ଆମ ଜିଲା ଖବର

ଜବରଦଖଲ ଉଚ୍ଛେଦକୁ ନେଇ ଅଡୁଆ ପରିସ୍ଥିତି

ଭଦ୍ରକ ଅଫିସ/ବନ୍ତ,୬।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତହସିଲଦାର ଇନ୍ଦିରା ସାହୁ ବନ୍ତ ଥାନାରେ ଅଭିଯୋଗ କରିବା ସହ…

ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ନାମରେ ଲୁଟ୍‌ ମାମଲା ରୁଜୁ: -ସୋର ଥାନା ଏଏସ୍‌ଆଇ ନିଲମ୍ବିତ

  ବାଲେଶ୍ୱର ଅଫିସ/ସୋର, ୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପକାରାଗାରରେ ଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କ ନାମରେ ପୋଲିସ ଲୁଟ୍‌ ମାମଲା ରୁଜୁ କରିବା ଓ କାଗଜପତ୍ରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ବାଲେଶ୍ୱର ପୋଲିସକୁ ଅଡ଼ୁଆରେ ପକାଇଛି।…

ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଆସନ୍ତା ୧୫ ଦିନ ମଧ୍ୟରେ ମରାମତି ନ ହେଲେ…

ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌ ପହଞ୍ଚିବା ପରେ ଉପଖଣ୍ଡ ଡାକ୍ତରଖାନା ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଟିମ୍‌ର ଗସ୍ତକୁ ଦୃଷ୍ଟିରେ…

ଖଣି କମ୍ପାନୀ ସମ୍ମୁଖରେ ଧାରଣାରତ ଲୋକଙ୍କୁ ଆକ୍ରମଣ ଉତ୍ତେଜନା, ଥାନାରେ ଏତଲା

ଯୋଡ଼ା, ୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ଗୁରୁବାର ଧାରଣାରତ ଲୋକଙ୍କୁ କେତେଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି ା ଏଥି ସହିତ ସେମାନେ ଧାରଣା ସ୍ଥଳରେ ଲାଗିଥିବା ଟେଣ୍ଟକୁ ଭଙ୍ଗାରୁଜା କରିଥିବା ନେଇ ଥାନାରେ…

ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ମହିଳା ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୫ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୂଆସାହିରେ ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି। ସେ ହେଲେ ସଙ୍ଗୀତା ବେହେରା। ବୁଧବାର ରାତିରେ ସଙ୍ଗୀତା ରୋଷେଇ କରୁଥିବା ବେଳେ ଗ୍ୟାସ…

ଦୁର୍ଘଟଣାରେ ନାତୁଣୀ ମୃତ, ଜେଜେଙ୍କ ସହ ଡ୍ରାଇଭର ଗୁରୁତର

ରାୟଗଡ଼ା ଅଫିସ, ୫।୧୨ ରାୟଗଡ଼ା ଜିଲା ଗୁମ୍ମା ପଞ୍ଚାୟତ ପୁଞ୍ଜିପାଇ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଜେ ଓ ଗାଡି ଡ୍ରାଇଭର ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଜେକେପୁର, ୫।୧୨-ରାୟଗଡ଼ା ଷ୍ଟେସନରୁ ୧୦କି.ମି. ଦୂର ସିଙ୍ଗାପୁର ରେଳ ଷ୍ଟେସନରେ ଗୁରୁବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା। ଉକ୍ତ ଟ୍ରେନ୍‌ଟି ବିଶାଖାପାଟଣାରୁ ଟିଟିଲାଗଡ଼ ଯାଉଥିଲା। ସୂଚନାନୁଯାୟୀ, ଟ୍ରେନଟି ସିଙ୍ଗାପୁର ଷ୍ଟେସନରୁ ଛାଡିବାବେଳେ ଏକ ବଗିରୁ ଧୂଆଁ ବାହାରୁଥିବା…

ବିଶାଖାପାଟଣା ଷ୍ଟେସନରୁ ଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିକିଟି,୫ା୧୨(ଡି.ଏନ୍‌.ଏ.)- ଗଞ୍ଜାମଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କରବାଲୁଆ ଗ୍ରାମର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ କରବାଲୁଆର ବିଜୁଳି ସେଠୀ (୧୮)। ବିଜୁଳି ମା’ଙ୍କ ସହ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ସେଠାରେ କିଛିଦିନ ହେଲା…

ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗିରଫ

ସୋନପୁର,୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗର ଅଖିରେ ଧୁଳି ଦେଇ ନକଲି ନମ୍ବର ପ୍ଲେଟ ଲଗାଇ ଭିଆଇପି ଗାଡିରେ…

ନୂଆବର୍ଷରୁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୫ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ସରକାର। ଅନ୍ୟପଟେ ସୁପ୍ରିମ୍‌କୋର୍ଟ ମଧ୍ୟ ଏ ନେଇ ରାଜ୍ୟ ସରକାର ଓ…

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ରୂପ୍‌ସା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗୁରୁବାର ସିଂଲା ଥାନାରେ ପୋଲିସ ଏକ ମାମଲା (ନଂ. ୨୧୨/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?