ଆମ ଜିଲା ଖବର

ଗର୍ଭବତୀ,ଶିଶୁ ଯତ୍ନ ସମ୍ପର୍କିତ ଆଲୋଚନା ଚକ୍ର

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଜିଲାପରିଷଦ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ପୋଷଣ ମାସ ପାଳନ ଅବସରରେ ଅନୁଷ୍ଠିତ ଏହି…

ଜେନାପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଜେନାପୁର ଡାକ୍ତରଖାନା ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ପ୍ରଶାସନ ପାଖରେ ଦାବି ରଖିଥିଲେ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟାଗୁଡ଼ିକ ସମାଧାନ କରାଗଲା ନାହିଁ। ଏହି ସମସ୍ୟା ସମ୍ପର୍କରେ ଶେଷଥର…

ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ

ଡୁବୁରୀ,୨୬।୯(ଡି.ଏନ୍‌.ଏ.): ଟାଟା ଷ୍ଟିଲ ପକ୍ଷରୁ ବୁଧବାର କଳିଙ୍ଗନଗର ଅଞ୍ଚଳର ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି। ଏ ନେଇ ଡୁବୁରୀସ୍ଥିତ କପିଳେଶ୍ୱର ମହାବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ସରକାରୀ ଉଦ୍ୟୋଗ, ସାମାଜିକ…

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ. ୧୬୩/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ବୁଧବାର ଅଭିଯୁକ୍ତଙ୍କୁ ଗିରଫ…

୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ଦିବସୀୟ ଯୋଗାଭ୍ୟାସ ଶିବିର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଯୋଗାଭ୍ୟାସ କରାଯାଇଥିବାବେଳେ ବିଭିନ୍ନ…

ରକ୍ତଦାନ ପାଇଁ ସଚେତନତା ଆଣିଲେ ଯୁବତୀ ସଂଘ; ସଚେତନତା ରାଲି ସହ ନାଟକ ମଞ୍ଚସ୍ଥ

ନୂଆପଡା ଅଫିସ,୨୬ା୯: ରକ୍ତଦାନ ମହତ ଦାନ। ଏକ ବୁନ୍ଦା ରକ୍ତ ଗୋଟିଏ ଜୀବନ ବଞ୍ଚାଇପାରିବ । ଏହା ଦ୍ୱାରା ରକ୍ତଦାତା ଏବଂ ରୋଗୀଙ୍କ ହିତ ସାଧନ ହୋଇଥାଏ । ଏଥିପାଇଁ ସମସ୍ତଙ୍କୁ ଆଗେଇ ଆସି ସଚେତନତା ଆଣିବା ଆବଶ୍ୟକତା ରହିଛି ବୋଲି…

ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.) କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ, ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟାଳୟକୁ ବନ୍ଦ ପାଇଁ ସ୍ଥିର କରାଯାଇଛି। ଏଥିସହିତ…

ମେସ୍କୋ ହୋଟେଲ, ଗେଷ୍ଟ ହାଉସ୍‌ ଦଖଲକୁ ନେଲା ଇଡ୍‌କୋ

କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରାଠାରେ ଥିବା ମେସ୍କୋଷ୍ଟିଲର ଏକ ହୋଟେଲ ଓ ଗେଷ୍ଟହାଉସ୍‌କୁ ବୁଧବାର ଇଡ୍‌କୋ ଦଖଲକୁ ନେଇଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଏହି ଗେଷ୍ଟହାଉସ୍‌କୁ ଦଖଲ ନେବାପାଇଁ ଯଖପୁରା ଠାରେ ପହଞ୍ଚତ୍ଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ଦାନଗଦୀ ତହସିଲଦାର…

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଲାଞ୍ଜିଗଡ଼,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଞ୍ଚଳର ୧୭୫ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ…

ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌, ଚାଳକ ଗୁରୁତର

କୋରେଇ,୨୬।୯(ସ୍ବ.ପ୍ର.): କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଧନେଶ୍ୱର-ଆଲିଆ ମଝିରେ ବୁଧବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଭାରସାମ୍ୟ ହରାଇ ବାଇକ ପିଟି ହୋଇଛି। ଫଳରେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ବାଇକ୍‌ ଚାଳକ…

ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

କୋକସରା,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ବୁଧବାର ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ମୋଟର ଯାନ ଆଇନକୁ ନେଇ ପୋଲିସ କର୍ମଚାରୀ, ଜବହାର ଉଚ୍ଚ ବିଦ୍ୟାପିଠ ଛାତ୍ରୀଛାତ୍ର…

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଏକାଦଶତମ ଦିବସ: ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୬।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ବୁଧବାର ଏକାଦଶତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଗୋଟାଏ ଲେଖାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?