ଭତା, ଆବାସ ଯୋଜନାରୁ ବଁଚିତ: ଭିଖ୍ ମାଗି ପେଟ୍ ପାଲୁଛନ୍ ସୂର୍ଯ୍ୟକାନ୍ତି
ପର୍ଲା,୧୩।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଳର ଅନେକ ଗରିବ୍ ଦୁଖି ଭଲ ଘରଖେଁ ଅଭାବୁ ବଡ଼ା ଗୁଲଗୁଲା ହେଇ ଜୀବନ ବିତଉଛନ୍। କିଏ ଝାଟି ମାଟି ଘରେ ତ କିଏ ଦଦରା କୁରିଆରେ ପଲିଥିନ ଢାପି ଜୀବନ୍ ବିତଉଛେ। ଏନ୍ତା ଗୁଟେ ଉଦାହରନ୍…
କଳିଙ୍ଗ ବାଲିଯାତ୍ରାର ୨ୟ ସନ୍ଧ୍ୟା: ଦର୍ଶକଙ୍କୁ ଆକୃଷ୍ଟକଲା ଇଲିୟାନା ସିସ୍ତାରିସ୍ତଙ୍କ ନୃତ୍ୟ
ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ମଙ୍ଗଳବାର ୨ୟ ଦିନରେ ପହଞ୍ଚତ୍ଛି। ଏଥିରେ ବାତ୍ୟା ବୁଲ୍ବୁଲ୍ର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟାରେ ଭୁଶୁଡ଼ି ପଡ଼ିଥିବା ଷ୍ଟଲଗୁଡ଼ିକର ପୁନରୁଦ୍ଧାର କରାଯାଉଥିଲେ ମଧ୍ୟ ୨ୟ ସନ୍ଧ୍ୟା ସୁଦ୍ଧା ପୂର୍ଣ୍ଣ ପ୍ରସ୍ତୁତି ହୋଇପାରିନାହିଁ। ଫଳରେ ମହୋତ୍ସବ…
ଜାଲ ସାର୍ଟିଫିକେଟରେ ଡାକ୍ତର
ସୁୁନ୍ଦରଗଡ,୧୩।୧୧ (ଡି.ଏନ୍.ଏ.)- ଜାଲ ସାର୍ଟିଫିକେଟ ଦେଇ ଜଣେ ବ୍ୟକ୍ତି ଗତ ୩ବର୍ଷ ଧରି ସରକାରୀ ଡାକ୍ତର ଭାବେ ଚାକିରି ପାଇ ରୋଗୀସେବା କରୁଥିଲେ ା ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଧରିତ୍ରୀରେ ଏକ ରିପୋର୍ଟ ସେପ୍ଟେମ୍ବର ୨୭ ତାରିଖରେ ପ୍ରକାଶ…
ପେଟ୍ରୋଗ୍ରେ ଆକ୍ରାଁତ ବସନ୍ତ: ଚିକିଛା ଲାଗି ଟଁକା ଅଭାବ
ଲୋଇସିଂହା, ୧୩।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଁଚେତ୍ ସଦର ଗଁାର ବସନ୍ତ ବାରିକ(୩୭)। ସେ ପେଟ୍ ବେମାରିର ଚିକିଛାରେ ଲକ୍ଷାଧିକ୍ ଟଁକା ଖରଚ୍ କରି ସରବ୍ସୁଅଁାତ ହେଇଛନ୍। ହେଲେ ଦିହିପା ଠିକ୍ ନାଇଁ ରହିବାର ଲାଗି କୁଲିମଜୁରି ବି କରିଯାଇ…
ବଲାଙ୍ଗୀରରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ସ୍ଥାପନ ଯୋଜନା
ବଲାଙ୍ଗୀର ଅଫିସ, ୧୩ା୧୧ – ବଲାଙ୍ଗୀର ଜିଲା ତୁଷରା ତହସିଲ ଅନ୍ତର୍ଗତ ପେଣ୍ଡିମୁଣ୍ଡା ନିକଟ ତେଲନଦୀ କୂଳରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯିବାର ଯୋଜନା କରାଯାଇଛି ା ବଲାଙ୍ଗୀର ଜିଲାର ବାଲୁକା ଶିଳ୍ପୀ ଓମ୍ପ୍ରକାଶ ସାହୁଙ୍କ ନେତୃତ୍ୱରେ ଓଡିଶାର…
୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ
ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। କିନ୍ତୁ ପରେ ଚୁକ୍ତିଭିତ୍ତିରେ ଏକ ଘରୋଇ ସଂସ୍ଥାକୁ…
ଆଦିବାସୀ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା: ତଦନ୍ତ କଲେ ଉପଜିଲାପାଳ
ପାଲଲହଡା,୧୩।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡ଼ା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ସୋମବାର ହଷ୍ଟେଲ ଛାଡିବା ଘଟଣାରେ ମଙ୍ଗଳବାର ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ ସେଠାକୁ ଯାଇ ତଦନ୍ତ କରିଛନ୍ତି। ଛାତ୍ରୀମାନଙ୍କୁ…
କପିଳାସରେ ୫୦ ହଜାର ଶ୍ରଦ୍ଧାଳୁ
ଢେଙ୍କାନାଳ ଅଫିସ,୧୩ା୧୧- ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଙ୍ଗଳବାର ପ୍ରବଳ ଜନ ସମାଗମ ଲାଗିରହିଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଢେଙ୍କାନାଳ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୀଠାଧୀଶ…
ଗଣ୍ଡଗୋଳରେ ଗର୍ଭବତୀ ଆହତ ଘଟଣା, ୩ ଗିରଫ
ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ.ଏ)-ଜମିକୁ କେନ୍ଦ୍ର କରି ଗଣ୍ଡଗୋଳ ବେଳେ ଜଣେ ଗର୍ଭବତୀଙ୍କୁ ଆକ୍ରମଣ କରାଯିବାରୁ ମୃତଶିଶୁ ଜନ୍ମ ହେବା ଘଟଣାରେ ଦାରିଙ୍ଗବାଡ଼ି ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି। ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପାଲି ଗ୍ରାମରେ ଗତ ୧ ତାରିଖରେ ଜମିକୁ…
ଜମି ବିବାଦ: ସାନଭାଇଙ୍କୁ ହାଣି ବଡ଼ ଗିରଫ
ଶଙ୍କରାଖୋଲ/ଟିକାବାଲି,୧୩ା୧୧(ଡି.ଏନ.ଏ.)-କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତର ଗୋଛାବାରୀ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ସାନଭାଇ ବିକ୍ରମ କହଁରକୁ ହାଣିଥିବା ଅଭିଯୋଗରେ ମଙ୍ଗଳବାର ଚକାପାଦ ପୋଲିସ ବଡଭାଇଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ନନ୍ଦ କହଁର। ଚକାପାଦ ଥାନାରେ ନଂ.…
୮୪ ଲକ୍ଷ ଟଙ୍କା ଠକେଇ ଘଟଣା: ଜେଲ ଗଲେ ହନିକମ୍ବ ଏମ୍ଡି
ବ୍ରହ୍ମପୁର ଅଫିସ,୧୩ା୧୧-ଅଧିକ ସୁଧ ଦେବା ନାଁରେ ସୋନପୁର ଜିଲା ବିନିକା ଅଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ୮୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ସୋମବାର ହନି କମ୍ବ ହୋଲ୍ଡିଂ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥାର ଏମଡି ଅମିୟ କୁମାର…
ହାତୀ,ବାର୍ହା ଉପଦ୍ରବ: ଫସଲ ନଷ୍ଟ
ଭଞ୍ଜନଗର,୧୩।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାର୍ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି। ଏଥିସହ ହାତୀମାନେ ମଧ୍ୟ ଜଙ୍ଗଲରୁ ଆସି ଫସଲ ନଷ୍ଟ…

