ଆମ ଜିଲା ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ, ୧୫।୧୨: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ ଚନ୍ଦ୍ର ବେହେରା ଏବଂ ରଜତ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆଗତ ଦୁଇଟି ପୃଥକ୍‌ ମାମଲାର…

ବାଲୁଗାଁରେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା, ୨ ଅଟକ

ବାଲୁଗାଁ,୧୫।୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ୫ନଂ.ଓ୍ବାର୍ଡ ଅଧୀନ ଗଙ୍ଗାନଗର ଅଞ୍ଚଳରେ ଶନିବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ଛାତ୍ରୀ ହେଲେ ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ(୧୭)। ସେ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ୨…

ମଣ୍ଡିରେ ୫ କେଜି ଧାନ କଟ୍‌ନିକୁ ନେଇ ଚାଷୀ ଅସନ୍ତୋଷ

ଚମ୍ପୁଆ,୧୫।୧୨(ଡି.ଏନ.ଏ)-ଚମ୍ପୁଆ ଲ୍ୟାମ୍ପରେ ଗତ ଶୁକ୍ରବାର ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡି ଖୋଲି ଧାନ କ୍ରୟ କରାଯାଇଥିବା ବେଳେ ଦିନକ ପରେ କୁଇଣ୍ଟାଲ ପିଛା ୫ କେଜି ଧାନ କଟ୍‌ନିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଲ୍ୟାମ୍ପ ଏମ.ଡି…

ପଥରରେ ଛେଚି ଯୁବକଙ୍କୁ ହତ୍ୟା

କେନ୍ଦୁଝର,୧୫ା୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମ ଛକ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଡବର ମାଝି (୨୭)। ତାଙ୍କୁ ହତ୍ୟା କରାଯିବାର କାରଣ ଜଣା ପଡିନାହିଁ…

ବେଆଇନ ବାଲି ପରିବହନ ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଘସିପୁରା,୧୫।୧୨(ଡି.ଏନ.ଏ.)-ବୈତରଣୀ ନଦୀର ଏକ ଘାଟରୁ ବେଆଇନ ଭାବେ ବାଲିପରିବହନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ବାରମ୍ବାର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଲିଜ୍‌ ଧାରୀ ଲିଜ ଅଞ୍ଚଳ ବାହାରେ ବ୍ରାହ୍ମଣୀଦେବୀ ମନ୍ଦିର ଘାଟରୁ ବଳପୂର୍ବକ ବାଲି ଉତ୍ତୋଳନ…

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଗିରଫ

ଭଣ୍ଡାରିପୋଖରୀ,୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣିନାଥପୁର ଓ ମୁଢ଼ାପଦା ଗ୍ରାମର ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ମୁଢ଼ାପଦାର ପ୍ରଶାନ୍ତ ଯେନା, ରମେଶ…

ବିବାଦରେ ଛନ୍ଦି ହୋଇପଡ଼ିଛି ବିଭିନ୍ନ ପ୍ରକଳ୍ପ

ଭଦ୍ରକ ଅଫିସ, ୧୫।୧୨- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ଭଳି ସରକାରୀ ଶିଳ୍ପ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଧାମରା ବନ୍ଦରକୁ ବାଦ୍‌ ଦେଲେ ଜିଲାରେ ଅନ୍ୟ କୌଣସି ଶିଳ୍ପ ସଂସ୍ଥା ହୋଇପାରି ନାହିଁ।…

ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ ବିକାଶ ମଞ୍ଚର ୮ମ ବୈଠକରେ ଏନେଇ ଜୋରଦାର ଦାବି ଉପସ୍ଥାପନ କରାଯାଇଛି। ବଡସାହି ଓ…

ଏଚ୍‌ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା: ମା’ ପେଟରେ ଆଖିବୁଜିଲା ଶିଶୁ

ବାରିପଦା ଅଫିସ,୧୫ା୧୨-ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣେ ଗର୍ଭବତୀ ଗର୍ଭକଷ୍ଟ ପାଉଥିଲେ ବି ଡାକ୍ତରମାନେ ତାଙ୍କୁ ଚିକିତ୍ସା ନ କରିବାରୁ ଗର୍ଭସ୍ଥ ଶିଶୁ ଦୁନିଆର ଆଲୋକ ଦେଖିବା ଆଗରୁ ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲା…

ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ମୟୂରଭଞ୍ଜ ଜିଲାକୁ ୨୪ ପଦକ

ବାରିପଦା ଅଫିସ,୧୫ା୧୨- ଗତ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ମିଳିଛି ସଫଳତା । ୧୭ ଜଣ ଖେଳାଳି ଜିଲାରୁ ପ୍ରତିନିଧିତ୍ୱ କରି ୧୪ ଟି ସ୍ବର୍ଣ୍ଣ , ୮ ଟି…

ଚରିତ୍ର ସଂହାର ଅଭିଯୋଗରେ ଯୁବକ ଗିରଫ

ରାସଗୋବିନ୍ଦପୁର,୧୫।୧୨ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଣଚାଟି ଅଞ୍ଚଳର ଜଣେ ମହିଳାଙ୍କ ଚରିତ୍ରସଂହାର କରି ଏକ ବ୍ୟାନର ମାରିବା ଅଭିଯୋଗରେ ପୋଲିିସ ଅଭିଯୁକ୍ତ ଯୁବକ ଭାସ୍କର ନନ୍ଦିଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ…

କୃତୀ ଛାତ୍ରୀଛାତ୍ରଙ୍କୁ ଗଛ ଉପହାର

ସିମୁଳିଆ, ୧୫।୧୨(ଡି.ଏନ.ଏ.)-ସିମୁଳିଆ ବ୍ଲକ ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ମୋହନ ଚରଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?