ଖଡି ଛୁଇଁ ବିଦ୍ୟା ଆରମ୍ଭ କଲେ ଶିଶୁ

ଉଦଳା,୩୧ା୧(ଡ଼ି.ଏନ୍‌.ଏ.)- ଉଦଳାଠାରେ ଥିବା ମା’ ସରସ୍ବତୀଙ୍କ ମନ୍ଦିରରେ ଗୁରୁବାର ବାଗଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଲମ୍ବାଧାଡିରେ ଆସି ମା’ଙ୍କ ପୂଜା କରିଥିଲେ। ଭୋର ୫ଟାରେ ମନ୍ଦିର ଦ୍ୱାର ଫିିଟା ଯିବା ପରେ ସାଢେ ୫ ଟାରେ ମନ୍ଦିର ମାର୍ଜନା, ନେତ୍ରବନ୍ଧନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅର୍ଘ୍ୟ ପ୍ରଦାନ ପରେ ମହାସ୍ନାନ ଜନିତ ଉପଚାର, ରାଜରାଜେଶ୍ୱରୀ ବେଶ, ମଙ୍ଗଳ ଆଳତୀ ପରେ ସକାଳ ୭ ଟାରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଅପରାହ୍ନ ୧ଟାରେ ଅବକାଶ ନୀତି କରାଯାଇଥିଲା। ସାଢେ ଗୋଟାଏ ସମୟରେ ସ୍ଥାନୀୟ ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରୁ ଘଟୋ ଉତ୍ତୋଳନ କରାଯାଇ ନଗର ପରିକ୍ରମା କରିବା ପରେ ମନ୍ଦିରରେ ପହଞ୍ଚତ୍ଥିଲା ା ଏହା ପରେ ଘଟ ସ୍ଥାପନ ପୂର୍ବକ ବାଗଦେବୀଙ୍କର ମହାପୂଜନ ଆରମ୍ଭ ସହିତ ବିଧିମତ୍ତେ ଉପଚାର, ହୋମ କାର୍ଯ୍ୟ ହୋଇଥିଲା ା ସନ୍ଧ୍ୟାରେ ମା’ଙ୍କ ସନ୍ଧ୍ୟା ଆଳତୀ, ମହାମାୟାଙ୍କ ହବନ, ପୂର୍ଣ୍ଣାହୁତି ପ୍ରଦାନ, କବଚ ଧାରଣ, ଆଶ୍ରି ଗ୍ରହଣ, ପ୍ରସାଦ ଅର୍ପଣ କରାଯାଇଥିଲା। ଏହି ଅବସରରେ ନୂତନ ଭାବେ ବିଦ୍ୟା ଅଧ୍ୟୟନ ଆରମ୍ଭ କରୁଥିବା ଶିଶୁମାନଙ୍କର ଏଠାରେ ଖଡିଛୁଅଁା ମଧ୍ୟ କରାଯାଇଥିଲା। ୩୦ରୁ ଅଧିକ କୋମଳମତି ଶିଶୁ ଖଡିଛୁଇଁ ବିଦ୍ୟା ଆରମ୍ଭ କରିଥିଲେ ା ଗୁରୁବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହେବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି ା ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ର କୁମାର ପରିଡା, ଉପସଭାପତି କ୍ଷୀରୋଦ ରଞ୍ଜନ ମହାନ୍ତି, ସହ ସମ୍ପାଦକ ଦାତାକର୍ଣ୍ଣ ସ୍ବାଇଁ, କୋଷାଧ୍ୟକ୍ଷ ରନତ୍ାକର ପ୍ରଧାନଙ୍କ ସମେତ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri