ଶହେଦିନ ପରେ ବି ମିଳୁନି ସନ୍ଧାନ

ଆଠମଲ୍ଲିକ,୨୦ା୧(ଡି.ଏନ.ଏ.) ଆଠମଲ୍ଲିକ ଥାନା ଡିଗିପଦର ଗ୍ରାମର ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନ ନିଖୋଜ ହେବାର ଶହେଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ତାଙ୍କର ସନ୍ଧାନ ପାଇପାରି ନାହିଁ। ଏହାକୁ ନେଇ ଗ୍ରାମର ଆଞ୍ଚଳିକ ମହିଳା ସୁରକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସର ଏହି ନିଷ୍କ୍ରିୟତା ପ୍ରତିବାଦରେ ଆଗାମୀ ଦିନରେ ଏସ୍‌ପି ଅଫିସ୍‌ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ରବିବାର ଗ୍ରାମରେ ଅନୁଷ୍ଠିତ ବୈଠକରେ କମିଟି ସଭାନେତ୍ରୀ ପଙ୍କଜିନୀ ସାହୁ, ସମିତିସଭ୍ୟା ଆରତୀ ନାୟକ, ଶୋଭାଗିନୀ ବଘାର, ମୀନାକ୍ଷୀ ମିଶ୍ର, ମନୋରମା ପ୍ରଧାନ, ଆଠମଲ୍ଲିକ ଜନଜୀବନ ସୁରକ୍ଷା କମିଟି ଆବାହକ ତୀର୍ଥବାସୀ ଭୋଇ, ଜଗନ୍ନାଥ ମହାକୁର, କିଶୋରଚନ୍ଦ୍ର ଦେହୁରୀ, ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ଚେତାବନୀ ଦେଇଥିଲେ। କମିଟି ପକ୍ଷରୁ କୁହାଯାଇଛି ଯେ, ଗତ ଅକ୍ଟୋବର ୯ରେ ଅଙ୍ଗନୱାଡି ସହାୟିକା ନିଖୋଜ ହୋଇଯାଇଥିଲେ। ଏ ନେଇ ଆଠମଲ୍ଲିକ ଥାନାରେ ଅକ୍ଟୋବର ୧୦ ତାରିଖ ଓ ୨୦ ତାରିଖରେ ଦୁଇଟି ଏତଲା ଦିଆଯାଇଥିଲା। କିନ୍ତୁ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ପ୍ରତିବାଦରେ ନଭେମ୍ବର ୨୬ରେ ଆଠମଲ୍ଲିକ ଉପଜିଲାପାଳଙ୍କ ଅଫିସ୍‌ ଘେରାଉ କରାଯାଇଥିଲା। ଡିସେମ୍ବର ୨୩ ତାରିଖ ଦିନ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏଯାଏ ସହାୟିକାଙ୍କ ସନ୍ଧାନ ପୋଲିସ ପାଇପାରି ନାହିଁ। ଏ ସମ୍ପର୍କରେ ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାଶ କହିଛନ୍ତି, ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରି ବେଲ୍‌ରେ ଯାଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ପାଠଶାଳାରେ ଗଛ ଚିହ୍ନିଲେ ପିଲା, ପରିବେଶ ସୁରକ୍ଷା ସହ…

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ପଞ୍ଚାୟତ ଦୁର୍ଗମ ଗଣ୍ଡିଗୁଡ଼ା ଗ୍ରାମରେ ଶିଶୁମାନଙ୍କର ଏକ ଦିବସୀୟ ପ୍ରକୃତି ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ…

ପ୍ରସବ ଯନ୍ତ୍ରଣାରେ ଛଟପଟ ମା’: ଆମ୍ବୁଲାନ୍ସ ରେ ଜନ୍ମ ହେଲା ଛୁଆ, ସୁରକ୍ଷିତ ପ୍ରସବ କରାଇ ପ୍ରଶଂସା ସାଉଁଟିଲେ…

ଦିଗପହଣ୍ଡି,୨୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜନଜାତି ବହୁଳ ଟି. ଗୋବିନ୍ଦପୁର ପଞ୍ଚାୟତ ଗୁହାରିଖୋଲ ଗାଁ ର ଲକ୍ଷ୍ମଣ ଗମାଙ୍ଗଙ୍କ ଗର୍ଭବତୀ ସ୍ତ୍ରୀ  ସସ୍ମିତା…

ସରିଲା ଛୁଟି, କେଭିରେ ଆରମ୍ଭ ହେଲା +୨ ପାଠପଢ଼ା

ଭଞ୍ଜନଗର,୨୨ା୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ଛୁଟି ସରିବା ପରେ ସୋମବାରଠାରୁ ଗଞ୍ଜାମ ଜିଲାର ସମସ୍ତ ବିଦ୍ୟାଳୟ ଖୋଲିଛି। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସିଛନ୍ତି। ଅନ୍ୟପଟେ ଚଳିତ ବର୍ଷ…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri