ଆମ ଜିଲା ଖବର

ବିଦ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ,୬।୧୦: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦାଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁରେ ଥିବା ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବକଙ୍କ…

ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଞ୍ଚଳରେ…

ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାୟଗଡ଼ା ଅଫିସ,୬।୧୦: ନାଗାବଳୀ ନଦୀରୁ ବାଲି ଉଠାଣକୁ ନେଇ ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କତାପେଟା ଟ୍ରାକ୍ଟର ମାଲିକମାନେ ନାଗାବଳୀ ନଦୀର ମାଲିଙ୍ଗା ତୁଠରୁ ବାଲି ଉଠାଉଥିବା ବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ ଦୁଇ…

କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ

କଣ୍ଟାପଡା,୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ରାତିରେ ଶୁକଦେବ ରାଉତଙ୍କ ଘରେ ଶର୍ଟ୍‌ଶର୍କିଟରୁ ନିଆଁ ଲାଗିଯାଇଥିଲା। ପରେ ପ୍ରହଲ୍ଲାଦ ରାଉତ,…

ବିଦ୍ୟୁତ ଆଘାତରେ ଜଣଙ୍କ ଜୀବନ ଗଲା

ସମ୍ବଲପୁର, ୬।୧୦(ବ୍ୟୁରୋ)- ସମ୍ବଲପୁର ଜିଲା ଯୁଯୁମୁରା ଥାନା ଧଦୁଲୁମୁଣ୍ଡା ଗ୍ରାମର ପଦ୍ମନାଭ ବିଶ୍ୱାଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଜିଲା ସଦର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି…

ବଜ୍ରପାତ ନେଲା ଜଣଙ୍କ ଜୀବନ

ବୌଦ୍ଧ,୬।୧୦: ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମରେ ରବିବାର ସକାଳ ୭ଟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବନ୍ଧାପଥର ଗ୍ରାମର ନୀଳା ଲୋହିତ ବେହେରା (୫୩) ବିଲକୁ ଯାଇଥିବାବେଳେ ବଜ୍ରପାତ ଘଟିଥିଲା। ସେଠାରେ ହିଁ ସେ ଟଳି ପଡିଥିଲେ। ସ୍ଥାନୀୟ…

ପୁର୍ବଶତ୍ରୁତାରୁ ବାପ-ପୁଅଙ୍କୁ ଛୁରାମାଡ:ପୁଅ ମୃତ, ୨ ଗୁରୁତର

କାକଟପୁର,୬।୧୦(ଡି.ଏନ.ଏ.): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଅଠତିରା ଗ୍ରାମର ସାଧୁ ସ୍ବାଇଁଙ୍କୁ କିଛି ଅସାମାଜିକ ଯୁବକ ପୂର୍ବଶତ୍ରୁତାକୁ ନେଇ ଆତସାହି ଛକଠାରେ ଆକ୍ରମଣ କରିଥିଲେ। ଖବର ପାଇଁ ତାଙ୍କ ପୁଅ ଦିଲୀପ ସ୍ବାଇଁ(୩୧) ଏବଂ…

ମଙ୍ଗଳାଙ୍କୁ ଲାଗିହେଲା ୧ଲକ୍ଷ ୮ ନୀଳକଇଁ

ପୁରୀ ଅଫିସ,୬।୧୦: ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ଆନନ୍ଦ ଉଲ୍ଲାସରେ ସମସ୍ତେ ମା’ ଦୁର୍ଗତିନାଶିନୀଙ୍କୁ ଆରାଧନା କରୁଛନ୍ତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଳପୂଜା। ତେବେ ଗତ ଗୁରୁବାର ବାସେଳିସାହି ବନଦୁର୍ଗା ଛକସ୍ଥିତ ମା’ ମଙ୍ଗଳାଙ୍କୁ ଲାଗିହୋଇଛି ୧…

ଟ୍ୟୁମର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ଇଟାଲୀୟ

ପୁରୀ ଅଫିସ, ୬।୧୦: ଦୀର୍ଘଦିନ ଧରି ମସ୍ତିଷ୍କଜନିତ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଗରିବ ଅସହାୟ ଯୁବକଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢାଇଛନ୍ତି ଜଣେ ଇଟାଲୀ ଯୁବକ। ସେ ହେଲେ ସ୍ବେଚ୍ଛାସେବୀ ସଂଗଠନ…

ପୁରୀ ପୋଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିଲେ

ପୁରୀ ଅଫିସ, ୬।୧୦: ପାର୍ବଣ ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ। ପୁରୀ ସହରରେ ହେବ ଅପରାଧ କ୍ଲିନ ଡ୍ରାଇଭ ଅପରେଶନ ଏଭଳି ଯୋଜନା କରିଥିଲା ପୁରୀ ପୋଲିସ। ମାତ୍ର ପୋଲିସକୁ ଖାତିର ନ କରି ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ଦାଦାବଟି…

ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ…

ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବେ। ସେଠାରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?