ଆମ ଜିଲା ଖବର

ନିଶାସକ୍ତ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ରାସ୍ତାରେ ଛାତ୍ରୀଛାତ୍ରଙ୍କୁ ଆଣ୍ଠେଇ ବହିଷ୍କୃତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ…

ଭୁଶୁଡିଲା ନିର୍ମାଣାଧୀନ କମ୍ୟୁନିଟି ହଲ୍‌

  ଗଞ୍ଜାମ,୬ା୧୨(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୬ ଓଡ଼ିଆ ଢ଼ାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନିର୍ମିତ କମ୍ୟୁନିଟି ହଲ୍‌ ନିମ୍‌ଟାଲ୍‌ ଲେବଲ ତାଜା ଗୁରୁବାର ଭୂଶୁଡି ପଡିଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ୱାର୍ଡବାସୀ ଅଭିଯୋଗ କରି ହୋହଲ୍ଲା…

କାଳିଆ ଟଙ୍କା ମିଳିବ କହି ଠକେଇ

ଦିଗପହଣ୍ଡି,୬ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୈଠଡା ପଞ୍ଚାୟତରେ ଜଣେ ମହିଳାଙ୍କୁ କାଳିଆ ଟଙ୍କା ମିଳିବ କହି ଦୁର୍ବୃତ୍ତ ଟଙ୍କା ଓ ସୁନା ଗହଣା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଓଡ଼ସିଙ୍ଗୀ ଗଁାର ଲକ୍ଷ୍ମୀ ରେଡ୍ଡୀ।ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଲକ୍ଷ୍ମୀଙ୍କ…

ଯଖପୁରା ରେଲୱେ ଷ୍ଟେଶନ: ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଯଖପୁରା ରେଲୱେ ଷ୍ଟେଶନରେ ଜନ ଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ ହୋଇଛି। ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ ସଚିବଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ…

ଧର୍ମଶାଳା ତହସିଲ ୩ ବାଲିଘାଟରେ ୧୪୪ ଧାରା ଜାରି

ଜେନାପୁର,୬।୧୨ (ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ଜେନାପୁର, ବୃନ୍ଦାଦେଈପୁର ଓ ମର୍ଜିତାପୁର ବାଲି ଘାଟରେ ଗୁରୁବାର ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ା ଧର୍ମଶାଳା ତହସିଲ ଓ ଜେନାପୁର ପୋଲିସ ମିଳିତ ଭାବେ ପ୍ରଥମେ…

ପାର୍କିଂ ୟାର୍ଡରୁ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳିଙ୍ଗନଗର,୬।୧୨ (ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ସାତବାଇଁଶିଆ ଛକ ନିକଟ ଏକ ଘରୋଇ ଟ୍ରକ୍‌ ପାର୍କିଂ ୟାଡ୍‌ରୁ ଗୁରୁବାର ଦାନଗଦୀ ପୋଲିସ ଜଣେ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣ ହେଲେ ବିହାରର କୁମୁଡା ଥାନା ସିତାମ୍ବରୀ ଜିଲା ବିସିନିପୁର…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଯାଜପୁର ରୋଡ୍‌,୬।୧୨ (ନି.ପ୍ର.)- ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ(୫୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ…

ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍‌ପିଙ୍କୁ ଭେଟିଲେ ଟ୍ରକ୍‌ ମାଲିକ ସଂଘ

କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍‌ ଲୋଡିଂକୁ ନେଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ କରୁଛନ୍ତି। ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଗାଡି ଲୋଡିଂ କରାଯାଇଥିବା ବେଳେ…

ଫେରିଲା ସାତକୋଶିଆ ସୌନ୍ଦର୍ଯ୍ୟ: ୧୪ ମାସ ପରେ ବୋଟିଂ ବ୍ୟବସ୍ଥା

ବନ୍ତଳା, ୬ା୧୨(ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ବ୍ୟାପକ ପୋଡ଼ାଜଳା ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଥିବା ବୋଟିଂ ବ୍ୟବସ୍ଥା ୧୪ ମାସ ପରେ ପୁନଃ ଆରମ୍ଭ ହୋଇଛି।…

ବରୀ ବିଇଓଙ୍କ କାର୍ଯ୍ୟାଳୟରେ ବିଧାୟିକାଙ୍କ ସମୀକ୍ଷା ବୈଠକ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ବରୀ,୬।୧୨ (ସ୍ବ.ପ୍ର.)- ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିଧାୟିକା ସୁନନ୍ଦା ଦାସ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଇଓ ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ବାରୀ ବ୍ଲକ ଶିକ୍ଷା ମଣ୍ଡଳୀ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଅବ୍ୟବସ୍ଥା,…

ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ବିରୋଧ:୧୯ ଆନ୍ଦୋଳନକାରୀ ଗିରଫ, ଉତ୍ତେଜନା

ତାଳଚେର,୬ା୧୨(ନି.ପ୍ର.) କୋଇଲା ପରିବହନରେ ସୁବ୍ୟବସ୍ଥା ପାଇଁ ଏମ୍‌ସିଏଲ୍‌ର ବଳରାମ ଖଣିରେ ଗୁରୁବାର ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ଲାଗୁ କରାଯାଇଥିଲେ ହେଁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କାର୍ଯ୍ୟର କିଛି ସମୟ ପରେ ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଏହାକୁ…

ବେଗା ପଞ୍ଚାୟତରେ ଦୁର୍ନୀତି:ବିନା କାର୍ଯ୍ୟରେ ୧୦ ଲକ୍ଷ ଟଙ୍କାର ବିଲ୍‌

ଢେଙ୍କାନାଳ ଅଫିସ, ୬।୧୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତରେ ବିନା କାର୍ଯ୍ୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମିଥ୍ୟା ବିଲ୍‌ କରାଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବି ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାର ପ୍ରତିବାଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?