ଯୋଗାଣ ସହାୟକଙ୍କୁ ମାଡ଼, ଥାନାରେ ଏତଲା

କୁକୁଡାଖଣ୍ଡି,୧ା୧୧(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଗ୍ରାମର ଏକ ପରିବାର ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକ ସୁମିତ୍ରା ନାହାକ ଗୁରବାର ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଉଳ ବାଣ୍ଟୁଥିଲେ। ଗ୍ରାମର ମମତା ନାୟକ ଚାଉଳ ନେବାକୁ ଆସିଥିଲେ। କିନ୍ତୁ ଧାଡିରେ ନଛିଡା ହୋଇ ଚାଉଳ ନେବାକୁ ଅଡି ବସିଥିଲେ। ଉପସ୍ଥିତ ଲୋକେ ବୁଝାସୁଝା କରିବାପରେ ଧାଡିରେ ରହି ଚାଉଳ ନେଇଥିଲେ। ପୁଣି କିଛି ସମୟ ପରେ ମମତା ପରିବାର ଲୋକଙ୍କ ସହ ଆସି ଯୋଗାଣ ସହାୟକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି କାନଫୁଲ, ମଙ୍ଗଳସୂତ୍ର ଛିଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ଯୋଗାଣ ସହାୟକ ଏନେଇ କୁକୁଡାଖଣ୍ଡି ବିଡିଓଙ୍କୁ ଜଣାଇବା ପରେ ବିଡିଓ ଗଦାଧର ପାତ୍ର, ଯୋଗାଣ ଅଧିକାରୀ ଏମ. ପ୍ରଶାନ୍ତ ରାଓ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନକରି ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲା। ଗୋଳନ୍ଥାରା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି। ମମତା ନାୟକଙ୍କ ଅଭିଯୋଗକ୍ରମେ ନଂ.୨୭୬/୧୯ ଓ ଯୋଗାଣ ଅଧିକାରୀଙ୍କ ଅଭିଯୋଗକ୍ରମେ ନଂ.୨୭୭/୧୯ରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ଭଗ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି କଫ ସିରପ ଶିଶି, ଅଞ୍ଚଳବାସୀ କହିଲେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଏକ ପରିତ୍ୟକ୍ତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ କଫ ସିରପର ଖାଲି ଶିଶି ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri