କାର୍ଯ୍ୟାଦେଶ ଦେଇ ନିର୍ମାଣ ବନ୍ଦ କରାଉଛନ୍ତି ଅଧିକାରୀ: ଜିଲାପାଳଙ୍କୁ ଫେରାଦ ହେଲେ ଟୁଲୁକା ଗ୍ରାମବାସୀ
ଅନୁଗୋଳ ଅଫିସ, ୨୭।୧୧- ଅନୁଗୋଳ ବ୍ଲକ ପୁରୁଣାକୋଟ ପଞ୍ଚାୟତର ଟୁଲୁକା ଗ୍ରାମବାସୀ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ସରକାରୀ ଅଧିକାରୀମାନେ ସେମାନଙ୍କୁ ଠକି ଦେଇଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ଦେଇଥିଲେ ବି ଅଧିକାରୀମାନେ ଏବେ କାମ…
କାଠ ଚୋରାଚାଲାଣ ବେଳେ ରେଞ୍ଜରଙ୍କୁ ଆକ୍ରମଣ: ଜାଳିଦେଲେ ବନ ବିଭାଗ ଗାଡ଼ି
ବଇଣ୍ଡା,୨୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ଇଚ୍ଛାପୁର ଗ୍ରାମରେ ସୋମବାର ରାତିରେ ଚୋରାକାଠ ଧରପଗଡ଼ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି। ୩ଜଣ କାଠ ମାଫିଆଙ୍କ ଆକ୍ରମଣରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ଆହତ ହୋଇଛନ୍ତି।…
ବଜାରରୁ ସିରିଜ୍ ଚୋରି: ବାଳସୁଧାର ଗୃହ ଗଲେ ୩ ଅନ୍ତେବାସୀ ନାବାଳକ
ଶଙ୍କରାଖୋଲ,୨୬ା୧୧(ଡି.ଏନ୍.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକ ଗଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍ସି ଏସ୍ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରବିବାର ରାତିରେ ନିକଟସ୍ଥ ବଜାରରେ ଚୋରି କରିବାବେଳେ ଧରିଥିଲା। ମଙ୍ଗଳବାର ଫୁଲବାଣୀ ପ୍ରଥମଶ୍ରେଣୀ ବିଚାରପତିଙ୍କ ନିକଟରେ…
ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ସୂଚନା
ଫୁଲବାଣୀ ଅଫିସ, ୨୭ା୧୧-ଦିଲ୍ଲୀ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣା ଚର୍ଚ୍ଚା ଜୋର ଧରିଛି।…
ପାତ୍ରପୁର ସରପଞ୍ଚ ଅଯୋଗ୍ୟ ଘୋଷିତ
ପାତ୍ରପୁର,୨୭ା୧୧(ଡି.ଏନ୍.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ଲୋପାମୁଦ୍ରା ବେହେରା ୨ରୁ ଅଧିକ ସନ୍ତାନ ଥିବା ଏକ ମାମଲାର…
ମେମୁ ଟ୍ରେନ୍କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି
ବ୍ରହ୍ମପୁର ଅଫିସ୍,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍ ସିଟିଜେନ୍ ଫୋରମ୍ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍ ମ୍ୟାନେଜର୍ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୂର୍ବରୁ ମେମୁ ଟ୍ରେନ୍ ବ୍ରହ୍ମପୁରରୁ କଟକକୁ ଚଳାଚଳ କରୁଥିଲା । କିନ୍ତୁ…
କର୍ନାଟକରେ ଗଞ୍ଜାମ ଶ୍ରମିକ ନିର୍ଯାତିତ
ଦିଗପହଣ୍ଡି,୨୭ା୧୧(ଡି.ଏନ.ଏ.) -କର୍ନାଟକର ଏକ କମ୍ପାନୀରେ ଗଞ୍ଜାମ ଜିଲାର ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସୋମବାରଠାରୁ ଖାଇବାକୁ ନ ଦେଇ ରହିଥିବା ଘର ତୁରନ୍ତ ଛାଡ଼ିବାକୁ କମ୍ପାନୀ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲାପାଳ, ଜିଲା ଶ୍ରମ ଅଧିକାରୀ ଏଥିରେ…
ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ
ଯୋଡ଼ା, ୨୭।୧୧(ଡି.ଏନଏ) କେନ୍ଦୁଝର ଜିଲା ବାମେବାରୀ-ଯୋଡା ରାଜ୍ୟ ରାଜପଥ ନଂ ୨ ର ସମ୍ପ୍ରସାରଣ ପାଇଁ ଜବର ଦଖଲ ହୋଇଥିବା ଜମି ଗୁଡିକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି ା ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବଡବିଲ…
ବସ୍ଷ୍ଟାଣ୍ଡରେ ଆବର୍ଜନା ଗଦା ନେଇ ଗଣ୍ଡଗୋଳ: ଥାନାରେ ଦୁଇ ପକ୍ଷରୁ ଏତଲା
ଝୁମ୍ପୁରା, ୨୭।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବସ୍ଷ୍ଟାଣ୍ଡ ନିକଟରେ ଅଳିଆ ଆବର୍ଜନା ପକାଯିବା ଘଟଣାକୁ କେନ୍ଦ୍ରକରି ଗତ ୨୩ ତାରିଖ ସନ୍ଧ୍ୟା ସମୟରେ ଗଣ୍ଡଗୋଳ ଘଟି ଏନେଇ ଥାନା ଯାଏ ମାମଲା ଯାଇଛି। ଏନେଇ ଦୁଇ ପକ୍ଷ ଥାନାରେ କରିଥିବା ଅଭିଯୋଗକ୍ରମେ…
ସାମାକୋଇ ନଦୀରୁ ବେଆଇନ ବାଲି ଚାଲାଣ: କାର୍ଯାନୁଷ୍ଠାନ ଦାବି କଲେ ଗ୍ରାମବାସୀ
ତେଲକୋଇ, ୨୭।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗୀ ପଞ୍ଚାୟତ ଦେଇ ପ୍ରବାହିତ ସାମାକୋଇ ନଦୀ ପଠାରୁ ଦୈନିକ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଟ୍ରାକ୍ଟର, ଡମ୍ଫର ଯୋଗେ ବାଲି ଉଠାଣ ହେଉଛି। ଏନେଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କ ଠାରେ ଅଭିଯୋଗ କିରିଛନ୍ତି।…
ନକଲି ସାର୍ଟିଫିକେଟ୍ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍
ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଗତ ମାସକ ମଧ୍ୟରେ ଦୁଇଜଣ ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କୁ…
ଜିଲାସ୍ତରୀୟ ଭିନ୍ନକ୍ଷମଙ୍କ କ୍ରୀଡ଼ା
ଭଦ୍ରକ ଅଫିସ,୨୭ା୧୧- ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ବତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ…

