ବାଗଡେର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଆଉ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଟିଟିଲାଗଡ଼,୧।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ରବିବାର ଏକ ବଡ଼ ସଫଳତା ମିଳିଛ। ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗାଁ ନିକଟରେ ଘଟିଥିବା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତଙ୍କୁ ଧରି ପୋଲିସ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ଘଣ୍ଟବାହାଲି ଗ୍ରାମର ଖଡ଼ିରତ୍ନ ଛତରଙ୍କ ପୁଅ ରାଜେନ୍ଦ୍ର ଛତର (୨୫)ଙ୍କୁ ଗତ ତା- ୧୯.୦୬.୧୯ରେ ମୁରିବାହାଲ ଥାନା ଅନ୍ତର୍ଗତ ଦେଶିଲ ଗାଁର ଉଜ୍ଜ୍ୱଳମଣି ବାଗ ଓ ସେହି ଗାଁର ପ୍ରଭାକର ବାଗ୍‌ ଓରଫ ମାଖନୁ ମିଶି ଘରୁ ଡାକି ନେଇ ହତ୍ୟା କରିଥିଲେ। ପରେ ଏହାକୁ ଏକ ଦୁର୍ଘଟଣା ରୂପ ଦେବାକୁ ଏକ ବାଇକ୍‌ରେ ମୃତଦେହ ନେଇ ବିଲ ମଧ୍ୟକୁ ଫିଙ୍ଗି ଦେଇଥିଲେ। ରାଜେନ୍ଦ୍ରଙ୍କ ମୃତଦେହ ୨୦ତାରିଖ ସକାଳୁ ପରିବାର ଲୋକେ ଦେଖିବା ପରେ ପ୍ରଥମେ ରାଜେନ୍ଦ୍ରଙ୍କ ସ୍ତ୍ରୀ ତିଲୋତ୍ତମାଙ୍କୁ ସନ୍ଦେହ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଏହାକୁ ନେଇ ତଦନ୍ତ କରିବାରୁ ବିବାହ ପୂର୍ବରୁ ତିଲୋତ୍ତମାଙ୍କ ସମ୍ପର୍କ ଉଜ୍ଜ୍ୱଳମଣିଙ୍କ ସହିତ ଥିଲା ଓ ତାଙ୍କ ସହମତିରେ ଏହି ହତ୍ୟା କରାଯାଇଛି ବୋଲି ଜଣାପଡ଼ିଥିଲା । ତେବେ ପୋଲିସ ପ୍ରଥମେ ଉଜ୍ଜ୍ୱଳମଣି ଓ ତିଲୋତ୍ତମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପ୍ରଭାକର ବାଗ୍‌ ଓରଫ ମାଖନୁ ଫେରାର ହୋଇଯାଇଥିବା ବେଳେ ପୋଲିସ ବିଭିନ୍ନ ଥାନା ତଥା ରେଳବାଇ ପୋଲିସର ମଧ୍ୟ ସହଯୋଗ ନେଇଥିଲା। ଶନିବାର ସନ୍ଧ୍ୟାରେ ପ୍ରଭାକର ଟିଟିଲାଗଡ଼ ରେଳ ଷ୍ଟେଶନରେ ବୁଲୁଥିବା ବେଳେ ରେଳବାଇ ପୋଲିସ ତାକୁ କାବୁ କରିବା ସହ ଟିଟିଲାଗଡ଼ ପୋଲିସକୁ ଜିମା ଦେଇଥିଲା। ତାଙ୍କ ବିରୋଧରେ ଟିଟିଲାଗଡ଼ ଥାନାରେ କେସ ନଂ. ୧୧୪/୧୯ରେ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ ଓ ପୂର୍ବରୁ ମଧ୍ୟ ଟିଟିଲାଗଡ଼ ଥାନାରେ ରୁଜୁ ହୋଇଥିବା ଏକ ହତ୍ୟାକାଣ୍ଡରେ ସେ ସାମିଲ ଥିବା ପୋଲିସ କହିଛି। ଏକ ଖବରଦାତା ସମ୍ମିଳନୀରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଓ ଆର୍‌ପିଏଫ୍‌ ଆଇଆଇସି ଏମ.ଏସ୍‌ କୋମାବତ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri