥିଲାଗି ଅସହ୍ୟ ଯନ୍ତ୍ରଣା ଭୋଗ…
ନୀଳମଣି କଲେଜରେ ଛାତ୍ର ଅଶାନ୍ତି
ରୂପ୍ସା, ୨୨ା୯(ଡ଼ି ଏନ ଏ)-ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍ସା ନୀଳମଣି ମହାବିଦ୍ୟାଳୟରେ ଶନିବାର ଛାତ୍ର ଅଶାନ୍ତି ଦେଖାଦେଇଛି। ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଛାତ୍ରୀଛାତ୍ରଙ୍କ ଦାବି ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ତାଲା ବନ୍ଦ ଆନ୍ଦୋଳନ ହୋଇଛି…
କ୍ରିକେଟ ବେଟିଂ ବେଳେ ଚଢ଼ାଉ: ୫ ଗିରଫ
ରାୟଗଡ଼ା ଅଫିସ,୨୧।୯- ରାୟଗଡ଼ା ସହରରେ ଶୁକ୍ରବାର ରାତିରେ ଅନ୍ଲାଇନ୍ କ୍ରିକେଟ୍ ବେଟିଂ ଚାଲିଥିବାବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ରାୟଗଡ଼ା ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।…
କନ୍ଧୁଣୀଦେବୀ ମହୋତ୍ସବ ଉଦ୍ଯାପିତ
ସୋରଡା,୨୧ା୯(ଡି.ଏନ୍.ଏ.)- ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀ ମହୋତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଥିଲେ, ଏହି ଅଞ୍ଚଳ ହେଉଛି କଳା ଓ ସଂସ୍କୃତିର ଅଞ୍ଚଳ। ଏଠାରେ ପର୍ଯ୍ୟଟନର ବିକାଶ…
ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ
ବାଲେଶ୍ୱର ଅଫିସ,୨୧।୯: ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ବାଲେଶ୍ୱର ମ୍ୟୁନିସିପାଲଟି ଅଧୀନ କାଞ୍ଜନବାଗ ପ୍ରାଥମିକ ବିଦ୍ୟାଳୟର ଜିଲାପରିଷଦ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ଘରେ ଶନିବାର ଭିଜିଲାନ୍ସ ଚଢାଉ କରାଯାଇଛି। ଏଥିରେ ଭିଜିଲାନ୍ସର ୫ଟି ଟିମ୍ ସାମିଲ ହୋଇଛନ୍ତି। ଟିମ୍ ଅଧିକାରୀମାନେ ଟାଉନ…
ଶିଳାନ୍ୟାସରେ ଅଟକିଛି ରାସ୍ତା : ଯାନବାହନ ଚଳାଚଳ ବ୍ୟାହତ
ରାଇକିଆ,୨୧ା୯(ଡ଼ି.ଏନ.ଏ): କନ୍ଧମାଳ ଜିଲା ରାଇକିଆ ବ୍ଲକର ସବୁଠାରୁ ଦୁର୍ଗମ କରଡ଼ା, ରଣବା, ଇନ୍ଦ୍ରଗଡ଼, ବଡ଼ବାରବା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଘାଟି ରାସ୍ତା ଧୋଇ ଯାଇଥିବା ଏବଂ ବିଭିନ୍ନ ସ୍ଥାନରେ ମେଟାଲ ଉଠି ଯାଇଥିବାରୁ କୌଣସି…
ମରାମତି ଅଭାବ : ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା
ସିଂହପୁର,୨୧।୯(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଖରସ୍ରୋତା ନଦୀବନ୍ଧର ଜରୀ ନୂଆ ମାହାରାଠାରୁ ବାଛୋଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ନଦୀବନ୍ଧ ରାସ୍ତା ଦୀର୍ଘଦିନ ମରାମତି ନ ହେବାରୁ ଭାଙ୍ଗିରୁଜି ଏବେ ମରଣଯନ୍ତା ପାଲଟିଛି। ଫଳରେ ରାସ୍ତାରେ…
ଆକ୍ରମଣ କରି ଟଙ୍କା, ବାଇକ ଲୁଟ୍ ଘଟଣା: ୩ ଗିରଫ
ଛତ୍ରପୁର,୨୧ା୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଅଧୀନ ବନ୍ଦର ଗାଁକୁ ଯିବା ରାସ୍ତାରେ ଗତ ୧୭ ତାରିଖ ସ୍ପଷ୍ଟ ଦିବାଲୋକରେ ଏଲ୍. ଯୋଗେଶଙ୍କୁ ସଂଘବନ୍ଧ ଆକ୍ରମଣ କରାଯାଇଥିଲା। ତାଙ୍କଠାରୁ ୩୮ ହଜାର ଟଙ୍କା ଓ ବାଇକ୍ ଲୁଟ୍ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ…
ସାଇଜ୍ ଶାଳ କାଠ, ୩ ସାଇକେଲ ଜବତ
ବୁଗୁଡ଼ା,୨୧ା୯(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଶନିବାର ସକାଳେ ଗୋଲିଆ ନିକଟରେ ୩ ସାଇକେଲ ଓ ୧୬ ଖଣ୍ଡ ସାଇଜ୍ ଶାଳ କାଠ ଜବତ କରିଛି । କାଠ ଚାଲାଣକାରୀ ଫେରାର ହୋଇଯାଇଛନ୍ତି। ଶନିବାର ସକାଳେ ୩ଟି ସାଇକେଲରେ ଶାଳ କାଠ ଯାଉଥିବା କୌଣସି…
ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ
ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଅଦାଲତର ବିଚାରପତି ପ୍ରଣତି ସାହା ଶନିବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଦୋଷୀ ସପନ ପରିଡ଼ା ଓରଫ୍ ରବୀନ୍ଦ୍ରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ…
ହାଇଓ୍ବା ଚୋରି ଘଟଣା : ଝାଡ଼ଖଣ୍ଡରୁ ଜବତ କଲା ପୋଲିସ
ବଡ଼ବିଲ,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରୁ ଗୁରୁବାର ଭୋର୍ରୁ ଏକ ହାଇଓ୍ବା ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଞ୍ଚଳର ଛୋଟୁ…

