ଆମ ଜିଲା ଖବର

ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ

ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର କାଳୀଚରଣ ଜେନା(୬୭) ନିଜ ଆଖୁବାଡ଼ିକୁ ଯାଇ ଅମଳ ପରେ ଥିବା ଆଖୁପାଳରେ ନିଆଁ ଲଗାଇ…

ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୫।୮: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ସୋମବାର ସତ୍‌ସଙ୍ଗବିହାରଠାରେ ଚଢ଼ାଉ କରାଯାଇ ୧୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଖୋର୍ଦ୍ଧା ଦମକଳ କଲୋନୀର ମାନୁଲି ବେହେରା(୨୦)ଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୧…

ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏପରିକି ଚୟନ ପ୍ରକ୍ରିୟାକୁ ନେଇ ବହୁ ପ୍ରାର୍ଥୀ ସୂଚନା…

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ ବ୍ଲକର ଝିରୀପାଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ୫୨…

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ସ୍ବାଇଁ (୨୯) ଗୁରୁତର ହୋଇଛନ୍ତି। ତାଙ୍କ ବାମଗୋଡ଼ର ପଛପଟ ଆଣ୍ଠୁ ଉପରକୁ ଗୁଳି ମାଡ଼…

ଆରଡିରେ ୪୦ ହଜାର କାଉଡ଼ିଆଙ୍କ ଜଳଲାଗି

ଆରଡି,୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ିରେ ଶ୍ରାବଣ ମାସ ୩ୟ ସୋମବାରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା ତଥା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଉଡିଆମାନେ ଜଣଙ୍କ ପରେ ଜଣେ…

ସମ୍ପତ୍ତି ଜବରଦଖଲ ଅଭିଯୋଗ : ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ମହିଳା

ବରଗଡ଼ ଅଫିସ,୫।୮: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବସେକେଲା ଗ୍ରାମର କେତେକ ଲୋକେ ଜଣେ ମହିଳାଙ୍କ ପୈତୃକ ସମ୍ପତ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ସୌକି ମେଲ୍ଲୀ ନାମକ ଜଣେ ମହିଳା ବାରମ୍ବାର ବିଭାଗୀୟ ପ୍ରଶାସନିକ…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାପଡ଼ାହାଣ୍ଡି,୫।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଝାଳିଆଗୁଡ଼ା ଗ୍ରାମର ଜଣେ ଯୁବକ ସୋମବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କର ନାମ ଆଶାରାମ ମୁଦୁଲି(୨୫)। ସକାଳୁ ଆଶାରାମ ନିକଟସ୍ଥ ଖଜୁରୀ ଜଙ୍ଗଲକୁ କୌଣସି କାମରେ ଯାଇଥିବା ସମୟରେ ଭାଲୁ…

ଶ୍ରାବଣ ତୃତୀୟ ସୋମବାର : ଜଳଲାଗି କଲେ ଶତାଧିକ ଭକ୍ତ

ରାଜନଗର,୫।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗରସ୍ଥିତ ପ୍ରାଚୀନ ଶୈବପୀଠ ଚନ୍ଦ୍ରମଉଳି ମହାଦେବଙ୍କ ପୀଠରେ ଶ୍ରାବଣ ମାସର ତୃତୀୟ ସୋମବାରରେ ଶତାଧିକ ଭକ୍ତ ଜଳାଲାଗି କରିଛନ୍ତି। ଆଜି ପ୍ରତ୍ୟୁଷରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି।

ସାପକାମୁଡ଼ାରେ ଚାଷୀଙ୍କ ଜୀବନ ଗଲା

ରାଜନଗର,୫।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଭାଗଚାଷୀ ବୈଲୋଚନ ରାଉତ(୪୮)ଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ବିଲରେ କାମ କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ…

ମିଳୁନି ପ୍ରୋତ୍ସାହନ : କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି

ପୁରୀ ଅଫିସ,୫ା୮ : ପୁରୀ ଜିଲାରେ ବହୁ ପ୍ରତିଭାବାନ ଖେଳାଳି ଉପେକ୍ଷିତ ହେଉଛନ୍ତି। ସେହିପରି କ୍ରୀଡ଼ାରୁ ମୁହଁ ଫେରାଇ ନେଉଛନ୍ତି ଯୁବ କ୍ରୀଡ଼ାବିତ୍‌। ଏକଦା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରୀ ଜିଲାର ଅନେକ କ୍ରୀଡାବିତ୍‌ ସଫଳତା ହାସଲ କରିଥିଲେ। ମାତ୍ର ଏବେ…

ଜମିବାଡ଼ି ବିବାଦ: ମହିଳାଙ୍କ ତଣ୍ଟିକାଟି ହତ୍ୟା; ସ୍ବାମୀ, ପୁଅ ଗୁରୁତର

ସୋନପୁର,୫ା୮(ନି.ପ୍ର.): ଜମିବାଡି ବିବାଦକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲା ବିନିକା ଥାନା ଘୋଡାଧାର ଗ୍ରାମରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ହରିଜନବସ୍ତିର ପାଞ୍ଚେଶ୍ୱରୀ ଲୁହା(୫୦)ଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ଆକ୍ରମଣରେ ପାଞ୍ଚେଶ୍ୱରୀଙ୍କ ସ୍ବାମୀ କଣ୍ଟିଆ ଲୁହା(୫୫) ଓ ପୁଅ ବାଲେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri