Posted inଭଦ୍ରକ

ରାଣୀତାଲରେ ଦୁର୍ଘଟଣା, ଭିଡ଼ରେ ଫସିଲେ ମନ୍ତ୍ରୀ: ଗଳାପୋଲ ଦାବି ଜଣାଇଲେ ଆନ୍ଦୋଳନକାରୀ

ଭଦ୍ରକ ଅଫିସ, ୫।୧- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଶନିବାର ଏହି ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏପରି ସ୍ଥିତିରେ ଶନିବାର ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥରେ କାମ କରୁଥିବା କନଷ୍ଟ୍ରକ୍‌ସନର ଦୁଇଜଣ କର୍ମଚାରୀ ଏକ ବାଇକ୍‌ରେ ଯାଉଥିବାବେଳେ ରାଜେନ୍ଦ୍ର ସାହୁ ନାମକ ସ୍ଥାନୀୟ ଜଣେ ବ୍ୟବସାୟୀ
ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଗୁରୁତର ରାଜେନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାକୁ ପଠାଇବା ସହ ଜାତୀୟ ରାଜପଥକୁ ଏକ ଘଣ୍ଟାରୁ ଅଧିକ ସମୟ ବନ୍ଦ ରଖିଥିଲେ। ଏହି ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବାଲେଶ୍ୱରରୁ ଭୁବନେଶ୍ୱର ଫେରୁଥିବାବେଳେ ରାସ୍ତା ଭିଡ଼ରେ ଫସିଯାଇଥିଲେ। ଏହି ସୁଯୋଗରେ ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କୁ ପାଖରେ ପାଇ ଦାବି ଜଣାଇଥିଲେ। ଆନ୍ଦୋଳନ ୧୨ଦିନରେ ପହଞ୍ଚିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ଆନ୍ଦୋଳନ ସ୍ଥଳକୁ ଆସୁ ନ ଥିବା ସେମାନେ ଅଭିଯୋଗ କରିଥିଲେ। ମନ୍ତ୍ରୀ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଆଲୋଚନା କରି ଆଗାମୀ ୯ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବାକୁ ପରାମର୍ଶ ଦେଇଛନ୍ତି। ସେଠାରେ ଗଳାପୋଲ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ଦିଆଯାଇଛି। ମନ୍ତ୍ରୀ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କ ସହ ମଧ୍ୟ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିବା ଜାଣିବାକୁ ମିଳିଛି। ଏହାମଧ୍ୟରେ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ। ଆଲୋଚନା ସମୟରେ ରାଣୀତାଲ ବିକାଶ ମଞ୍ଚର ଆବାହକ ଗଣେଶ ପ୍ରସାଦ ଦାଶ, ସଭାପତି ଭାଗୀରଥି ନାୟକ, ବଜାର କମିଟି ସଭାପତି ସୁକାନ୍ତ ସାହୁ ଓ ସମ୍ପାଦକ ଜ୍ୟୋତିପ୍ରକାଶଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri