ଲଗାଣ ବର୍ଷାରେ ପ୍ରଭାବିତ ସିଂହପୁର
ସିଂହପୁର,୨୪।୧୦(ଡିଏନଏ)- ଲଘୁଚାପଜନିତ ବର୍ଷାରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ସମେତ ସମଗ୍ର ବ୍ଲକରେ ବ୍ୟାପକ ପ୍ରଭାବିତ ହୋଇଛି। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ବ୍ଲକର ବିଭିନ୍ନ ଅଞ୍ଚଳରେ ମାଟି ଘରଗୁଡ଼ିକ ପ୍ରଭାବିତ ହୋଇଛି। ଏହା ସହିତ ଚାଷ କ୍ଷେତ୍ରରେ…
ଶରୀର ଦାନ କରିବେ ଶିକ୍ଷୟିତ୍ରୀ
ସିମୁଳିଆ, ୨୪ା୧୦(ସନ୍ତୋଷ କୁମାର ନାୟକ)-ଏବେ ଶିକ୍ଷାଦାନ କରି ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି। ଜୀବନର ଅନ୍ତିମ ସମୟରେ ଅଙ୍ଗଦାନ ସହ ତାଙ୍କ ଶରୀରକୁ ମଧ୍ୟ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ଦାନ କରିବାକୁ ଇଚ୍ଛା ରଖିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୬୦ବର୍ଷୀୟା ଶିକ୍ଷୟିତ୍ରୀ…
ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ
ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା ହୋଇଥିବାବେଳେ ହିନ୍ଦୋଳରେ ସର୍ବାଧିକ ୬୬.୨ ମିଲିମିଟର ବର୍ଷା ହୋଇଛି। ସେହିପରି ଗୁରୁବାର ସକାଳ ସାଢେ…
ନଭେମ୍ବର ପହିଲାରୁ ଖୋଲିବ କୁଲଡ଼ିହା
ସଜନାଗଡ଼, ୨୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବ। ଏହି ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ରିଷିଆ ଡ୍ୟାମ୍ ଓ ନିଆରା ଖାଦ୍ୟପାନୀୟ ସୁବିଧା ଓଡ଼ିଶା ତଥା ଓଡ଼ିଶା ବାହାର ପର୍ଯ୍ୟଟକଙ୍କ ସମେତ ବଙ୍ଗୀୟ ପର୍ଯ୍ୟଟକଙ୍କୁ ବେଶ୍…
ଲଗାଣ ବର୍ଷା : ଫସଲ ହାନୀ ସମ୍ଭାବନାକୁ ନେଇ ଚିନ୍ତାରେ ଚାଷୀ
ରାଜଗାଙ୍ଗପୁର/କୁତ୍ରା, ୨୪।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ ନେଇ ଚାଷୀ ଚିନ୍ତାରେ ଥିବା ଜଣାପଡିଛି। ଏବର୍ଷ ବର୍ଷା ପାଇଁ ଚାଷୀ, ଚାଷ କାର୍ଯ୍ୟକୁ…
୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା
ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ…
ଦୁର୍ଘଟଣାରେ କଲେଜ ଛାତ୍ର ମୃତ
କେନ୍ଦୁଝର, ୨୪।୧୦(ସ୍ବ.ପ୍ର.): ଟାଉନ ଥାନା ଠାକୁରପାଟଣା ଅଚିନ୍ତା ମଠ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବାଇକ୍ରୁ ତଳେ ପଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନରେଶ ମହାନ୍ତି। ତାଙ୍କ ଘର ଶିରିଶପାଳ ଗ୍ରାମରେ…
ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନ ଭଙ୍ଗାଯିବ
ରସୁଲପୁର, ୨୪।୧୦(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନରେ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଉକ୍ତ ଅତିଥିଭବନ ଏକ ବିବାଦୀୟ ଜମିରେ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଘଟଣା…
ଖୋର୍ଦ୍ଧାରେ ଲଗାଣ ବର୍ଷା: ୨୫ ତାରିଖ ସ୍କୁଲ ଛୁଟି ଘୋଷଣା
ଖୋର୍ଦ୍ଧା ଅଫିସ,୨୪।୧୦: ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ନ ୧ଟାରୁ ସ୍କୁଲ ଛୁଟିକରି ଦିଆଯାଇଥିବା ବେଳେ ୨୫ ତାରିଖ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।…
ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ: ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଉକ୍ତ ବ୍ଲକ…
ବିଜେପୁର ଉପନିର୍ବାଚନରେ ନବୀନ ଲହର: ୫୦ହଜାର ଟପି ପାରିଲାନି ଭାଜପା; ଅମାନତ ହରାଇଲା କଂଗ୍ରେସ
ବରଗଡ଼ ଅଫିସ,୨୪।୧୦: ବିଜେପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟ ଭାଜପା ଏବଂ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଭାଜପା ପକ୍ଷରୁ ପ୍ରଚାର ଭାର ସମ୍ଭାଳିଥିବା ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ, ତାହା ଲୋକେ ଗ୍ରହଣ…
ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ
ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ସର୍ଭିସ୍ ରୋଡ୍ ନିର୍ମାଣକୁ ଛାଡି ଚାଲିଯାଇଥିବା ବେଳେ ରାସ୍ତାର…
Archives


